ବାଲିଅନ୍ତା,୧୪|୬(ଗୋବର୍ଦ୍ଧନ ଦାସ ): ଐତିହ୍ୟ ସ୍ଥଳି ଧଉଳି ଗୋପୀନାଥପୁର ମହିଳା ମହାସଂଘ ପକ୍ଷରୁ ୧0 ମ ରଜ ମହୋତ୍ସବ ପାଳିତ ହୋଇଯାଇଛି । ରଶ୍ମିପ୍ରଭା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମହୋତ୍ସବରେ ‘କାପୋକ’ର ଅଧକ୍ଷ ସଂଗ୍ରାମ କେଶରୀ ପାଇକରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ଭୁବନେଶ୍ବର ବ୍ଳକ ଅଧ୍ଯକ୍ଷା ନିରୁପମା ସାହୁ, ଶିକ୍ଷାବିତ ରଘୁନାଥ ମହାନ୍ତି, ସମାଜସେବୀ ବାମଦେବ ଗଜେନ୍ଦ୍ର ପ୍ରମୁଖ ଯୋଗଦେଇଥିଲେ l ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ପିଲା ଓ କୁମାରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ପିଠା, ମିଠା,ପାନ ଖାଇ ଦୋଳି ଖେଳିଲେ ।

ଗାଁ ର ପରମ୍ପରା କୁ ଉଜ୍ଜୀବିତ କରିଛି ଏହି ଗଣ ପର୍ବ ରଜ । ଆଗାମୀ ପୀଢି ପାଇଁ ଏହି ରଜ ପର୍ବ ପାଳନ ଆଗକୁ ଜାରି ରହିବ ବୋଲି ଆୟୋକ କହିଛନ୍ତି।ସେହିପରି ଧଉଳି ବିକାଶ ମଞ୍ଚ ପକ୍ଷରୁ ମଧ୍ୟ ଶାନ୍ତିସ୍ତୂପ ଧଉଳି ପାଦଦେଶ ଦୟାନଦୀ ପଠାରେ ଦ୍ଵିତୀୟ ରଜ ମହୋତ୍ସବ ପାଳିତ ହୋଇଯାଇଛି । ମଞ୍ଚର ଉପଦେଷ୍ଟା ରବୀନ୍ଦ୍ର ପାତ୍ର ଏବଂ ଆବାହକ ଚିନ୍ମୟ ରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ମହୋତ୍ସବରେ ଅତିଥି ଭାବେ ଅତିଥିଭାବେ କାପୋକର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ,ପୂର୍ବତନ ମନ୍ତ୍ରୀ ସମିର ଦାସ, ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ରଜ ମହୋତ୍ସବ ବିଭିନ୍ନତା ମଧ୍ୟରେ ଏକତା ସୃଷ୍ଟି କରେ ବୋଲି ଅଭିହିତ କରିଥିଲେ ।

ଏହି ଅବସର ଅବସରରେ ୩୦ ଟି ଦୋଳି ପ୍ରସ୍ତୁତି କରାଯାଇଥିବା ବେଳେ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀଙ୍କ ଅନ୍ତରା ଚକ୍ରବର୍ତ୍ତୀ ଟିମ୍ ଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରି ପରିବେଷଣ କରାଯାଇଥିଲା । ସେହିପରି ବାଳକାଟି ରଥିଜେମା କୁଆଖାଇ ନଦୀ ପଠାରେ କ୍ଲବ ଅରୁଣାଲୋକ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧୂମାଧାମରେ ପାଳନ କରାଯାଇଛି l ଉପରୋକ୍ତ ସ୍ଥାନ ମାନଙ୍କରେ ଯୁବତୀ ଓ ମହିଳା ମାନେ ଦୋଳି ଖେଳିବା ସହ ରଜ ପିଠା ଓ ପାନ ଖାଇ ଉତ୍ସାହର ସହ ପାଳନ କରିଥିଲେ l