ଭରୁଆମୁଣ୍ଡା ରେ ଅଷ୍ଟ ପ୍ରହର ଅଖଣ୍ଡ ନାମ ଯଜ୍ଞ ଉଦଯାପିତ

ମହିଳା ସ୍ବେଚ୍ଛାସେବୀ ସମ୍ଭାଲିଲେ ଆନନ୍ଦ ବଜାର

କଳାହାଣ୍ଡି, ୨୮|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଭରୁଆ ମୁଣ୍ଡା ଗ୍ରାମରେ ଅଷ୍ଟପ୍ରହର ଅଖଣ୍ଡ ନାମଯଜ୍ଞ ଶୁକ୍ରବାର ଉଦଯାପିତ ହୋଇ ଯାଇଛି। ବୁଧବାର କଳସ ଯାତ୍ରା ଅନୁଷ୍ଠିତ ହୋଇ ,ରାତ୍ର ରେ ବେଦ ବିଧି ରେ ଅଧିବାସ ପୂଜନ କାର୍ଯ୍ୟ ସମ୍ପାଦିତ ହୋଇ ଥିଲା। ଗୁରୁବାର ପ୍ରାତଃ ରୁ ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀ ପ୍ରଥମେ ନାମାରମ୍ଭ କରିଥିଲେ। ପରୀକ୍ଷିତ ବାଗ ଓ ଦେବକୀ ବାଗ କର୍ତ୍ତା ରୂପରେ, ଜ୍ୟୋତିର୍ବିଦ ଭୁପେଶ ତିୱାରୀ, ବେହେରା ଜଗନ୍ନାଥ ମନ୍ଦିର ପୂଜକ ମୋହନ ତିୱାରୀ, ପ୍ରଶାନ୍ତ ତିୱାରୀ ଓ ମିଥିଲେସ ତିୱାରୀ, ଧ୍ରୁବ ତିୱାରୀ ପୂଜକ ଭାବେ ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ। ଅଷ୍ଟ ପ୍ରହର ଅହରହ ନାମ ଗାନ ପାଇଁ ଛଅ ଟି ପ୍ରମୁଖ ସଙ୍କୀର୍ତ୍ତନ ଦଳ ଭାଗ ନେଇଥିଲେ ତନ୍ମଧ୍ୟରୁ ୩ ଟି ମହିଳା ସଙ୍କୀର୍ତ୍ତନ ଦଳ ଦର୍ଶକଙ୍କୁ ବିଶେଷ ଆକର୍ଷିତ କରି ରଖିଥିଲେ।କମିଟି ତରଫରୁ ଭକ୍ତଙ୍କ ପାଇଁ ଅନ୍ନଛତ୍ର ର ବ୍ୟବସ୍ଥା କରାଯାଇଥିବା ବେଳେ ଶୁକ୍ରବାର ନାମସମ୍ପନ, ନଗର ପରିକ୍ରମା, ଦଧିହାଣ୍ଡି ଭଗ୍ନ ଓ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇ ନାମଯଜ୍ଞ ଉଦଯାପିତ ହୋଇଥିଲା। ନାମଯଜ୍ଞ କମିଟିର ସଭାପତି ଜମ୍ବୁଧର ବାଗ, ସମ୍ପାଦକ ଭାରତ ନିଏଲ, କୋଷାଧ୍ୟକ୍ଷ ହିରାଲାଳ ନିଏଲ୍ , ଉପସଭାପତି ଲମ୍ବୋଦର ନିଏଲ, ସହ ସମ୍ପାଦକ ମହେଶ କୁମାର ବାଗ, ସହ କୋଷାଧ୍ୟକ୍ଷ ଥବିର ଚନ୍ଦନ, ଗୌରଚନ୍ଦ୍ର ବାଗ, କୃଷ୍ଣ ବାଗ, ସମେତ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ, ଗ୍ରାମର ଶତାଧିକ ଭକ୍ତ ସହଯୋଗ କରେ ଥିବା ବେଳେ ମହିଳା ସ୍ବେଚ୍ଛାସେବୀ ମାନେ ଆନନ୍ଦ ବଜାର ରେ ଭୋଗ ବଣ୍ଟନ ଦାୟିତ୍ଵ ରେ ରହି ସେବା ପ୍ରଦାନ କରୁଥିବା ଅଞ୍ଚଲରେ ନାମ ଯଜ୍ଞ ରେ ପ୍ରଥମ କରି ଦେଖିବାକୁ ମିଳିଥିଲା।

କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page