ଓଡ଼ିଶ ଗ୍ରାମରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ

ଭୁବନ: ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଖୁବ୍ ଧୂମଧାମରେ ପାଳନ କରାଯାଇଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ସାରା ପୃଥିବୀରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଓଡ଼ିଶ ଗ୍ରାମରେ ମଧ୍ୟ ଧୂମଧାମରେ ପାଳନ କରାଯାଇଥିବା ଦେଖାଯାଇଛି। ମାଉସୀମାଙ୍କ ଘରୁ ଚତୁର୍ଦ୍ଧାମୂର୍ତିଙ୍କୁ ଶ୍ରୀମନ୍ଦିର ଅଭିମୁଖେ ଯିବା ଲାଗି ରଥାରୂଢ଼ ବା ବାହୁଡ଼ା ଯାତ୍ରା ଅନୁଷ୍ଠିତ କରାଯାଇଥିବା ଦେଖିବାକୁ ମିଳିଥିଲା। ସକାଳୁ ଗ୍ରାମର ସମସ୍ତ ଭକ୍ତ ବା ଗ୍ରାମବାସୀ ମାଉସୀମା ଘରେ ଏକତ୍ରିତ ହୋଇ ଚତୁର୍ଦ୍ଧାମୂର୍ତିଙ୍କୁ ଗୋଟି ପହଣ୍ଡିରେ ନେଇ ରଥାରୂଢ଼ କରାଇଥିଲେ ଏବଂ ରଥଟଣା ଅନୁଷ୍ଠିତ ହୋଇଥିଲା। ଭକ୍ତମାନଙ୍କ ହରିବୋଲ, ହୁଳହୁଳି ଏବଂ ଘଂଟଘଂଟା ଧ୍ୱନୀରେ ପରିବେଶ ସଂପୂର୍ଣ୍ଣ ଭାବମୟ ହୋଇଉଠିଥିଲା। ଚତୁର୍ଦ୍ଧାମୂର୍ତିଙ୍କ ପୂଜାର୍ଚ୍ଚନା ତଥା ନୀତିକାନ୍ତି ସରିବା ପରେ ରଥଟଣା କରାଯାଇଥିବା ଦେଖିବାକୁ ମିଳିଥିଲା। ଗ୍ରାମର ସାହି କୁ ସାହି ରଥଯାତ୍ରା କରିବା ସହ ମନ୍ଦିର ନିକଟରେ ପ୍ରବେଶ କରାଯାଇଥିଲା। ଗ୍ରାମର ଲୋକମାନେ ବା ଭକ୍ତମାନେ ଏହି ଅବସରରେ ରଥାରୂଢ଼ ମହାପ୍ରଭୁଙ୍କ ଆର୍ଶିବାଦ ଭିକ୍ଷା କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page