ଭାରତୀୟ ନ୍ୟାୟ ସଂହିତା ଉପରେ ବେଗୁନିଆ ଥାନା ତରଫରୁ ବିଭିନ୍ନ ବିଦ୍ୟାଳୟରେ ପ୍ରତିଯୋଗୀତା l

ଚିଲିକା,୨୭।୪:-ବେଗୁନିଆ ଥାନା ତରଫରୁ ଥାନା ଅଧିକାରୀ କାହ୍ନୁଚରଣ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ବୋଲଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ସହଯୋଗରେ ବେଗୁନିଆ ବୋଲଗଡରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଭାରତୀୟ ନ୍ୟାୟସଂହିତା ପ୍ରସଙ୍ଗ ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବୋଲଗଡ ମଣ୍ଡଳ ଅନ୍ତର୍ଗତ ପିଚୁକୁଳିର ପ୍ରଧାନଶିକ୍ଷକ ସୁଧୀର କୁମାର ସେଠୀ, ଦେଉଳିସ୍ଥିତ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି ଦେଇ ଏବଂ ବେଗୁନିଆସ୍ଥିତ ପିଏମଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ସ୍ମୃତିସ୍ମିତା ବେହେରାଙ୍କୁ ଭାରତୀୟ ନ୍ୟାୟ ସଂହିତା ପ୍ରସଙ୍ଗ ଉପରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗୀତା କରିବା ପାଇଁ ଥାନା ଅଧିକାରୀ ଶ୍ରୀ ସ୍ୱାଇଁଙ୍କ ଅନୁରୋଧ କ୍ରମେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ନିର୍ଦେଶ ଦେଇଥିଲେ l

ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଆଇନ ଓ ସାକ୍ଷରତା ସଚେତନତା ନିମିତ୍ତ ହୋଇଥିବା ପ୍ରତିଯୋଗିତାରେ ବେଗୁନିଆ ଥାନା ଅଧିକାରୀ ଶ୍ରୀ ସ୍ୱାଇଁ ଏବଂ ତାଙ୍କ ସହକର୍ମୀ ମନୋଜ କୁମାର ଶତପଥୀ, ସଞ୍ଜୟ କୁମାର ପାତ୍ର, ଜଗନ୍ନାଥ ସେଠୀ ଓ ପ୍ରଦୀପ କୁମାର ବେହେରା ସମ୍ପୃକ୍ତ ବିଦ୍ୟାଳୟର ବିଦ୍ୟାର୍ଥୀଙ୍କୁ ଆଇନ ସଚେତନତା ଉପରେ ଆଲୋକପାତ କରିବା ସହ ପ୍ରତି ବିଭାଗର ତିନି ଜଣ କରି ସମୁଦାୟ ୧୮ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ କରି ଥାନା ଅଧିକାରୀ ଛାତ୍ରଛାତ୍ରୀ ମାନଙ୍କୁ ଆଇନ ଉପରେ ସଚେତନ କରିଥିବାରୁ ଶ୍ରୀ ସ୍ୱାଇଁ ଙ୍କ ପ୍ରତି ଛାତ୍ରଛାତ୍ରୀ ତଥା ଛାତ୍ର ଅଭିଵାବକ ମାନେ ଖୁସି ବ୍ୟକ୍ତ କରିଛନ୍ତି।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page