ଯୁବ ସାମ୍ବାଦିକ ପବିତ୍ର ଗୌଡ଼ ଥିଲେ ଜଣେ ଦକ୍ଷ, ନିଷ୍ଠାପର ସରଳ ବ୍ୟକ୍ତିତ୍ୱର ଅଧିକାରୀ

ଭୁବନେଶ୍ୱର ତା 10/06/26 ଯୁବ ସାମ୍ବାଦିକ, ଗାଳ୍ପିକ, ସିନେ ସମୀକ୍ଷକ,ସ୍ବର୍ଗତ ପବିତ୍ର କୁମାର ଗୌଡ଼ଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ଭବନ ସ୍ଥିତ, ପ୍ରଦର୍ଶନୀ କକ୍ଷରେ “ସାମ୍ବାଦିକ ପବିତ୍ର କୁମାର ଗୌଡ଼ ସ୍ମୃତି କମିଟି “ପକ୍ଷରୁ ସାମ୍ବାଦିକ ତଥା ସ୍ମୃତି କମିଟି ଆବାହକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନା ଓ ସ୍ମୃତି କମିଟି ମୁଖ୍ୟ ସଂଯୋଜକ, ସାମ୍ବାଦିକ ପ୍ରମୋଦ କିଶୋର ପରିଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l ଫୋଟୋଚିତ୍ର ରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହିତ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ, ତଥା ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ସୁଜ୍ଞାନ ଚୌଧୁରୀ, ବରିଷ୍ଠ ସାମ୍ବାଦିକ ସୁଧାଂଶୁ ମହାପାତ୍ର,ବିଶିଷ୍ଟ ଅତିଥି ଭାବେ ପର୍ଯ୍ୟବେକ୍ଷକ ସମ୍ପାଦକ ପବିତ୍ର ମୋହନ ସାମନ୍ତରାୟ,ମୁଖ୍ୟବକ୍ତା ଭାବେ ଦୈନିକ ପ୍ରତିକାର ସମ୍ପାଦକ ଶୁଭାଶିଷ ମିଶ୍ର ଉପସ୍ଥିତ ରହିବା ପବିତ୍ରଙ୍କ ସାମ୍ବାଦିକତା ସହିତ ସାହିତ୍ୟ ଓ କବିତା ରଚନା ଉପରେ ଆଲୋକପାତ କରିଥିଲେ l

ଜଣେ ସରଳ, ଦକ୍ଷ, ନିଷ୍ଠାପର ଯୁବ ସାମ୍ବାଦିକ ଭାବେ ତାଙ୍କ କାର୍ଯ୍ୟଶୈଳୀକୁ ବେଶ ପ୍ରଶଂସା କରିବା ସହିତ ତାଙ୍କ ବିୟୋଗ ସମସ୍ତଙ୍କୁ ଦାରୁଣ ଦୁଃଖ ପ୍ରଦାନ କରିଛି ବୋଲି ମତବ୍ୟକ୍ତ କରିଥିଲେ l ସରକାର ତାଙ୍କ ପରିବାର ପ୍ରତି ଯାହା ନିୟମ ଅନୁସାରେ ଆର୍ଥିକ ସହଯୋଗ ଯଥା ଶୀଘ୍ର କରନ୍ତୁ ବୋଲି ତାଙ୍କ ଧର୍ମପତ୍ନୀ ରୁବିତା କୁମାରୀ ଗୌଡ଼ ଓ ଅତିଥି ସମୂହ ମତବ୍ୟକ୍ତ ମତବ୍ୟକ୍ତ କରିଥିଲେ l ସାମ୍ବାଦିକ, କବି ଅକ୍ଷୟ ସ୍ୱାଇଁ ସାମ୍ବାଦିକ ସତ୍ୟ ପାଣିଗ୍ରାହୀ, ଦିଲୀପ ସାବତ,ମନୋରଞ୍ଜନ ମହାନ୍ତି,ଦିଲୁ ସାହୁ, ରାକେଶ କୁମାର ହୋତା,ନିର୍ଦ୍ଧେଶକ ରାଜ ଇଣ୍ଡିଆ ଜାନକୀ ବଲ୍ଳଭ ଧଳ, ଲିପସା ପ୍ରମୁଖ ସ୍ମୃତିଚାରଣ କରିଥିଲେ l କାର୍ଯ୍ୟକ୍ରମକୁ ସାମ୍ବାଦିକ ରମେଶ କୁମାର ମହାପାତ୍ର, ପ୍ରଜ୍ଞା ପଟନାୟକ, ରାଜେଶ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page