ପ୍ରତାପଶାସନ ପଞ୍ଚାୟତ ଜଳମଗ୍ନ ଅଞ୍ଚଳ ଦେଖିଲେ ତହସିଲ ପ୍ରଶାସନ ଏବଂ ଡ୍ରେନେଜ ବିଭାଗ

ବାଲିଅନ୍ତା,୬|୭(ଗୋବର୍ଦ୍ଧନ ଦାସ):ଲଗାଣ ବର୍ଷାର ପ୍ରଭାବରେ ବାଲିଅନ୍ତା ବ୍ଲକ ପ୍ରତାପଶାସନ ପଞ୍ଚାୟତର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ପ୍ରାୟ ୪0 ରୁ ଅଧିକ ପରିବାର ଜଳବନ୍ଦୀ ହୋଇରହିଛନ୍ତି l ଲୋକେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଯାତାୟାତ କରି କଲବଲ ହେଉଥିବା ଦେଖାଯାଇଛି l ଏହାକୁ ଦୃଷ୍ଟିରେ ରଖି ଆଜି ପୂର୍ବାହ୍ନ ପ୍ରାୟ ୧୧ ଟାରେ ବାଲିଅନ୍ତା ତହସିଲଦାର ଲିଲନ ପ୍ରସାଦ ସାହୁ, ଡ୍ରେନେଜ ବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀ ଗୀତାଞ୍ଜଳି ବେହେରା, ସହକାରୀ ଯନ୍ତ୍ରୀ ବନିତା ସାହୁ, ତହସିଲ ସୁପରଭାଇଜର ଅମରେନ୍ଦ୍ର ମହାରଥା, ରାଜସ୍ବ ନିରୀକ୍ଷକ ରଶ୍ମି ରଞ୍ଜନ ସାହୁ ପ୍ରମୁଖ ନନ୍ଦଘରଭୋଇସାହି, ବସନ୍ତପେଡି, ମଲ୍ଲିକସାହି, ରଙ୍ଗଣୀସାହି, ଜାଗେଶ୍ୱରୀ କଲୋନୀ ଆଦି ଜଳବନ୍ଦୀ ସାହିକୁ ବୁଲି ଦେଖିଥିଲେ l ରଙ୍ଗଣୀସାହି ଓ ମଲ୍ଲିକସାହିରେ ବିଦ୍ୟୁତ ମଟର ଲଗାଇ ବର୍ଷାଜଳକୁ ଅନ୍ୟତ୍ର ନିଷ୍କାସିତ କରାଯାଇଥିଲା l ସେହିପରି ନନ୍ଦଘରଭୋଇସାହି ଓ ବସନ୍ତପେଡି ଗ୍ରାମର ବର୍ଷାଜଳ ନିଷ୍କାସନ ନିମନ୍ତେ ପୁରୀ ମୁଖ୍ୟକେନାଲ ଅପରପାର୍ଶ୍ୱରେ ପୋତି ହୋଇଥିବା ଡ୍ରେନକୁ ସଫା କରିବାପାଇଁ ଡ୍ରେନେଜ ବିଭାଗକୁ ପରାମର୍ଶ ଦେଇଥିଲେ l ଆସନ୍ତକାଲି ତାହା ସଫା କରାଯିବ ବୋଲି ବିଭାଗ କହିଛନ୍ତି l ସେହିପରି ଜାଗେଶ୍ୱରୀ କଲୋନୀରେ ବର୍ଷାଜଳ ନିଷ୍କାସନ ନିମନ୍ତେ କୌଣସି ସ୍ଥାୟୀ ବ୍ୟବସ୍ଥା ନଥିବାରୁ ସମ୍ଭବ ହୋଇନଥିଲା l ଏହି ସ୍ଥାନରେ କିଛି ଲୋକେ ଜଳ ନିଷ୍କାସନ ପଥ ଅବରୋଧ କରିଛନ୍ତି l କିଏ ଘର କରିଛି ତ କିଏ ଜବରଦଖଲ କରି ବ୍ୟବସାୟୀକ ପ୍ରତିଷ୍ଠାନ କରିଛନ୍ତି l ଫଳରେ ବର୍ତମାନ ପରିସ୍ଥିତିରେ ଏହାକୁ ଉଛେଦ କରିବା ସମ୍ଭବ ନୁହେଁ l ପରିସ୍ଥିତି ଅଣାୟତ ହେଲେ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଅଧିକାରୀ ମାନେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page