ୟୁନିଟ 5 ଜଗନ୍ନାଥ ମନ୍ଦିର, ସୁନାବେଶରେ ଝଲସିଲେ ଚତୁର୍ଦ୍ଧା ମୂର୍ତ୍ତି

ଭୁବନେଶ୍ୱର ତା 25ରିଖ l ୟୁନିଟ 5 ଜଗନ୍ନାଥ ମନ୍ଦିରରେ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି l ଘୋଷଯାତ୍ରାର ବିଶେଷ ପର୍ଯ୍ୟାୟ ହରିଶୟନ ଏକାଦଶୀ ଉପଲକ୍ଷେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପୂଜାର୍ଚନା ଓ ରୀତିନୀତି ରଥ ଉପରେ ହିଁ ସମାପନ କରାଯାଇଛି l ବିଗ୍ରହ ମାନଙ୍କ ସୁନାବେଶ ପାଇଁ ସନ୍ଧ୍ୟା ପୂର୍ବରୁ ହିଁ ସନ୍ଧ୍ୟା ଆଳତୀ କରାଯାଇଥିଲା l ଏହା ପରେ ବିଗ୍ରହ ମାନଙ୍କୁ ଅବିକଳ ସ୍ଵର୍ଣ ସଦୃଶ ବିଭିନ୍ନ ଆଭୂଷଣରେ ସୁସଜ୍ଜିତ କରାଯାଇଥିଲା l ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ସହ ପୂଜାର୍ଚନା କରିଥିଲେ l ରାଜ୍ୟ ସଂସ୍କୃତି ବିଭାଗ ସୌଜନ୍ୟରେ ଭଜନ ପରିବେଷଣ କରାଯାଇଥିଲା l ସୁନାବେଶ ଦର୍ଶନ ସହ ଭଜନ କାର୍ଯ୍ୟକ୍ରମ ଶ୍ରଦ୍ଧାଳୁ ମାନେ ଉପଭୋଗ କରିଥିଲେ l ମନ୍ଦିର ପରିଚାଳନା କମିଟି ପକ୍ଷରୁ ପରିଶେଷରେ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l ଆସନ୍ତା କାଲି ଅଧରପଣା ନୀତି ଅନୁଷ୍ଠିତ ହେବ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page