ବାହୁଡା଼ ଯାତ୍ରାରେ ରାଧାକୃଷ୍ଣ ମନ୍ଦିରରୁ ୟୁନିଟ 5 ଜଗନ୍ନାଥ ମନ୍ଦିରକୁ ବାହୁଡ଼ିଲେ ଚତୁର୍ଦ୍ଧା ମୂର୍ତ୍ତି l

ଭୁବନେଶ୍ୱର ତା 24ରିଖ l ଆଜି ଥିଲା ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡା଼ ଯାତ୍ରା l ଏ ଉପଲକ୍ଷେ ମହାପ୍ରଭୁଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତି ୟୁନିଟ 6 ରାଧାକୃଷ୍ଣ ମନ୍ଦିର ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରି ୟୁନିଟ 5 ଜଗନ୍ନାଥ ମନ୍ଦିର କୁ ନିର୍ଦ୍ଧାରିତ ସମୟରେ ପହଂଚି ଯାଇଛନ୍ତି l ନବଦୀନାତ୍ମକ ଯାତ୍ରା ଶେଷ କରି ବାହୁଡା଼ ଦଶମୀରେ ଆଜି ମହାପ୍ରଭୁ ବାହୁଡ଼ିଛନ୍ତି l ଦୀର୍ଘ 35 ବର୍ଷ ଧରି ୟୁନିଟ 5 ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି l ଆଜି ଭୋରରୁ ମଙ୍ଗଳ ଆଳତି, ମଇଲମ, ତଡପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ପୂଜା ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବେଶ ଶୃଙ୍ଗାର ସକାଳ 7 ଟା ସୁଦ୍ଧା ଶେଷ ହୋଇଥିଲା l ତାପରେ ବଲ୍ଲଭ ବା ସକାଳ ଧୂପ, ସହ ଖିଚୁଡ଼ି ଭୋଗ ଦିନ 12 ଟା ସୁଦ୍ଧା ସରିଯାଇଥୁଲା l ପରେ ପରେ ମଙ୍ଗଳl ର୍ପଣ ଓ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହୋଇଥିଲା l ମଦନ ମୋହନ, ରାମକୃଷ୍ଣ ବିଜେ ଓ଼ ଚିତାଲାଗି ଦିନ 2:30 ଟା ସୁଦ୍ଧା ଶେଷ ହୋଇଥିଲା l ଦିନ 2:40 ଟାରେ ସୁଶାନ୍ତ କୁମାର ପଣ୍ଡା ଛେରା ପଂହଁରା କରିଥିଲେ l 3:20ରେ ଚାର ମାଳ ଫିଟା ଯାଇଥିଲା l ମଧ୍ୟାହ୍ନରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର କମିଟି ତରଫରୁ ଖିଚୁଡ଼ି, ଡାଲମା ଓ଼ ଖଟା ଆଦି ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା l ଅଶ୍ୱ ଓ଼ ସାରଥୀ ସ୍ଥାପନ ପରେ ଦିନ 3:30 ରେ ରଥ ଟଣା ଆରମ୍ଭ ହୋଇଥିଲା l ଭୁବନେଶ୍ୱର କ୍ଲବ, ପଛ ପାଖ ରାସ୍ତା ଦେଇ ସନ୍ଧ୍ୟା 6:30ଟା ରେ ଜଗନ୍ନାଥ ମନ୍ଦିର ନିକଟରେ ରଥ ପହଂଚି ଥିଲା l ରଥ ଉପରେ ସନ୍ଧ୍ୟାରେ ବିଗ୍ରହ ମାନଙ୍କୁ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ସହ ପୂଜାର୍ଚନା କରିଥିଲେ l ଆସନ୍ତାକାଲି ସୁନାବେଶରେ ମହାପ୍ରଭୁ ଦର୍ଶନ ଦେବା ସହ ଭଜନ ସନ୍ଧ୍ୟା ଅନୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page