ଚିଲିକା,୨।୫:ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ବାଣପୁର ବ୍ଳକ ଏବଂ ବିଜ୍ଞାପିତ ପରିଷଦ ଅଞ୍ଚଳରେ ଶତକଡା ୯୬. ୩୩ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । ଗତ ବର୍ଷ ବାଣପୁରରେ ଶତକଡା ୯୭.୫୭ ଛାତ୍ରଛାତ୍ରୀ ସଫଳତା ହାସଲ କରିଥିଲେ । ଚଳିତ ବର୍ଷ ତିନୋଟି ଘରୋଇ ବିଦ୍ୟାଳୟ ସମେତ ୨୩ଟି ଉଚ୍ଚ ବିଦ୍ୟାଳୟ ର ସମୁଦାୟ ୧୯୩୭ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ତେବେ ୨୦୨୫ରେ ୨ଜଣ ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଚଳିତ ବର୍ଷ ମାତ୍ର ଜଣେ ଏ-୧ ଗ୍ରେଡ ହାସଲ କରିଛନ୍ତି । ଏ’ନେଇ ଅଭିଭାବକ ମହଲରେ ନୈରାଶ୍ୟ ପ୍ରକାଶ ପାଇଛି । ତେବେ ଏ-୨ରେ ୫୫, ବି-୧ରେ ୧୪୦, ବି-୨ରେ ୩୨୪ ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । ନାଚୁଣୀ ସ୍ଥ ଗୋଦାବରୀଶ ସରକାରୀ ହାଇସ୍କୁଲ ର ରୁପା ସେଣ ୫୪୦ ନମ୍ବର ରଖି ବ୍ଲକ ଟପର ହୋଇଛନ୍ତ. ଚଳିତ ବର୍ଷ ବାଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ବଡସିରେଇପୁର ର ସରକାରୀ ହାଇ ସ୍କୁଲ, ତୋରସିଂ ର ଖାରବେଳ ହାଇସ୍କୁଲ, ଓଡଗାଁ ର ବିଶ୍ୱମ୍ବର ବିଦ୍ୟାନିକେତନ ର ସମସ୍ତ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି