ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ବୃଦ୍ଧି ପାଇଁ ୱାର୍ଡ଼ ନମ୍ବର ୫ ଠାରେ “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନର ବୈଠକ

କଳାହାଣ୍ଡି,(ଜଗନ୍ନାଥ ନାଏକ), ଉତ୍କଳ ବୁଲେଟିନ : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ୩୦୦୦ଟଙ୍କାକୁ ବୃଦ୍ଧି କରିବା ପାଇଁ ରାଜ୍ଯର ବିଭିନ୍ନ ସ୍ଥାନରେ ସ୍ୱର ଉତ୍ତୋଳନ ହେବା ବେଳେ କଳାହାଣ୍ଡି ଜିଲ୍ଲାରେ ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି ସଂଗଠନ ଲଗାତାର ସଚେତନତା କାର୍ଯ୍ୟକ୍ରମ କରି ଦାବି ଉପସ୍ଥାପନା କରିଆସୁଛି। ଆଜି ନାରୀ ନେତ୍ରୀ କବିତା ରାଉତଙ୍କ ନେତୃତ୍ବରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ୱାର୍ଡ ନଂ୫ ର ଅନ୍ତର୍ଗତ ବହାଦୁର ବଗିଚା ପଡାରେ ଥିବା ଗୋଷ୍ଠୀ କେନ୍ଦ୍ରରେ ୧୫୦ରୁ ଉର୍ଦ୍ଧ୍ବ ଭତ୍ତାଧିକାରୀଙ୍କୁ ନେଇ ଏକ ସଭାର ଆୟୋଜନ ହେଇଯାଇଅଛି । ଏହି ବୈଠକରେ ସଂଗଠକ ଇଂ ଲକ୍ଷ୍ମୀନାରାୟଣ ପଣ୍ଡା ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରଶଂସା କରିବା ସହ ଭତ୍ତା ବୃଦ୍ଧିକୁ ନେଇ ତିବ୍ର ସମାଲୋଚନା କରିଥିଲେ । ବଜାରରେ ଦୁଇ ଦିନ ପୁର୍ବରୁ ସମସ୍ତ ଖାଦ୍ୟ ଓ ରାସନ ସାମଗ୍ରୀରେ ଦରଦାମ୍ ବୃଦ୍ଧି ହେଇଛି କିନ୍ତୁ ସରକାରର ୯ମାସ ହେବାକୁ ଯାଇଛି ୬୦ବର୍ଷରୁ ଉର୍ଦ୍ଧ୍ବ ବୁଢାବୁଢି, ବିଧବା, ଅବିବାହିତା ଓ ୪୦% ଉର୍ଦ୍ଧ୍ବ ଭିନ୍ନକ୍ଷମ ମାନଙ୍କ ଭତ୍ତା ଟଙ୍କା ନ ବଢିବା ଦୁର୍ଭାଗ୍ଯଜନକ । ଯଦି ମାର୍ଚ୍ଚ ୧୫ ସୁଦ୍ଧା ପ୍ରତିଶୃତି ଭତ୍ତା ୩୦୦୦ଟଙ୍କା ଘୋଷଣା ନ କରନ୍ତି ତା ହେଲେ କଳାହାଣ୍ଡି ଜିଲ୍ଲାପାଳ ଅଫିସ୍ ସହ ପ୍ରତ୍ଯେକ ପଞ୍ଚାୟତ ଅଫିସ୍ ଘେରାଉ ହେବ ବୋଲି ସରକାରଙ୍କୁ ଇଂ ଲକ୍ଷ୍ମୀନାରାୟଣ ପଣ୍ଡା ଚେତାବନୀ ଦେଇଛନ୍ତି । ଏହି ବୈଠକରେ ବରିଷ୍ଠ ସଦସ୍ଯ ନିରୋଦ କୁମାର ଋାଉତ, ଚାଷୀନେତା ଲିଙ୍ଗରାଜ ପ୍ରଧାନ ଯୋଗ ଦେଇ ସରକାର ଗରିବ ଲୋକଙ୍କୁ ଭୂଆଁ ନ ବୁଲେଇ ନିଜ ପ୍ରତିଶୃତି ପାଳନ କରିବା ପାଇଁ ଦାବି କରିଛନ୍ତି। ଜଗନ୍ନାଥ ନାଏକ, ଯୁଗେଶ୍ୱର ବାଗ, ନିରାକାର ବାଗ, ଋଷଭ ନାଏକ, ପୃଥିରାଜ ନିଆଲ, ଚତୁର୍ଭୁଜ ନାଏକ, ମଧୁଲାଲ ନାଏକ, ସଞ୍ଜୟ ମେହେର, ପଞ୍ଚୁ ସାହୁ, ସୌମ୍ୟରଂଜନ କର ପ୍ରମୁଖ ସହଯୋଗ କରିଥିଲେ।

(ଭବାନୀପାଟଣାରୁ ପ୍ରତିନିଧି ଜଗନ୍ନାଥ ନାଏକଙ୍କ ରିପୋର୍ଟ : ଉତ୍କଳ ବୁଲେଟିନ)

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page