ଓଡ଼ିଆ ଭାଷା ସାହିତ୍ୟ, ସାମ୍ବାଦିକତାର ମହାନ ବ୍ୟକ୍ତିତ୍ୱ ଥିଲେ ନୀଳମଣି ବିଦ୍ୟାରତ୍ନ

ଭୁବନେଶ୍ୱର ତା 26/07/26 ମହାନ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା, ସାହିତ୍ୟ, ସାମ୍ବାଦିକତାର ମହାନ ବ୍ୟକ୍ତିତ୍ୱ ନୀଳମଣି ବିଦ୍ୟାରତ୍ନଙ୍କ 102ତମ ଶ୍ରାଦ୍ଧବାର୍ଷିକ ସ୍ଥାନୀୟ ଜୟଦେବ ବିହାରସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡିଶା ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ତଥା ବିଜେଡି ସାଂସ୍କୃତିକ ସାମୁଖ୍ୟ ପକ୍ଷରୁ ବରିଷ୍ଠ ସାମ୍ବାଦିକ, ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନା ଓ ବିଜେଡି ସାଂସ୍କୃତିକ ସାମୁଖ୍ୟ ସଂଯୋଜକ, କବି ପ୍ରବୀର ମହାନ୍ତିଙ୍କ ଉପସ୍ଥିତରେ ପୁଷ୍ପମାଲ୍ୟ ଅର୍ପଣସହ ସ୍ମୃତିଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଓଡ଼ିଆ ଭାଷା, ସାହିତ୍ୟ, ସାମ୍ବାଦିକତାର ମୁଖ୍ୟ ପୁରୋଧା ସହିତ ସ୍ୱାଧୀନତା ସଂଗ୍ରାମର ଅଦ୍ୱିତୀୟ ବ୍ୟକ୍ତିତ୍ୱ ଥିଲେ ବୋଲି ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଥିଲେ l ଉତ୍କଳ ଦୀପିକା, ପ୍ରଜାବନ୍ଧୁ ପ୍ରମୁଖ ପତ୍ରିକାର ସମ୍ପାଦନ କରିବା ସହିତ ଉତ୍କଳ ସମ୍ମିଳନୀର ପରିକଳ୍ପନା କରିଥିଲେ l ଜଣେ ପ୍ରକୃତ ଦେଶପ୍ରେମୀ, ସାହିତ୍ୟିକ, ସମ୍ପାଦକ ପ୍ରମୁଖ ଥିଲେ ବୋଲି ପ୍ରବୀର ମହାନ୍ତି ମତରଖିଥିଲେ l ଉକ୍ତ ସ୍ମୃତିଚାରଣ କାର୍ଯ୍ୟକ୍ରମରେ ବରିଷ୍ଠ କବି, ଭାଷାପ୍ରାଣ କାମଦେବ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା l ଆଜିର ପୀଢ଼ି ତାଙ୍କ ପଦାଙ୍କ ଅନୁସରଣ କରିବାକୁ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ l ଅନ୍ୟ ସାରସ୍ୱତ ପ୍ରତିଭାମାନଙ୍କ ଭିତରେ ଲକ୍ଷ୍ମୀଧର ବେହେରା, ରମେଶ ପାତାଳ ସିଂ, ଗିରିଜା ଶଙ୍କର ମହାପାତ୍ର, ସଂଯୁକ୍ତା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିବା ସହ ସ୍ମୃତିଚାରଣ କରିଥିଲେ l ଅମିତ ପାଲ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page