ନାଚୁଣୀସ୍ଥ ବିଶ୍ଵକର୍ମା ଆଞ୍ଚଳିକ ସଂଘ ତରଫରୁ ଦେଵଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ପାଳିତ

ଚିଲିକା, ୧୭।୯: ଆଜି ପବିତ୍ର ବିଶ୍ଵକର୍ମା ପୂଜା । ସହର ଠାରୁ ଆରମ୍ଭ କରି ଗାଁ ଗହଳି ପର୍ଯ୍ୟନ୍ତ ସବୁଠାରେ ଧୂମ୍ ଧାମରେ ପାଳିତ ହୋଇଯାଇଅଛି ବିଶ୍ୱକର୍ମା ପୂଜା । ଏହି ଅବସରରେ ନାଚୁଣୀ ୟୁକୋ ବ୍ୟାଙ୍କ ସମ୍ମୁଖ ଭାଗରେ ଥିବା “ଆଞ୍ଚଳିକ ବିଶ୍ଵକର୍ମ। ଗୋଷ୍ଠୀ କେନ୍ଦ୍ର”ପରିସରରେ ସ୍ଥାପିତ ହୋଇଥିବା ଦେବ ଶିଳ୍ପୀ ପ୍ରଭୁ ଶ୍ରୀ ବିଶ୍ଵକର୍ମା ଙ୍କ ପୀଠରେ “ବିଶ୍ଵକର୍ମା ଆଞ୍ଚଳିକ ସ°ଘ ” ପକ୍ଷରୁ ବିଧିବିଧାନ ସହ ମହାରଣା କୂଳର ପାରମ୍ପରିକ ପୂଜାର୍ଚ୍ଚନା ତଥା ବୈଷୟିକ ଉପକରଣ ସ୍ଥାପନ ଓ ଅନୁକୂଳ ପୂଜା ଅନୁଷ୍ଠିତ ହୋଇଯାଇଅଛି। ବୈଦିକ ବ୍ରାହ୍ମଣଙ୍କ ଦ୍ୱାରା ସମସ୍ତ ରୀତିନୀତି ଅନୁସାରେ ଠାକୁରଙ୍କ ପାଖରେ ପୂଜା ଅର୍ଚ୍ଚନା ଓ ହୋମ ଆଦି ହେବା ପରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇ ସମସ୍ତଙ୍କର କୈ।ଳିକ ବୃତ୍ତିର ସମୃଦ୍ଧି ପାଇଁ ଆଶୀଷ ଭିକ୍ଷା କରାଯାଇଥିଲା।

ସ°ଘର ସଭାପତି ରାମଚନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ତଥା ସ°ପାଦକ ପଞ୍ଚାନନ ମହାରଣାଙ୍କ ସ°ଯୋଜନାରେ ଅନୁଷ୍ଠିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଉପସଭାପତି ନବ କିଶୋର ମହାରଣା, ବରିଷ୍ଠ ସଭ୍ୟ ବୃନ୍ଦାବନ ମହାରଣା, ରମାକାନ୍ତ ମହାରଣା, ବିଭୁତି ଭୂଷଣ ମହାରଣା, ଯୋଗେନ୍ଦ୍ର ମହାରଣା, ସୁବାସ ଚନ୍ଦ୍ର ମହାରଣା, ତପନ ମହାରଣା, ଶାନ୍ତନୁ ମହାରଣା ଓ ଅନିରୁଦ୍ଧ ମହାରଣାଙ୍କ ସମେତ ବିଶ୍ଵକର୍ମା ଆଞ୍ଚଳିକ ସ°ଘର ଅନ୍ୟାନ୍ୟ ସଭ୍ୟ ମାନେ ସହଯୋଗ ପ୍ରଦାନ କରିଥିଲେ।
ଏହି ଅବସରରେ ସଂକୀର୍ତ୍ତନ ଗାୟକ ଶଙ୍କର୍ଷଣ ବେହେରା ଓ ସାଥୀଙ୍କ ଦ୍ଵାରା ସ°କୀର୍ତ୍ତନ ପରିବେଷଣ କରାଯାଇଥିବା ବେଳେ ସଂଧ୍ୟା ସମୟରେ ” ଭଜନ ସଂଧ୍ୟା” ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page