ବରିଷ୍ଠ ସମାଜସେବୀ ଗଦାଧର ଖୁଣ୍ଟିଆଙ୍କ ବିୟୋଗ

ଖୋର୍ଦ୍ଧା ତା 02/06/26 ମହିମା ସେବା ଫାଉଣ୍ଡେସନର ସଭାପତି, ସମାଜସେବୀ ତଥା ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ନିଷ୍ଠାପର ବ୍ୟକ୍ତିତ୍ୱ, ନାରାୟଣ ଖୁଣ୍ଟିଆଙ୍କ ପିତା ଗଦାଧର ଖୁଣ୍ଟିଆଙ୍କ ଖୋର୍ଦ୍ଧା ନୟାପଲ୍ଲୀ ସ୍ଥିତ ଦେଉଳି ଠାରେ ଦେହାନ୍ତ ହୋଇଛି l ଜଣେ ସରଳ, ନୀତିନିଷ୍ଠ, ବରିଷ୍ଠ ସମାଜସେବୀ ଭାବେ ବେଶ ସୁଖ୍ୟାତି ଅର୍ଜନ କରିଥିଲେ l ମୃତ୍ୟୁ ବେଳକୁ ତାଙ୍କୁ 86 ବର୍ଷ ବୟସ ହୋଇଥିଲା l ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ ଗତ ସମସ୍ୟାରେ ଚିକିତ୍ସାଧୀନ ଥିଲେ l ସଂସ୍କାର  ସମ୍ପନ ବ୍ୟକ୍ତି ଭାବେ ସଦା ସ୍ମରଣୀୟ ରହିବେ ବୋଲି ସ୍ମୃତି ପୂର୍ବକ ମତବ୍ୟକ୍ତ କରାଯାଇଥିଲା l ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ସଂଯୋଜକ ନାରାୟଣ ଓଝା, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ଡ଼ଃ ପ୍ରଦୀପ କୁମାର ବିଶ୍ୱାଳ, ସମିତା ମହାରଣା, ସାହିତ୍ୟିକା ସରୋଜିନୀ ମିଶ୍ର ପ୍ରମୁଖ ଗଭିର ଶୋକ ପ୍ରକାଶ କରିଛନ୍ତି l ନିଜ ଗ୍ରାମ ଦେଉଳି ଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା l ନିଜ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି lପୁତ୍ର ନାରାୟଣ ଖୁଣ୍ଟିଆଙ୍କ ସମେତ ପୁତ୍ରବଧୂ, ପରିବାରଜନ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page