ଖୋର୍ଦ୍ଧା,୧ ।୧୧:ବାଣପୁର ବ୍ଲକ, ନାଚୁଣୀ କ୍ଲଷ୍ଟର ଅନ୍ତର୍ଗତ ଲୋକିପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସୁବୁଦ୍ଧିଙ୍କର କାର୍ଯ୍ୟ ନିବୃତ୍ତି ଅବସରରେ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାଚୁଣୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ ଗଙ୍ଗାଧର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶିବପ୍ରସାଦ ତ୍ରିପାଠୀ, ସମ୍ମାନୀତ ଅତିଥି ଭାବେ ନାଚୁଣୀ କ୍ଲଷ୍ଟରର ସି ଆର ସି ସି ମଧୁସୂଦନ ଭୋଇ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ହୋତା, ପ୍ରଭାତ ସୁନ୍ଦରାୟ,ବାଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ତପନ ମହାରଣା, ସମ୍ପାଦକ ପ୍ରଦୀପ୍ତ କିଶୋର ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷ ସଞ୍ଜୟ କୁମାର ପଲେଇ, ୱାର୍ଡ ସଭ୍ୟ ରାମଚନ୍ଦ୍ର ଶାସମଲ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ବେହେରା, ଶିଶୁବାଟିକା ସେବିକା ଶ୍ରଦ୍ଧାଞ୍ଜଳି ଦାସ ପ୍ରମୁଖ ବିଦୟୀ ପ୍ରଧାନ ଶିକ୍ଷକଙ୍କର ଛାତ୍ର ବତ୍ସଳତା, କର୍ତ୍ତବ୍ୟନିଷ୍ଠା ଓ ଉତ୍ତମ ଗୁଣାତ୍ମକ ଶିକ୍ଷଣ ଉପରେ ଆଲୋକପାତ କରିଥିଲେ।

ବାଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ପ୍ରାକ୍ତନ ସଭାପତି ଭିକାରୀ ଚାରଣ ପ୍ରଧାନ ଙ୍କ ଅଧ୍ୟକ୍ଷଅଧ୍ୟକ୍ଷତାରେ ବଅନୁଷ୍ଠିତ ଏହି ସଭାର ପ୍ର।ରମ୍ଭରେ ଛାତ୍ରୀ ମାନଙ୍କ ଦ୍ୱାରା ସ୍ଵାଗତ ସଂଗୀତ ଓ ବିଦାୟ ସଂଗୀତ ଗାନ କରାଯାଇଥିଲା।ଏହି ଅବସରରେ ବିଦ୍ୟାଳୟ, ବାଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ, ଗ୍ରାମବାସୀ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁଷ୍ପ ଗୁଚ୍ଛ, ଉପଢୌକନ ଓ଼ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରା ଯାଇଥିଲା। ପରିଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମର ସଂଯୋଜନା ଓ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ଜଗବନ୍ଧୁପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମହାରଣା।

ଦିଲ୍ଲୀପ କୁମାର ଶତପଥୀ
ଜିଲ୍ଲା ପ୍ରତିନିଧି, ଖୋର୍ଦ୍ଧା