ଭୁବନେଶ୍ୱର, ୨୪.୪ : ଆର୍ଯ୍ୟସମାଜ, ଓଡ଼ିଶାର ଟ୍ରଷ୍ଟି, ନିଖିଳ ଉକ୍ରଳ କ୍ଷତ୍ରୀୟ ଖଣ୍ଡାୟତ ମହାସଂଘର ଉପଦେଷ୍ଟା ତଥା ପଦ୍ମଶ୍ରୀ ଶ୍ରୀମଦ୍ ବାବା ବଳିଆଙ୍କ ପ୍ରତି ସମର୍ପିତ ପ୍ରାଣ, ପୂର୍ବତନ ନାଉଗାଁ ହାଟର ପୋଷ୍ଟ ମାଷ୍ଟର ଭୀମସେନ ଜେନାଙ୍କର ଗତକାଲି ପ୍ରତୁ୍ୟଷରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ୮୯ବର୍ଷ ବୟସରେ କିଡିନ୍ ନିଷ୍କ୍ରିୟ ଯୋଗୁ ବିୟୋଗ ହୋଇଯାଇଛି । ସ୍ୱର୍ଗତ ଜେନା ଜଗତସିଂହପୁର ଜିଲ୍ଲା ନାଉଗାଁ ଅଞ୍ଚଳର ଜଣେ ପ୍ରତିଷ୍ଠିତ ମୁଖିଆ ଥିଲେ । ମୃତୁ୍ୟଶଯ୍ୟା ନିକଟରେ ତାଙ୍କ ସୁପୁତ୍ର ବାବା ପ୍ରଣବାନନ୍ଦ ଦାସ (ମନୁଭାଇ) ଉପସ୍ଥିତ ଥିଲେ । ସ୍ୱର୍ଗତ ଜେନାଙ୍କ ମରଶରୀରକୁ ତେଲେଙ୍ଗାପେଣ୍ଠସ୍ଥିତ ନୂଆଗଡ଼ଠାରେ ଥିବା ଶିଶୁ ଅନନ୍ତ ଆଶ୍ରମକୁ ନିଆଯାଇଥିଲା । ସେଠାରେ ପୂର୍ବତନ ସରପଞ୍ଚ ପିତବାସ ମହାପାତ୍ର, ବିଦ୍ୟାଲୋକର ସମ୍ପାଦକ ଶରତ ଚନ୍ଦ୍ର ରଥ, ନୂଆଗଡ଼ ଗ୍ରାମ୍ୟ କମିଟି ସଭାପତି ବିକ୍ରମ ଶତପଥୀ, ବାବା ରାଧେଶ୍ୟାମ ଦାସ (ରାଜୁଭାଇ) ପ୍ରମୁଖ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ସ୍ୱର୍ଗଦ୍ୱାର ଠାରେ ଅନ୍ତିମ ସଂସ୍କାର କାର୍ଯ୍ୟ ସମାପନ ହୋଇଥିଲା । ସ୍ୱର୍ଗତ ଜେନାଙ୍କ ଜ୍ୟେଷ୍ଠପୁତ୍ର ପ୍ରସନ୍ନ କୁମାର ଜେନା ମୁଖାଗ୍ନି ଦେଇଥିଲେ । ଅନ୍ୟ ଦୁଇ ପୁଅ ଅମୀୟ ଓ ଦିଲ୍ଲୀପ ଉପସ୍ଥିତ ଥିଲେ । ସ୍ୱର୍ଗତ ଜେନାଙ୍କ ବିୟୋଗ ଖବର ପାଇ ପଦ୍ମଶ୍ରୀ ଶ୍ରୀମଦ ବାବା ବଳିଆ, ପୂର୍ବତନ ବିଧାୟକ ଜ୍ୟୋତିଷ ଦାସ, ପ୍ରଶାନ୍ତ କୁମାର ମୁଦୁଲି, ବରିଷ୍ଠ କଂଗ୍ରେସ ନେତା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ବ୍ରହ୍ମ•ରୀ ଆନନ୍ଦ ଚୈତନ୍ୟ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।
(ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର)
୯୩୩୭୧୧୭୪୨୯