ରତ୍ନବେଦୀକୁ ଫେରିଲେ ମହାବାହୁ
ଭୁବନେଶ୍ୱର ତା 27 ରିଖ l ୟୁନିଟ ୫ ଜଗନ୍ନାଥ ମନ୍ଦିରରେ ନୀଳାଦ୍ରି ବିଜେ ନୀତି ସମ୍ପର୍ଣ ହୋଇଛି l ନୀଳାଦ୍ରି ବିଜେ ପହଣ୍ଡି ପୂର୍ବରୁ ରଥ ଉପରେ ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ ନୀତି ହୋଇଥିଲା l ପହଣ୍ଡି ପାଇଁ ଚାରମାଳ ବନ୍ଧା ଯାଇଥିଲା lମଦନ ମୋହନ ଏବଂ ରାମକୃଷ୍ଣଙ୍କ ଚଳନ୍ତି ପ୍ରତିମାଙ୍କୁ ପ୍ରଥମେ ମନ୍ଦିରକୁ ଅଣl ଯାଇଥିଲା l ଏହା ପରେ ଶ୍ରୀସୁଦର୍ଶନ, ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମନ୍ଦିରରେ ବିଜେ ପାଇଁ ପହଣ୍ଡି ହୋଇଥିଲା। ଏହି ଅବସରରେ ପ୍ରଭୁ ଶ୍ରୀଜଗନ୍ନାଥ ଦେବୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଅର୍ପଣ କରି ମାନଭଞ୍ଜନ କରିଥା’ନ୍ତି। ରୀତିନୀତି ଅନୁଯାୟୀ, ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମା’ମହାଲକ୍ଷ୍ମୀ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ବାରଣ କରିଥାନ୍ତି। ଏହି ନୀତି ବେଶ ମନୋମୁଗ୍ଧକର ଥିଲା l ଯେହେତୁ ମହାପ୍ରଭୁ ତାଙ୍କୁ ସାଥ୍ରେ ଗୁଣ୍ଡିଚା ମନ୍ଦିରକୁ ନ ନେଇ ଯାଇଥିବାରୁ ତାଙ୍କ ଉପରେ ମା’ କ୍ରୋଧ ହୋଇଥାନ୍ତି। ମା’ଙ୍କ ମାନଭଞ୍ଜନ ପାଇଁ ପ୍ରଭୁ ତାଙ୍କୁ ରସଗୋଲା ପ୍ରଦାନ କରନ୍ତି। ଏହି ରୀତିନୀତି ପରେ ଚତୁର୍ଦ୍ଧା ମୂର୍ତ୍ତି ମନ୍ଦିର ଭିତରକୁ ପ୍ରବେଶ ସହ ରତ୍ନବେଦୀରେ ବିରାଜମାନ କରିଥିଲେ l ଏହି ଉପଲକ୍ଷେ ମନ୍ଦିର କମିଟି ପକ୍ଷରୁ ଉପସ୍ଥିତ ସମସ୍ତ ଭକ୍ତଙ୍କୁ ରସଗୋଲା ପ୍ରସାଦ ବଣ୍ଟନ କରାଯାଇଥିଲା l