ବାଳକାଟିର ଗର୍ବ ଓ ଗୌରବ ୨ ଭଉଣୀ ନନ୍ଦିତା ଓ ବନ୍ଦିତା

ବାଲିଅନ୍ତା,୨୨|୫():ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଅଧିନ ବାଳକାଟି ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ୨ ଭଉଣୀ ନନ୍ଦିତା ଓ ବନ୍ଦିତା l ସଦ୍ୟ ପ୍ରକାଶିତ ଯୁକ୍ତ ୨ ପରୀକ୍ଷା ଫଳାଫଳରେ ଶତକଡା ୯0 ଭାଗରୁ ଅଧିକ ନମ୍ବର ରଖି କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି ଏହି ୨ ଭଉଣୀ l ବିଜୟ କୁମାର ସାହୁ ଓ ମାଳତୀ ସାହୁଙ୍କ ୨ ଝିଅ ନନ୍ଦିତା ଓ ବନ୍ଦିତା ଆଜି ତାଙ୍କର ଏହି ସଫଳତାର ଶ୍ରେୟ ବିଜେବି ବିଦ୍ୟାଳୟ ଓ ପ୍ରୟାସ, ତପୋବନ କୋଚିଂ ସେଣ୍ଟରର ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ବାପା, ବୋଉ ଗୁରୁଜନ ମାନଙ୍କୁ ଦେଇଛନ୍ତି l ଉଭୟ ଦିନକୁ ୬ ରୁ ୮ ଘଣ୍ଟା ପରିଶ୍ରମ କରନ୍ତି l

ନନ୍ଦିତା ବିଜେବି କଲେଜରେ ବିଜ୍ଞାନ ବିଭାଗରେ ଅଧ୍ୟୟନ କରିଥିବା ବେଳେ ସଦ୍ୟ ପ୍ରକାଶିତ ଫଳାଫଳରେ ୬00 ରୁ ୫୮0 ଶତକଡା ୯୬.୬୬ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି l ସେ କଲେଜରେ rank ୬ ରେ ଥିବା ବେଳେ ସମଗ୍ର ବାଲିଅନ୍ତା ବ୍ଲକରେ ପ୍ରଥମ ସ୍ଥାନରେ ରହିଛନ୍ତି l ନନ୍ଦିତା ମଧ୍ୟ ଗତ ୨0୨୨/୨୩ ଶିକ୍ଷାବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ୫୬୭(ଏ-୧) ନମ୍ବର ରଖି ବ୍ଲକ ଟପର ହୋଇଥିଲେ l ସେହିପରି ବନ୍ଦିତା ମଧ୍ୟ ବିଜେବି କଲେଜରେ ଅଧ୍ୟୟନ କରୁଥିବା ବେଳେ କଳା ପରୀକ୍ଷାରେ ୬00ରୁ ୫୬୫ ଶତକଡା ୯୪.୧୬ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି l ବନ୍ଦିତା ମଧ୍ୟ ୨0୨୨/୨୩ ରେ ମାଟ୍ରିକ ପରୀକ୍ଷାରେ ୫୨୧ ନମ୍ବର ରଖି ସୁନାମ ଅର୍ଜନ କରିଥିଲେ l ଏହି ୨ ଭଉଣୀ ଆଜି ତାଙ୍କର ଏହି ସଫଳତା ପାଇଁ ଅଞ୍ଚଳକୁ ଗୌରବାନ୍ୱିତ କରିଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page