ସୁଦର୍ଶନ ଦାରୁପୀଠରେ ଉମା ମାର୍ଶାଲ ଆର୍ଟ ସ୍କୁଲ ପକ୍ଷରୁ ଛାତ୍ର ଛାତ୍ରୀମାନଙ୍କୁ ସମ୍ୱର୍ଦ୍ଧନା

ବାଲିଅନ୍ତା, ୨୮/୬: ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ପବିତ୍ର ସୁଦର୍ଶନ ଦାରୁ ପୀଠରେ ଆୟୁଷ କ୍ୟାରେଟ ଏକାଡେମୀ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ଜାତୀୟସ୍ତରୀୟ ଇ କରାଟେ ପ୍ରତିଯୋଗିତାରେ ବିଜେତା ହୋଇଥିବା ଛତ୍ର ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ସହ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଚ ପଦକ ପ୍ରଦାନ କରାଯାଇଛି । ଏକ ଭବ୍ୟ ସମାରୋହରେ ଅତିଥି ରୂପେ ଯୋଗଦେଇ ଶିକ୍ଷାବିତ୍ ବିଧୁଭୂଷଣ ପଟ୍ଟନାୟକ, ସମାଜସେବୀ ରଞ୍ଜନ କୁମାର ମହାପାତ୍ର, ପ୍ରକୁତିବନ୍ଧୁ ଦିନବନ୍ଧୁ ଭୋଇ, ପ୍ରିୟବ୍ରତ ପାତ୍ର, ବ୍ରଜକିଶୋର ଠକ୍କର, ଅନିଲ ସ୍ୱାଇଁ, ରଞ୍ଜିତ ମହାରଣା ଓ ଲକ୍ଷ୍ମଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଶିକ୍ଷକ ଉମାକାନ୍ତ ବେହେରା ଦ୍ୱାରା ପରିଚାଳନା କରାଯାଇଥିଲା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page