ଭୁବନେଶ୍ୱର ତା 20/09/26ବସ୍ତିବାସୀଙ୍କ ସହ ପୋଲିସର ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ସହ ସମୁଦାୟ ଭିତ୍ତିକ ପୋଲିସିଂକୁ ଆହୁରି ପ୍ରଭାବଶାଳୀ କରିବା ଉଦ୍ଦେଶ୍ୟରେ କମିସନରେଟ୍ ପୋଲିସ, ଭୁବନେଶ୍ୱର-କଟକ ପକ୍ଷରୁ “ବସ୍ତି କୁ ଚାଲ” ପଦକ୍ଷେପ ଉପରେ ଅର୍ଦ୍ଧଦିବସୀୟ “Sensitization Training Programme” ଆୟୋଜିତ ହୋଇଛି।କାର୍ଯ୍ୟକ୍ରମର ଉଦ୍ଘାଟନୀ ଅଧିବେଶନରେ ଡ଼. ଏସ୍. ଦେବ ଦତ୍ତ ସିଂହ, IPS, କମିସନର ଅଫ୍ ପୋଲିସ, ଭୁବନେଶ୍ୱର-କଟକ, ଶ୍ରୀ ନରସିଂହ ଭୋଳ, IPS, ଅତିରିକ୍ତ କମିସନର ଅଫ୍ ପୋଲିସ, ଭୁବନେଶ୍ୱର-କଟକ ଏବଂ ଶ୍ରୀ ବିଷ୍ଣୁ ପ୍ରସାଦ ପତି, OPS(SAG), DCP, ମୁଖ୍ୟାଳୟ, ଭୁବନେଶ୍ୱର-କଟକ ଉପସ୍ଥିତ ରହିଥିଲେ।

ପ୍ରଥମ ଅଧିବେଶନରେ “ବସ୍ତି କୁ ଚାଲ”ର ଉଦ୍ଦେଶ୍ୟ, ବସ୍ତି ନୋଡାଲ୍ ଅଫିସର, ବସ୍ତି ମିତ୍ର ଓ ପୋଲିସ ମିତ୍ରଙ୍କ ଭୂମିକା ଏବଂ ଦାୟିତ୍ୱ, ତଥା DCP/Addl. DCP/Zonal ACP/IICଙ୍କ ଭୂମିକା ଉପରେ ଆଲୋଚନା କରାଯାଇଥିଲା।ଦ୍ୱିତୀୟ ଅଧିବେଶନରେ ବସ୍ତି ମିତ୍ରଙ୍କ ଦ୍ୱାରା କରାଯିବାକୁ ଥିବା କାର୍ଯ୍ୟ, ବସ୍ତି ନୋଡାଲ୍ ଅଫିସରଙ୍କ ଦ୍ୱାରା ରେକର୍ଡ ସଂରକ୍ଷଣ, SITREP ଦାଖଲ ପ୍ରକ୍ରିୟା ଏବଂ କାର୍ଯ୍ୟକ୍ରମର ସଠିକ୍ କାର୍ଯ୍ୟାନ୍ୱୟନ ଓ ମନିଟରିଂ ସମ୍ପର୍କରେ ପ୍ରଶିକ୍ଷଣ ଓ ଆଲୋଚନା ହୋଇଥିଲା।ଏହି ପ୍ରଶିକ୍ଷଣରେ ପ୍ରଫେସର (ଡ଼.) ମିହିର ରଞ୍ଜନ ନାୟକ, ମନୋଚିକିତ୍ସା ବିଭାଗ, ଏସ୍ସିବି ମେଡିକାଲ୍ କଲେଜ, କଟକ; ଶ୍ରୀ ମାନସ ରଞ୍ଜନ ଗଡ଼ନାୟକ , OPS(I), ଅତିରିକ୍ତ DCP (L&O); ଶ୍ରୀ ସ୍ୱରାଜ ଦେବତା, OPS(I), ଅତିରିକ୍ତ DCP, SCU ଏବଂ ଶ୍ରୀ କୃଷ୍ଣ ଚନ୍ଦ୍ର ସେଠୀ, OPS(I), ଅତିରିକ୍ତ DCP, ଅଭିଯୋଗ ପ୍ରକୋଷ୍ଠ ବିଭିନ୍ନ ବିଷୟରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ।ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସ, ସହଯୋଗ ଓ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ସହ ଏକ ସୁରକ୍ଷିତ, ସଚେତନ ଓ ସଶକ୍ତ ସମାଜ ଗଠନ ଦିଗରେ କମିସନରେଟ୍ ପୋଲିସର ଏହି ପଦକ୍ଷେପ ଏକ ସକାରାତ୍ମକ ପ୍ରୟାସ