ରାଷ୍ଟ୍ରୀୟ କଳାମଞ୍ଚ ର ରାଜ୍ୟସ୍ତରୀୟ ପ୍ରତିଭା ସଙ୍ଗମ ଅନୁଷ୍ଠିତ

ଭୁବନେଶ୍ୱର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଗତିବିଧି ରାଷ୍ଟ୍ରୀୟ କଳାମଞ୍ଚ ର ରାଜ୍ୟସ୍ତରୀୟ ପ୍ରତିଭା ସଙ୍ଗମ ଓଡ଼ିଶାର ରାଜଧାନୀ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଆରମ୍ଭ ହୋଇଯାଇଛି। ପ୍ରତିଭା ସଙ୍ଗମ ଆଗାମୀ ୨୧ ତାରିଖ ପର୍ୟ୍ୟନ୍ତ ଚାଲିବ। ଏଥିରେ ଓଡ଼ିଶାର ସାଂଗଠନିକ ୩୭ଟି ଜିଲ୍ଲାର କୋଣ ଅନୁକୋଣରେ ଥିବା ପ୍ରତ୍ୟେକ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସ୍ତରରୁ ୧୦୦୦ ରୁ ଉର୍ଦ୍ଧ୍ବ ସଂଖ୍ୟାରେ ବଛା ବଛା ଦକ୍ଷ ପ୍ରତିଯୋଗୀ ଭାଗ ନେବା ନିମନ୍ତେ ମନ୍ଦିରମାଳିନୀ ଭୁବନେଶ୍ବର ସହରକୁ ଛୁଟି ଆସିଛନ୍ତି। ପ୍ରତିଭା ସଙ୍ଗମ ହେଉଛି ସୁପ୍ତ ତଥା ଲୁକ୍କାୟିତ ଭାବେ ପ୍ରତ୍ୟେକ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା, ପରାକ୍ରମକୁ ଏକ ରାଷ୍ଟ୍ର ସ୍ତରର ମଞ୍ଚରେ ଉପସ୍ଥାପନ କରିବାର ଏକ ମାଧ୍ୟମ। ୨୦୦୬ ମସିହାରୁ ରୁ ପ୍ରତିଭା ସଙ୍ଗମ ଆରମ୍ଭ ହୋଇ ବର୍ତ୍ତମାନ ପର୍ୟ୍ୟନ୍ତ ଚାଲୁଅଛି। ଏହି ପ୍ରତିଭା ସଙ୍ଗମ ପ୍ରତ୍ୟେକ 2 ବର୍ଷରେ ଥରେ ହୁଏ। ରାଷ୍ଟ୍ରୀୟ କଳାମଞ୍ଚ, ପ୍ରତିଭା ସଙ୍ଗମର ତିନୋଟି ଲକ୍ଷ୍ୟ ରହିଛି ; ପ୍ରଶିକ୍ଷଣ, ପ୍ରତିଯୋଗିତା ଏବଂ ପ୍ରଦର୍ଶନ। ଏହି ରାଷ୍ଟ୍ରୀୟ କାର୍ୟ୍ୟକ୍ରମର ସ୍ୱରୂପ ପ୍ରତିଭା ସଙ୍ଗମରେ ବିଶିଷ୍ଟ ସାହିତ୍ୟିକ, ଅଭିନେତା, ଅଭିନେତ୍ରୀ, କଣ୍ଠଶିଳ୍ପୀ, ସିନେମା ପ୍ରଯୋଜକ ଆଦି ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ମାର୍ଗଦର୍ଶନ ଦେଖାଇଥାନ୍ତି। ଆଜି ଏହାର ଉଦଘାଟନୀ ସତ୍ର ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ସତ୍ରରେ ବିଶିଷ୍ଟ ଅଭିନେତା ସମରେଶ ରାଉତରାୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଏହା ସହ ମୁଖ୍ୟ ଅତିଥି ରୂପେ ଚିତ୍ତ ରଞ୍ଜନ ତ୍ରିପାଠୀ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ରୂପେ ଏବିଭିପି ରାଷ୍ଟ୍ରୀୟ ମହାମନ୍ତ୍ରୀ ଯାଜ୍ଞବଳକ୍ୟ ଶୁକ୍ଳ ନିଜର ଅଭିଭାଷଣ ମାଧ୍ୟମରେ ପ୍ରତିଯୋଗୀ ଙ୍କୁ ଉତ୍ସାହିତ କରିଥିଲେ। ବିଶିଷ୍ଟ ଅତିଥି ରୁପେ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ବ୍ୟଙ୍ଗକାର ଜ୍ଞାନ ହୋତା, ହାସ୍ୟ ଅଭିନେତା ହରିହର ମହାପାତ୍ର, ଅଭିନେତା ସବ୍ୟସାଚୀ, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ପ୍ରାନ୍ତ ସଙ୍ଗଠନ ସମ୍ପାଦକ ବୈଲୋଚନ ସାହୁ, ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page