ଚିଲିକା, ୨୭ । ୮: ଆଜି ପୂର୍ବାହ୍ମ ୧୦.୩୦ ମିନିଟ ସମୟରେ ଶ୍ରୀ ସତ୍ୟସାଇ ସେବା ସମିତି, ବାଣପୁର ଠାରେ ପବିତ୍ର ଗହ୍ମା ପୂର୍ଣ୍ଣିମା ଅବସରରେ” ଗୋ ପୂଜନ ଓ ସମ୍ବର୍ଦ୍ଧନା”ଏବଂ ଶ୍ରୀ ସତ୍ୟସାଇ ବାଳ ବିକାଶ ଛାତ୍ର ,ଛାତ୍ରୀ ମାନଙ୍କ ହସ୍ତରେ “ରାକ୍ଷୀ ବନ୍ଧନ”ସହ ମିଷ୍ଟାନ୍ନ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାଳ ବିକାଶ ପିଲାମାନଙ୍କୁ ନେଇ ସମିତିର ଗୁରୁ ଓ ଗୁରୁମା ମାନେ ଏହି କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ। ଶିଶିର ଗୁରୁଜୀ,ଜୟକୃଷ୍ଣ ଗୁରୁଜୀ,ସୁପ୍ରଭା ଗୁରୁମା, ଗୀତା ଗୁରୁମା କାର୍ଯ୍ୟ କ୍ରମର ଆୟୋଜନ କରିଥିବା ବେଳେ ଜିଲ୍ଲା ସେବା ସଂଯୋଜିକା ମଂଜୁଲତା ମହାପାତ୍ର ଗରୁମା ଏହି ଅବସରରେ ରକ୍ଷା ବନ୍ଧନ ଓ ବଳଦେବ ଜୟନ୍ତୀ ପର୍ବ ଉପରେ ପିଲାମାନଙ୍କୁ ସୁନ୍ଦର ଭାବରେ ବୁଝାଇ ଦେଇଥିଲେ। ଖୋର୍ଦ୍ଧା ସାଇ ଜିଲ୍ଲାର ସେବା ସଂଯୋଜକ ରାଜକିଶୋର ଭୋପା ଭାଇ ଓ ଜିଲ୍ଲା ସଭାପତି ବ୍ରଜ ସୁନ୍ଦର ମିଶ୍ର ଭାଇ ମଧ୍ୟ ଏହି କାର୍ଯ୍ୟ କ୍ରମରେ ଯୋଗ ଦେଇଥିଲେ।

ଦିଲ୍ଲୀପ କୁମାର ଶତୀଥୀ
ଚିଲିକା ପ୍ରତିନିଧି