ପାଞ୍ଚ ବର୍ଷ ଏକ ମାସର ଶାନ୍ତି ପୂର୍ଣ୍ଣ ଧାରଣାରେ ଲିଙ୍ଗରାଜ ପାସେଞ୍ଜର ହଲ୍ଟ

ବାଲିଅନ୍ତା ୦୫/୦୭ ଦିନେ ଦୁଇ ଦିନ ନୁହେଁ, ପାଞ୍ଚ ବର୍ଷ ଏକ ମାସ ଶାନ୍ତି ପୂର୍ଣ୍ଣ ଧାରଣାରେ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ପାଞ୍ଚ ବର୍ଷ ଏକ ମାସ ଧରି ଲିଙ୍ଗରାଜ ପାସେଞ୍ଜର ହଲ୍ଟରେ ଧାରଣା ଦିଆଯାଉଛି। ଧାରଣାର ମୁଖ୍ୟ ପ୍ରସଙ୍ଗ… ମହାପ୍ରଭୁ ଲିଙ୍ଗରାଜଙ୍କ ନାମରେ ଟ୍ରେନ ନାମକରଣ କରାଯାଉ। ଯେପରି ଧଉଳି ଓ ତିରୁପତି।ଏହି ହଲ୍ଟଟିକୁ ଷ୍ଟେସନର ମାନ୍ୟତା ମିଳୁ। ଯେପରି ଦିଲ୍ଲୀ ମୁମ୍ବାଇ ଇତ୍ୟାଦି ମୁଖ୍ୟ ଷ୍ଟେସନ ପାଖ ଷ୍ଟେସନଗୁଡିକୁ ମାନ୍ୟତା ଦିଆଯାଇଛି। ଦୂରଗାମୀ ଟ୍ରେନଗୁଡିକ ଲିଙ୍ଗରାଜ ଷ୍ଟେସନ ନିକଟରେ ରଖାଯାଉ। ତଦ୍ଵାରା ଲିଙ୍ଗରାଜ ପାସେଞ୍ଜର ହଲ୍ଟ ନିକଟରେ ଲିଙ୍ଗରାଜ ମନ୍ଦିର, ଧଉଳି, ଖଣ୍ଡଗିରି, ରାଜାରାଣୀ ମନ୍ଦିର ଇତ୍ୟାଦି ଦର୍ଶନୀୟ ସ୍ଥାନଗୁଡିକୁ ଦେଶ ବିଦେଶର ଯାତ୍ରୀ ସହଜରେ ଯିବା ଆସିବା କରିବାର ପାଇଁ ସହଜ ଓ ସୁବିଧାଜନକ ହେବ ତଥା ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ଯାତ୍ରୀ ଭିଡ଼ ମଧ୍ୟ କମ୍ ହେବ।

ଲିଙ୍ଗରାଜ ପାସେଞ୍ଜର ହଲ୍ଟ ନିକଟରେ ପାଞ୍ଚ ଟଙ୍କିଆ ଆହାର କେନ୍ଦ୍ର ଖୋଲା ଗଲେ ଲୋକ ହାଟ, ଡାକ୍ତରଖାନା, ଥାନା ,ମହତାବ ହାଟ ପ୍ରଭୃତି ଅଞ୍ଚଳର ଲୋକମାନେ ଏହାର ଉପକାର ପାଇପାରିବେ। ଅଟୋ ଷ୍ଟାଣ୍ଡ, ଛୋଟ ପିଲାମାନଙ୍କୁ ମାଆ ଖୀର ଦେବା ଗୃହ, ଶୌଚାଳୟ, ଦୂରଦୂରାନ୍ତକୁ ଯାତାୟାତ ନିମନ୍ତେ ଟିକେଟ ସଂରକ୍ଷଣ ଗୃହର ବ୍ୟବସ୍ଥା କରାଯାଉ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ରେଳ ମନ୍ତ୍ରୀ ଅଶ୍ଵିନୀ କୁମାର ବୈଷ୍ଣବ ଏଥିରେ ସହଯୋଗର ହାତ ବଢ଼ାଇଛନ୍ତି। ତତ୍ ସହିତ ଏଥି ପ୍ରତି ଦୃଷ୍ଟି ଦେବାକୁ ଶ୍ରୀ ମିଶ୍ରଙ୍କ ସହିତ ରଙ୍କନିଧି ପଟ୍ଟନାୟକ ଡଃ ସୁଦର୍ଶନ ବଳିଆରସିଂ, ଦାମୋଦର ସାମନ୍ତରାୟ, ଗିରିଜା ଶଙ୍କର ମହାପାତ୍ର, ଶୁଭେନ୍ଦୁ ରାଉତରାୟ, ଦୁର୍ଗା ପ୍ରସାଦ ଦାସ, କୈଳାସ ପାତ୍ର ସତ୍ୟନାରାୟଣ ସାମନ୍ତସିଂହାର, ରଘୁନାଥ ପଟ୍ଟନାୟକ, ଏମ୍ ଏନ୍ ପାଣିଗ୍ରାହୀ ଏମ୍ ମଲ୍ଲିକ, ସନ୍ତୋଷ କୁମାର ବେହେରା, ଗୋବିନ୍ଦ ମଲ୍ଲିକ୍ଓ ଅନେକ ଅନୁରୋଧ କରିଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page