‘ଦୂରଦର୍ଶୀ’ର ଅଷ୍ଟାଦଶ ସ୍ୱନକ୍ଷତ୍ର ସମାରୋହ-୨୦୨୬ ଓଡ଼ିଆ ଭାଷା ଆମ ପରିଚୟ

ଭୁବନେଶ୍ୱର,୨୯/୭: ମାସିକ ସମ୍ବାଦଭି ିକ ପତ୍ରିକା ‘ଦୂରଦର୍ଶୀ’ର ଅଷ୍ଟାଦଶ ସ୍ୱନକ୍ଷତ୍ର ଦିବସ ଅବସରରେ ଜୟଦେବ ଭବନରେ ଆୟୋଜିତ ସମାରୋହରେ ମୁଖ୍ୟଅତିଥି ଭାବେ ଜାତୀୟ ମାନବାଧିକାର କମିଶନର ସଦସ୍ୟ ଜଷ୍ଟିସ୍ ବିଦୁ୍ୟତ୍ ରଞ୍ଜନ ଷଡ଼ଙ୍ଗୀ ଯୋଗଦେଇ କହିଛନ୍ତି, ଓଡ଼ିଆ ଭାଷା ଆମ ପରିଚୟ । ସେହି ଭାଷାକୁ ଆଗକୁ ନେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ । ଓଡ଼ିଆ ଭାଷା ଏକ ବଡ଼ ଦୁର୍ଦ୍ଦିନରେ ଗତି କରୁଛି । ଆମକୁ ଏହି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ । ଓଡ଼ିଆ ଭାଷା ପାଇଁ ଆମକୁ ଆଗକୁ ଆସିବାକୁ ହେବ । ଜୀବନର ପ୍ରତ୍ୟେକଟି କାର୍ଯ୍ୟରେ ସମାଜପ୍ରତି ସେବା ମନୋଭାବ ରହିବା ଜରୁରୀ । ଦୂରଦର୍ଶୀ ଏ ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଜଷ୍ଟିସ ଷଡ଼ଙ୍ଗୀ ଏହି ଅବସରରେ ‘ଦୂରଦର୍ଶୀ ଡିଜିଟାଲ ଲାଇଭ’ର ଉନ୍ମୋଚନ କରିଥିଲେ । ବରେଣ୍ୟ ଅତିଥି ଭାବେ ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ ଯୋଗଦେଇ ସଂଘର୍ଷ ଭିତରେ ଜୀବନ ହିଁ ସଫଳତାର ସ୍ୱାଦ ପାଇଥାଏ ବୋଲି କହିଥିଲେ । ନିଜ ଜୀବନରେ କିଭଳି ସେ ସଂଘର୍ଷ ଭିତରୁ ଆସିଛନ୍ତି ତାହା ବର୍ଣ୍ଣନା କରିଥିଲେ ଏବଂ ସମାଜରେ ଭଲ କାମ କରିବା ପାଇଁ ସମସ୍ତେ ଆଗକୁ ଆସିବାର ଆବଶ୍ୟକତା ରହିଥିବା ଉଲ୍ଲେଖ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ସତ୍ୟନାରାୟଣ ଆଚାର୍ଯ୍ୟ ଓଡ଼ିଆ ଭାଷାର ସୁରକ୍ଷା, ପ୍ରଚାର ଏବଂ ପ୍ରସାର ଲାଗି ଆହ୍ୱାନ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ‘ପ୍ରଗତିବାଦୀ’ର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତି୍ରପାଠୀ ବ ର୍ମାନର ସମୟରେ ସାମ୍ବାଦିକତା ଉପଯୁକ୍ତ ଓ ଚାପମୁକ୍ତ ହୋଇପାରୁନଥିବା ନେଇ ତାଙ୍କ ଉଦ୍ବେଗ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ‘ଦୂରଦର୍ଶୀ’ ବୁ୍ୟରୋଚିଫ୍ ପ୍ରସନ୍ନ ବିଷୋୟୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଦୂରଦର୍ଶୀର ସମ୍ପାଦକ ଦୁର୍ଗା ସାମନ୍ତରାୟ ଅଭିଭାଷଣ ଏବଂ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ସର୍ବଶ୍ରୀ ଧୀରେନ୍ଦ୍ର ନାଥ ମଲ୍ଲିକ, ଅଭିନେତା ପ୍ରୀତିରାଜ ଶତପଥୀ, ବରିଷ୍ଠ ସାମ୍ବାଦିକ ସନତ ମିଶ୍ର, ଶ୍ୱେତା ରାଉତ, ବିଜୟ ମଲ୍ଲ, ଅତିରିକ୍ତ ଏସ୍ସିପି ମାନସ ରଞ୍ଜନ ଗଡ଼ନାୟକ, ଅଧ୍ୟାପିତା ସବିତା ହୋତା, ଉମାକାନ୍ତ ଜେନା, ସତ୍ୟବାଦୀ ଦାସ, ରଞ୍ଜନ ମହାନ୍ତି, ନିହାର ରଞ୍ଜନ ମହାନ୍ତି, ଡଃ. ଗଣେଶ୍ୱର ମହନ୍ତ, ଗୁରୁ ପ୍ରଜ୍ଞା ପଟ୍ଟନାୟକ, ସଂକୀ ର୍ନ ମହାସଂଘ, ଓଡ଼ିଶା ଓ ଉକ୍ରଳ ବିକାଶ ପରିଷଦ, ଭୁବନେଶ୍ୱର, ଓଡ଼ିଶା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସର୍ବଶେଷରେ ଜଗନ୍ନାଥ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page