ମା’ଭଗବତୀଙ୍କ ପୀଠରେ ବସନ୍ତ ଉତ୍ସବ ଆରମ୍ଭ

ଫଗୁଖେଳି ମା’ଙ୍କୁ ନିମନ୍ତ୍ରଣ କଲେ ଶ୍ରୀରଙ୍କ ନାଥ ଦେବ

ଚିଲିକା,୨।୨: ବସନ୍ତ ପଞ୍ଚମୀରେ ମା’ସରସ୍ଵତୀଙ୍କ ସର୍ବତ୍ର ପୂଜା ଉତ୍ସବ, ବସନ୍ତ ଋତୁ ଆଗମନର ପ୍ରଥମ ଦିନ ଶ୍ରୀପଞ୍ଚମୀ,ଆଜିଠାରୁ ଦେବାଦେବୀଙ୍କ ଘୋଡ଼ଲାଗୀଶେଷ।ଦୋଳ ପର୍ବ ଓ ଚ଼ାଚେରୀ ଭୋଗ ଲାଗି ଗାଁରୁ ସହର ସର୍ବତ୍ର ଘଣ୍ଟା ଘଣ୍ଟକାହାଳୀର ୮ଶବ୍ଦରେ ଗାଁ ଦାଣ୍ଡ ଫାଟିପଡ଼ିବ। ଅବିର ଖେଳରେ ଏକତ୍ର ହେବେ ଦେବା ଦେବୀ । ଭକ୍ତର ଦୁଆରେ ଭୋଗ ଖାଇବେ ମା’ ଭଗବତୀ । ବାଣପୁରର ଆରାଧ୍ୟ ଠାକୁର ଶ୍ରୀରଙ୍କ ନାଥ ଦେବ ଆଜି ଦୋଳ ପର୍ବରେ ଯୋଗ ଦେବାକୁ ମା’ ଭାଗବତୀ ଙ୍କୁ ନିମନ୍ତ୍ରଣ କରିଛନ୍ତି I
ବସନ୍ତ ପଞ୍ଚମୀର ମଧ୍ୟାହ୍ନରେ ଶଙ୍କୁଡ଼ି ଧୂପ ପରେ ପ୍ରଭୁଶ୍ରୀରଙ୍କ ନାଥ ଦେବଙ୍କ ଚଳନ୍ତି ପ୍ରତିମା ମଦନମୋହନ ଦୋଳବିମାନରେ ବସି ଘଣ୍ଟା ଘଣ୍ଟକାହାଳୀ ଛତ୍ର ତରାଶ ମଶାଲ ରେ ମା’ଭଗବତୀଙ୍କୁ ନିମନ୍ତ୍ରଣ କରିବାକୁ ଦିନ ଏକ ଘଟିକା ସମୟ ରେ ପିତ୍ରାଳୟଦକ୍ଷେଶ୍ଵର ମନ୍ଦିରଠାରେ ବିଜେ କରିଥିଲେ। ସେଠାରେ ମା’ ଭଗବତୀ କାଠି ଠାକୁରାଣୀଙ୍କ ସହିତ ଏକତ୍ର ଉପବେସନ କରିଥିଲେ । ପୂଜକ ପ୍ରକାଶ ମହାପାତ୍ର ଉଭୟ ଦୁର୍ଗାମାଧବଙ୍କୁ ପଞ୍ଚପୋଚାରରେ ପୂଜାର୍ଚ୍ଚନା କରାଇ ଖଇ ନଡ଼ିଆ ପାତି, ଗଜାମୁଆଁ, ଫଳ ମୂଳ ଇତ୍ୟାଦି ଧୂପ ପରେ ଆଳତି ବନ୍ଦାପନା ବଢ଼ାଇଥିଲେ।ପରେ ଦୁର୍ଗା ଓ ମାଧବଙ୍କ ମଧ୍ୟରେ ପରସ୍ପରଠାରେ ଅବିର ଲାଗି କରାଯାଇ ଦୋଳରେ ଚ଼ାଚ଼େରୀଖିଆ ପାଇଁ ନିମନ୍ତ୍ରଣ କରିଥିଲେ । ଉତ୍କଳର ସର୍ବତ୍ର ଦୋଳ ପର୍ବରେ ଦୋଳ ଗୋବିନ୍ଦଙ୍କ ଚ଼ାଚ଼େରୀ ଖିଆ ଥିବା ବେଳେ ଶକ୍ତିପୀଠ ବାଣପୁରରେ ଆରାଧ୍ୟାଦେବୀ ମା’ ଭଗବତୀ ଚାଚେରୀ ଖିଆରେ ଗ୍ରାମ ପରିକ୍ରମା କରୁଥିବାର ପରମ୍ପରା ରହିଛି। । ଦୋଳ ପୂର୍ଣ୍ଣମୀ ଦିନ ମା’ଭଗବତୀ ନିକଟସ୍ଥ ଶାସନ ବାଡ଼ିମାନଙ୍କରେ ଚାଚେରୀ ଖାଇ ବାପଘର ପରିଛାଙ୍କ ଘରେ ଦହିପଖାଳ, ମାଛ ଭଜା ସହିତ ନାନାଦିବ୍ୟଞ୍ଜନ ଲାଗି ହେବାର ବିଧି କାହିଁ କେଉଁ କାଳରୁ ଚାଲି ଆସିଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page