ବିକଶିତ ଗାଁ ବିକଶିତ ଓଡ଼ିଶା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଗୋଲାମୁଣ୍ଡା:୫/୨/ (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ପଞ୍ଚାୟତରାଜ ପାନୀୟ ଜଳ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ମୌଳିକ ଭିତ୍ତିଭୂମିର ବିକାଶ ସହ ଗ୍ରାମୀଣ ଯୋଗା ଯୋଗ ବ୍ୟବସ୍ଥାର ସୁଦୃଢୀ କରଣ ପାଇଁ ଓଡ଼ିଶାରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଯୋଜନା ହେବ କାର୍ଯ୍ୟକାରୀ, ୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ ରେ ଅନେକ ପ୍ରକାର କାର୍ଯ୍ୟ ଗାଁ ଗୁଡିକ ରେ ତ୍ଵରାନିତ ହେବା ପାଇଁ ଆଜି ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ମାନ୍ୟବର ମୋହନ ମାଝୀ ସର୍ବ ସମ୍ମତି କ୍ରମେ ଉଦଘାଟନ କରିଥିଲେ ।ଏହି ସମାରୋହ   ଆଜି ପ୍ରତି ବ୍ଲକରେ ଅନୁଷ୍ଠିତ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ମଧ୍ୟ ବ୍ଲକ ଅଧ୍ୟକ୍ଷ  ବିନ୍ଦୁ ମହାନନ୍ଦ ଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା  ଭାରତୀୟ ଜନତା ପାର୍ଟି ର ବରିଷ୍ଠ ନେତା ହିମାଂଶୁ ମେହେର ଯୋଗଦାନ କରିଥିବା ବେଳେ  ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଧର ପଣ୍ଡା,ତହସିଲଦାର ଚନ୍ଦନ କୁମାର ନାଏକ ଓ ପ୍ରତି ଗ୍ରାମ ପଞ୍ଚାୟତ ସରପଞ୍ଚ, ପିଇ ଓ, ସମିତି ସଭ୍ୟ ସଭ୍ୟା, ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା,ଜନ କଲ୍ୟାଣ ସାମ୍ବାଦିକ ସଂଘର ସଭାପତି ଶ୍ରୀଯୁକ୍ତ ରାମକୁମାର ସେନାପତି ସମେତ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ, ମିଶନ ଶକ୍ତିର ମହିଳା,ବରିଷ୍ଠ ସମାଜ ସେବୀ  ମାନଙ୍କୁ ନେଇ ସଭା ଆୟୋଜନ ହୋଇଥିଲା । ଏହି ଅବସରରେ ପ୍ରାଥମିକ ଅଭିଭାଷଣ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଧର ପଣ୍ଡା  ପ୍ରଦାନ ରଖି ଥିବା ବେଳେ ମୁଖ୍ୟ ଅତିଥି ତଥା ବ୍ଲକ ଅଧ୍ୟକ୍ଷ  ବିନ୍ଦୁ ମହାନନ୍ଦ ପୁଙ୍ଖାନୁପୁଖ ଭାବରେ  ବିସ୍ତୃତ ଭାବେ ନିଜର ବକ୍ତବ୍ୟ ଅଭିଭାଷଣ ପ୍ରଦାନ କରିଥିଲେ । ଏହାପୂର୍ବରୁ ଅନେକଥର ଗୋଲାମୁଣ୍ଡା ବ୍ଲକ ବିକାଶ ଦିଗରେ ଆଗେଇ ଯିବାର ପଦକ୍ଷେପ ଗ୍ରହଣ କରୁ ଥିବାରୁ ଅଞ୍ଚଳ ବାସୀ ଭୂରି ଭୂରି ପ୍ରଶଂସା କରିଛନ୍ତି ।ପରବର୍ତି ସମୟରେ ତହସିଲଦାର ଚନ୍ଦନ କୁମାର ନାଏକ ମଧ୍ୟ ସିମୀତ ଭାବେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରି ଥିଲେ ।  ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ସଭା ସାଙ୍ଗ କରିଥିଲେ ।ଆଜିର ଏହି ମହାନ କାର୍ଯ୍ୟକୁ ସୂଚାରୁ ରୁପେ ଖମାର ହଳଦୀ  କାର୍ଯ୍ଯନିର୍ବାହୀ ଅଧିକାରୀ ବିଶ୍ବରଂଜନ ପଣ୍ଡା ପରିଚାଳନା କରି ଥିଲେ |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page