କେଜି ରୁ ପିଜି ମାଗଣା ଶିକ୍ଷା” ଘୋଷଣା ଧୂଆଁବାଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦସହ ଉଚ୍ଚଶିକ୍ଷା ସଚିବଙ୍କୁ ଭେଟିଲା ଓଡିଶା ଅଭିଭାବକ ମହାସଙ୍ଘ

ଭୁବନେଶ୍ୱର ତା 6 ରିଖ l ମାନ୍ୟବର ମୁଖ୍ୟମନ୍ତ୍ରୀ କେଜି ରୁ ପିଜି ମାଗଣା ଶିକ୍ଷା ବୋଲି ଘୋଷଣା କରିବା ପରେ ସାରା ଓଡିଶାର ଅଭିଭାବକ ମାନେ ଅତ୍ୟନ୍ତ ଖୁସି ପ୍ରକଟ କରିଥିଲେ l ସମସ୍ତେ ଭାବି ଥିଲେ କି ଯେହେତୁ କେଜି ବୋଲି ଘୋଷଣା ହେଲl ତେଣୁ ଘରୋଇ ବିଦ୍ୟାଳୟ ବି ସବୁ ମାଗଣା ଲାଗୁ ହେବ l ଘରୋଇ ବିଦ୍ୟାଳୟ ଏବଂ ସବୁ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଅଭିଭାବକଙ୍କ ଉପରୁ ସମସ୍ତ ଆର୍ଥିକ ବୋଝ ହଟାଇ ଦିଆଯିବ l ଅଭିଭାବକମାନେ ଗଭୀର ଚିନ୍ତିତ, ନିରାଶ ଏବଂ କ୍ଷୁବ୍ଧ। ରାଜ୍ୟ ସାରା ଅଭିଭାବକମାନେ ଶିକ୍ଷାର ଚାପଗ୍ରସ୍ତ ଆର୍ଥିକ ବୋଝକୁ ଦୂର କରିବ ବୋଲି ଆଶା ବାନ୍ଧି ବସିଥିଲେ l ତଳ ସ୍ତରରେ ବାସ୍ତବତା ଏବଂ ଅଧିକାରୀଙ୍କ ବିବୃତ୍ତି ବ୍ୟାପକ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି   I  ସରକାରୀ ସ୍କୁଲଗୁଡ଼ିକରେ କୌଣସି କେଜି ବ୍ୟବସ୍ଥା ନାହିଁ।  ପୂର୍ବରୁ ଯୋଜନା ଅନୁଯାୟୀ ଅଙ୍ଗନୱାଡିରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପାଉଛନ୍ତି। ଘରୋଇ ସ୍କୁଲ ରେ ଇଂରାଜୀ ଓ ସରସ୍ୱତୀ ଶିଶୁ ମନ୍ଦିର ଭଳି ବିଭିନ୍ନ ପ୍ରାଇଭେଟ ସ୍କୁଲ ରେ ପଢ଼ୁଥିବା ପିଲାମାନଙ୍କ ଅଭିଭାବକମାନଙ୍କୁ ଏହି ଧାରଣା ଦିଆଯାଇଥିଲା ଯେ କେଜିରୁ ସମସ୍ତ ଫି ଛାଡ଼ କରାଯିବ। ଉଚ୍ଚଶିକ୍ଷା (+2 ଏବଂ +3 ସ୍ତରରେ ଓଡ଼ିଶାରେ ପ୍ରାୟ 296 ଡିଗ୍ରୀ କଲେଜ ଏବଂ 1700 ସରକାରୀ, ଏଡେଡ଼ , ବ୍ଲକ ଗ୍ରାଣ୍ଟ,କଲେଜ ପ୍ରବେଶ ଫି, ଡେଭଲପ ମେଣ୍ଟ ଫି,ଲିବର୍ଟି ଫିସ୍ |  ଛାତ୍ର ୟୁନିଅନ ଫିସ, ରେଜିଷ୍ଟ୍ରେସନ ଫି,ରେଡ୍ କ୍ରସ୍ ଫିସ୍,ଆନୁଆଲ ମେଣ୍ଟେନାସ ଫି, ଟ୍ୟୁସନ ଫି ଆଦି ଆଳରେ 15,000 ରୁ 25,000, ପର୍ଯ୍ୟନ୍ତ ଆଦାୟ କରୁଛନ୍ତ l ତେଣୁ ମହାସଂଘ ଆଜି ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ଭେଟି ବିସ୍ତୃତ ଆଲୋଚନା କରିଛି l ଖୁବ ଶୀଘ୍ର ସ୍ୱତନ୍ତ୍ର ନିର୍ଦେଶନାମା ଜାରି କରି ସବୁ ଦ୍ଵନ୍ଦ ଦୂର କରିଦେଆଯିବ ବୋଲି ସେ କହିଛନ୍ତି l ପୂର୍ବରୁ ମୁଖ୍ୟମନ୍ତ୍ରୀ ଙ୍କୁ ଫେରାଦ ହୋଇ  ଚିଠି ଲେଖି ମହାସଂଘ    ୭ ଦିନ ମଧ୍ୟରେ ନିର୍ଦେଶ ଜାରି ଜାରି କରନ୍ତୁ ଯାହା ଦ୍ୱାରା ସରକାରୀ ବେସରକାରୀ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅଭିଭାବକଙ୍କଠାରୁ କୌଣସି ଫି ଆଦାୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ମହାସଂଘ ଦାବୀ ଜଣାଇଇଛି l ଏହି ନିର୍ଦେଶ ସଠିକ କାର୍ଯ୍ୟକାରୀ ନେଇ ତଦାରଖ କମିଟି ଗଠନ ସଠିକ୍ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା, ପାଣ୍ଠିର ବିନିଯୋଗ ରୋକିବା ଏବଂ ପିତାମାତା ଏବଂ ଅନୁଷ୍ଠାନଗୁଡ଼ିକର ଅଭିଯୋଗର ସମାଧାନ କରିବା ପାଇଁ ଅଭିଭାବକ (OAM), ଛାତ୍ର, ଶିକ୍ଷାବିତ୍ ଏବଂ ଅଧିକାରୀଙ୍କ ପ୍ରତିନିଧିମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ତଦାରଖ କମିଟି ଗଠନ କରନ୍ତୁ ଓ ଅଭିଭାବକମାନଙ୍କୁ ପ୍ରକୃତ ଆଶ୍ୱସ୍ତି ପ୍ରଦାନ କରନ୍ତୁ ବୋଲି ମହାସଂଘ ସଭାପତି ବାସୁଦେବ ଭଟ୍ଟ ଓ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page