ଭୁବନ: ପୁଣି ହାତୀଙ୍କ ଉପଦ୍ରବ। ଗାଁରେ ପଶିଲେ ଆଉ ଘର ଭାଙ୍ଗିଦେଲେ। ଏମିତି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମପଂଚାୟତର ବେଲପାଳ ସାହିରେ। ସାହିରେ ହାତୀ ପଶି ଘର ଭାଙ୍ଗିଦେବା ସହ ଆସବାବପତ୍ର ମଧ୍ୟ ନଷ୍ଟ କରିଦେଇଥିବା ଦେଖିବାକୁ ମିଳିଛି। ଏହି ସାହିର ୩ଜଣ ଲୋକଙ୍କର ଘର ସଂପୂର୍ଣ୍ଣ ଭାଙ୍ଗିଦେଇଥିବାଜଣାପଡିଛି। ସେମାନେ ହେଲେ ଈଶ୍ୱର

ମହାରଣା, ବାବୁଲୀ ମହାରଣା ଏବଂ ଶିଶିର ମହାରଣା। ଏମାନେ ପ୍ରତିଦିନ ଦିନମଜୁରୀଆ ଭାବେ କାର୍ଯ୍ୟ କରୁଥିବାବେଳେ ଏବେ ଘରହୀନ ହୋଇପଡିଛନ୍ତି। ତେବେ ଖବରରୁ ପ୍ରକାଶ ଯେ, ଏହି ହାତୀ ଘର ଭାଙ୍ଗିଦେଇଥିବାବେଳେ ଏଥିରେ କାହାର ଜୀବନହାନୀ ହୋଇନଥିବା ଜଣାପଡିଛି। ତେବେ ଏହି କ୍ଷୟକ୍ଷତି ପାଇଁ ଏମାନଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତିମାନେ ଅନୁରୋଧ କରିଛନ୍ତି।