ଚିଲିକା, ୨୭। ୮: ଚ଼ଳିତବର୍ଷ ବାଣପୁର ବ୍ଳକ ଅନ୍ତର୍ଗତ ନାଚୁଣୀ ସେବା ସମବାୟ ସମିତି ଅଧିନରେ ଥିବା ଚାଷୀମାନଙ୍କର ଚାଷୀ ପଞ୍ଜିକରଣ ନିମନ୍ତେ କରାଯାଉଥିବା ପଞ୍ଜିକରଣ ଏକ ପ୍ରହସନରେ ପରିଣତ ହୋଇଛି । ଆଗାମୀ ବର୍ଷ ଅମଳ ପରେ ମଣ୍ଡିରେ ଚାଷୀମାନେ ଦେବାକୁଥିବା ଧାନର ଉଚିତ ମୂଲ୍ୟ ପାଇବା ଆଶାରେ ଚାଷବାସ ଛାଡି ବାରମ୍ବାର ସମବାୟ ସମିତିକୁ ଦୌଡୁଥିବା ବେଳେ ସେମାନଙ୍କର ପଞ୍ଜିକରଣ ହୋଇ ନ ପାରିବାରୁ ଚାଷୀମାନେ ଖୁବ୍ଧ ହେବା ସହିତ ଆମର ଚିଲିକା ପ୍ରତିନିଧିଙ୍କ ଆଗରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଘଟଣାରୁ ପ୍ରକାଶ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ଚଳିତ ମାସ ୧୨ ତାରିଖ ଠାରୁ ନାଚୁଣୀ ସମିତିରେ ଚାଷୀ ପଞ୍ଜିକରଣ ଆରମ୍ଭ ହୋଇଛି । ଗତ ବର୍ଷ ୩୮୦ ଜଣ ଚାଷୀ ପଞ୍ଜିକରଣ କରିଥିଲେ । ଏବର୍ଷ ୪୦୦ ଜଣ ଚାଷୀ ପଞ୍ଜିକରଣ କରିବେ ବୋଲି ଅନୁମାନ କରାଯାଉଅଛି । ପଞ୍ଜିକରଣର ସୀମା ଚଳିତ ମାସ ୩୧ ତାରିଖରେ ଶେଷ ହେବାକୁ ଆଉ ୪ଦିନ ବାକୀ ଥିବା ବେଳେ ଆଜିସୁଧା ୧୫୧ ଜଣ ଚାଷୀଙ୍କ ପଞ୍ଜିକରଣ କରାଯାଇଅଛି । ଯଦି ଚ଼ଳିତ ବର୍ଷ ୪oo ଜଣ ଚାଷୀ ପଞ୍ଜିକରଣ କରନ୍ତି,ତେବେ ଏତେ କମ୍ ସମୟରେ ୨୫୦ ଜଣ ଚାଷୀ ପଞ୍ଜିକରଣ କରିବା ସମ୍ଭବ ନୁହେଁ । ଆମର ଚିଲିକା ପ୍ରତିନିଧି ପ୍ରତ୍ୟେକ୍ଷ ଭାବେ ନାଚୁଣୀ ସେବା ସମବାୟ ସମିତି ଠାରେ ପହଁଞ୍ଚି କାରଣ ଜାଣିବା ପାଇଁ ଚାହିଁବା ବେଳେ ସେଠାରେ ବହୁ ସଂଖ୍ୟାରେ ଚାଷୀ ଉପସ୍ଥିତ ଥିବା ଦେଖିବାକୁ ପାଇଥିଲେ । ସେମାନେ ବାରମ୍ବାର ବାରମ୍ବାର ସମିତିକୁ ଆସୁଥିଲେ ମଧ୍ୟ ସେମାନଙ୍କର ପଞ୍ଜୀକରଣ ହୋଇପାରୁ ନାହିଁ ବୋଲି କ୍ଷୋଭ ପ୍ରକାଶ କରିଥିଲେ । ଘଟଣା ଜାଣିବା ପାଇଁ ଆମ ପ୍ରତିନିଧି ଚାହିଁବାରୁ ସମିତି ଗୃହରେ ସଂପାଦକ ଉପସ୍ଥିତ ନ ଥିଲେ । ପଚାରି ବୁଝିବାରୁ ଜଣାପଡ଼ିଲା ଯେ ସଂପାଦକ ସନ୍ତୋଷ କୁମାର ଦାସ ଦୁଇଟି ସମିତି- ନାଚୁଣୀ ଓ ନରେନ୍ଦ୍ରପୁର ଦାଇତ୍ୱରେ ଥିବାରୁ ଅଧିକାଂଶ ସମୟ ନରେନ୍ଦ୍ରପୁର ସମିତିରେ ରୁହନ୍ତି ।ସହ-ସଂପାଦକ ଅଙ୍କିତ ମହାପାତ୍ର ଉପସ୍ଥିତ ରହି ଚାଷୀ ମାନଙ୍କର ପଞ୍ଜିକରଣ କରୁଥିଲେ। ତାଙ୍କୁ ପଚାରିବାରୁ ନିରୁପାୟ ହୋଇ ସେ କହିଲେ ସର୍ବଦା ସରର୍ଭର ଡାଉନ ଥିବାରୁ ସମସ୍ତ ଚାଷୀମାନଙ୍କର ପଞ୍ଜିକରଣ କରିବା ସମ୍ଭବ ହେଉ ନାହିଁ । ଦିନକୁ ୨୫ ଜଣଙ୍କର ପଞ୍ଜିକରଣ ହେବା କଥା । କିନ୍ତୁ ୭ । ୮ ଜଣଙ୍କର ପଞ୍ଜିକରଣ ହେଉଛି । ଯଦି ଏପରି ଭାବେ ପଞ୍ଜିକରଣ ହୁଏ ୩୧ ତାରିଖ ସୁଧା ଅନୁମାନିକ ୨୦୦ ଜଣ ଚାଷୀ ପଞ୍ଜିକରଣ କରିବା କଷ୍ଟ କର। ତେବେ ଏଥିରୁ ଆଉ ୨୦୦ ଜଣ ଚାଷୀ ବାଦ ପଡିବେ । ଏଥି ପ୍ରତି ସରକାର ଦୃଷ୍ଟି ଦେବା ଉଚିତ ।ଯଦି ପଞ୍ଜିକରଣ ହେବାରେ ଏପରି ଅବସ୍ଥା ଲାଗି ରୁହେ ଆଗାମୀ ପଞ୍ଚାୟତ ନିର୍ବାଚ଼ନ ବିଜେପି ପାଇଁ କାଳ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି । ଏବେ ହୁଁ ସରକାର ସତର୍କ ନ ହେଲେ ନେଡିଗୁଡ କହୁଣିକି ବୋହିଯିବ |

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି