ଉତ୍କଳରତ୍ନ ବିଶ୍ୱନାଥ ମିଶ୍ରଙ୍କ ପୁଣ୍ୟତିଥି ଅନୁଷ୍ଠିତ

ଭୁବନେଶ୍ୱର ତା 20/09/26 ପ୍ରଥମ ଓଡ଼ିଆ ବାରିଷ୍ଠର, ମହାନ ସ୍ୱାଧୀନତା ସଂଗ୍ରାମୀ, ଉତ୍କଳ ରତ୍ନ, ସମାଜ ସଂସ୍କାରକ ସ୍ବର୍ଗତ ବିଶ୍ୱନାଥ ମିଶ୍ରଙ୍କ ପୁଣ୍ୟତିଥି ସ୍ଥାନୀୟ ୟୁନିଟ 8 ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତି ଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ବିଜେଡି ସାଂସ୍କୃତିକ ସାମୁଖ୍ୟ ପକ୍ଷରୁ ଆୟୋଜିତ ସ୍ମୃତିଚାରଣରେ ବରିଷ୍ଠ ସାମ୍ବାଦିକ ତଥା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ,ସାଂସ୍କୃତିକ ସାମୁଖ୍ୟର ମୁଖ୍ୟ ସଂଯୋଜକ ପ୍ରବୀର ମହାନ୍ତି, ସମାଜସେବୀ ମନୋରଞ୍ଜନ ମହାନ୍ତି, ଗିରିଜା ଶଙ୍କର ମହାପାତ୍ର, ଅଧ୍ୟାପକ, ଭାଷାପ୍ରାଣ ରମେଶ ଚନ୍ଦ୍ର ପାତାଳ ସିଂ, ଗାୟକ ଆଲ୍ହାଦ ସୁରେନ୍ଦ୍ର ନାଥ ଛୋଟରାୟ ଉପସ୍ଥିତ ରହିବା ସହ ସ୍ବର୍ଗତ ମିଶ୍ରଙ୍କ ବହୁମୁଖି ପ୍ରତିଭା ସମ୍ପର୍କରେ ମତବ୍ୟକ୍ତ କରିଥିଲେ l ଆଇନ, ସମାଜସେବା, ଦେଶ ମାତୃକା ପାଇଁ ଉଲେଖନୀୟ କାର୍ଯ୍ୟ କରିଥିଲେ ବୋଲି ମତବ୍ୟକ୍ତ କରାଯାଇଥିଲା l କାର୍ଯ୍ୟକ୍ରମକୁ ସନ୍ତୋଷ ଲେଙ୍କା, ଚୈତନ୍ୟ ତ୍ରିପାଠୀ, ଅମିତ ପାଲ ସିଂ ପରିଚାଳନା କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page