ନିଶା ମୁକ୍ତ ଓଡିଶା ,ଉଜୁଡା ସଂସାର ସଜଡ଼ା ଚିନ୍ତାରେ ସେବା ପ୍ରତିନିଧି

ବାଲିଅନ୍ତା / ଭୁବନେଶ୍ୱର ୦୪/୦୭(ଗୋବର୍ଦ୍ଧନ ଦାସ) :- ଯୁବ ପିଢ଼ି ବର୍ତ୍ତମାନ ନିଶାଦ୍ରବ୍ୟ ମାତ୍ରାଧିକ ଭାବେ ସେବନ କରି ଅଳ୍ପ ଦିନରେ ନିଶାଡ଼ିଆ ହୋଇ ବିଭିନ୍ନ ଚୋରି, ରାହାଜାନୀ ଆଦି ଅନେକ ଅପରାଧିକ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି । ଏପରି ଅନେକ ଘର ଉଜୁଡିବାରେ ଲାଗିଛି ।ନିଶା ଘରେ ଘରେ ବସା କରିବାକୁ ଲାଗିଲାଣି। ଏହାର ପ୍ରତିକାର ପାଇଁ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ କପିଳେଶ୍ଵରସ୍ଥ ଗଙ୍ଗୁଆ ଭୋଇ ସାହିରେ ସଂସାର ଉଜୁଡିବାରୁ ରକ୍ଷା ପାଇବା ନିମନ୍ତେ ଶ୍ରୀ ମିଶ୍ର ସାହିର ସମସ୍ତ ମହିଳାମାନଙ୍କୁ ଏକତ୍ର କରି ମଦ ହଟାଅ, ଉଜୁଡା ସଂସାର ସଜାଡ ନାରାଦେଇ ଥିଲେ । ଅରୁଣ କୁମାର ସ୍ଵାଇଁ, ଅଶୋକ କୁମାର ମହାରଣା, ଶୁଭେନ୍ଦୁ କୁମାର ରାଉତରାୟ, ଗୀତାଞ୍ଜଳି ସ୍ଵାଇଁ ଓ ଶ୍ରୀ ଲିଙ୍ଗରାଜ ଥାନାର ସବ୍ ଇନ୍ସପେକ୍ଟର ରବୀନ୍ଦ୍ର କୁମାର ଦାସ ପ୍ରମୁଖ ନିଶା ନିବାରଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ।ବିହାର, ଗୁଜରାଟ, କେରଳ ଇତ୍ୟାଦିରେ ଜନସାଧାରଣ ନିଶା ଠାରୁ ଦୂରରେ ରହି ଜୀବନକୁ ସରସ ସୁନ୍ଦର କରିବାକୁ ସଫଳ ହୋଇପାରୁଛନ୍ତି। ଅଥଚ ଓଡ଼ିଶାବାସୀ ଅଧିକାଂଶ ନିଶା ବ୍ୟବହାର କରି ୭୫ ଭାଗ ଅପରାଧ ଘଟାଇବାରେ ଲାଗିଛନ୍ତି। ଶାନ୍ତି ପରିବର୍ତ୍ତେ ଅଶାନ୍ତି ବୃଦ୍ଧି ହୋଇ ଚାଲିଛି।ଏହି ମଦ ନିଶାରୁ ନିବୃତ୍ତ ହେବା ପାଇଁ ଅଧିକ ସଂଖ୍ୟକ ମହିଳାମାନେ ଏକତ୍ରିତ ହୋଇ ମଦ୍ୟପାନକାରୀଙ୍କୁ ଫକୀରମୋହନଙ୍କ ପେଟେଣ୍ଟ ମେଡ଼ିସିନ ବ୍ୟବହାର କରିବାପାଇଁ ଏକତ୍ରିତ ହେବାକୁ ପରାମର୍ଶ ଦେଇଥିଲେ । ଏଥିରେ ସସ୍ମିତା ଭୋଇ, ସଚି ଭୋଇ, ଲବଙ୍ଗ ଦେଇ, ମଞ୍ଜୁ ଦେଇ, ସଞ୍ଜୁ ଦେଇ, ମାନ ଭୋଇ, ବାସନ୍ତୀ ଦେଇ, ବାସନ୍ତୀ ବେହେରା, ରଜି ଦେଇ , ସୁଷମା ଭୋଇ ଓ ଅନେକ ଭାଗ ନେଇଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page