ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡାଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ଚିଲିକା, ୨୦।୯:ପଣ୍ଡିତ ଗୋଦାବରୀଶ ମିଶ୍ର, ପାଇକକବି କୃଷ୍ଣ ଚନ୍ଦ୍ର ତ୍ରିପାଠୀ, ନାଟ୍ୟକାର ପରଶୁରାମ ହରିଚନ୍ଦନ ଙ୍କ ସମସାମୟିକ ବିଶିଷ୍ଟ ବ୍ରିଟିଶ ଅମଳର ଓଡ଼ିଆ ଡାକ୍ତର, ଐତିହାସିକ ତଥା ସାହିତ୍ୟିକ ସ୍ୱର୍ଗତ ରାଧା ଚରଣ ପଣ୍ଡା ଙ୍କ ପୁଣ୍ୟ ଜୟନ୍ତୀ ଆଗାମୀ ଅକ୍ଟୋବର ଅଣତିରିଶ ରେ ପାଳିତ ହେବାକୁ ଥିବା ପରିପ୍ରେକ୍ଷୀରେ ଏ ସମ୍ପର୍କରେ ଏକ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ସ୍ମୃତି କମିଟି ର ଆବାହକ ଅଧ୍ୟାପକ ସ୍ୱାଧୀନ କୁମାର ପଣ୍ଡାଙ୍କ ଆହ୍ୱାନ କ୍ରମେ ଶ୍ରୀଶ୍ରୀ ଉମାମହେଶ୍ୱର ଦେବଙ୍କ ପୀଠ ରେ ଅନୁଷ୍ଠିତ ହୋଇ ଯାଇଛି। ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଲଷ୍ମୀଚରଣ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ଆଗାମୀ କାର୍ଯ୍ୟକ୍ରମ ପାଇଁ ଏକ ସ୍ଥାୟୀ କମିଟି ଗଠନ ପାଇଁ ପ୍ରସ୍ତାବ ପରେ ସାହିତ୍ୟ ସିନ୍ଦୁରା ର ପ୍ରତିଷ୍ଠାତା ଗୋଲକ ବିହାରୀ ପରିଡା -ସଭାପତି, ଆଡ଼ଭୋକେଟ ରବୀନ୍ଦ୍ର କୁମାର ମାନସିଂହ ଓ ଭାଷା ସୁରକ୍ଷା ସମିତିର ସଭାପତି ରଂକନାଥ ସେଠି ଯୁଗ୍ମ ଉପ ସଭାପତି ମନୋନୀତ ହୋଇ ପରବର୍ତ୍ତୀ ବୈଠକ ରେ ସମ୍ପୂର୍ଣ୍ଣ ପରିଚାଳନା କମିଟି ଗଠନ କରାଯିବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଗଲା। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ କୈଳାଶ ଚନ୍ଦ୍ର
ମହାରଣା,ରବୀନ୍ଦ୍ର ନାଥ ପ୍ରଧାନ,କୈଳାସ ଚନ୍ଦ୍ର ହୋତା,ଅଶୋକ କୁମାର ପ୍ରଧାନ, ନବ କିଶୋର ପ୍ରଧାନ, ବିଚିତ୍ରା ନନ୍ଦ ବେହେରା, ଭିକାରି ଚରଣ ପ୍ରଧାନ,ବିଷ୍ନୁପ୍ରିୟା ବାରିକ, ଲଷ୍ମୀଧର ବେହେରା, ଭାଗିରଥି ସ୍ୱାଇଁ, ଶଶୀଭୁଷଣ ବରାଳ, ମାଧବ ଚନ୍ଦ୍ର ପଲାଇ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ କୈଳାଶ ଚନ୍ଦ୍ର ହୋତା ଧନ୍ୟବାଦ ଅର୍ପଣ କରିଥିଲେ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page