*ଓଡ଼ିଶୀ ନୃତ୍ୟାନୁଷ୍ଠାନ ନୃତ୍ୟନିପୁଣା ପକ୍ଷରୁ କଲିକତାସ୍ଥିତ ବାଟା ହାଉସ୍ ଅଡିଟୋରିୟମଠାରେ ନୃତ୍ୟ ପରିବେଷଣ।

ମାହେଶ ତାଲା ନୃତ୍ୟ ତୀର୍ଥ ଦ୍ୱାରା ଆୟୋଜିତ ଗୁରୁ ନମନ ନୃତ୍ୟ ମହୋତ୍ସବ ୨୦୨୬ ରେ ନୃତ୍ୟନିପୁଣା ଅନୁଷ୍ଠାନ ତରଫରୁ ନୃତ୍ୟ ପରିବେଷଣ କରାଯାଇଥିଲା।
ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ପ୍ରତିମା ମିଶ୍ର ଏବଂ ଡଃ ପ୍ରିୟଙ୍କା ମିଶ୍ରଙ୍କ ସହିତ ତାଙ୍କର ଦୁଇ ଛାତ୍ରୀ ଅର୍ଚ୍ଚିତା ଏବଂ ସ୍ନେହାଶ୍ରୀ ସମବେତ ସମ୍ବଲପୁରୀ ନୃତ୍ୟ ରସରକେଲି ପରିବେଷଣ କରି ଉପସ୍ଥିତ ଦର୍ଶକମାନଙ୍କର ପ୍ରିୟଭାଜନ ହୋଇପାରିଥିଲେ। ନୃତ୍ୟନିପୁଣା ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ପ୍ରତିମା ମିଶ୍ରଙ୍କ ସୁପରିଚାଳନା କ୍ରମେ ଏବଂ ଡାଇରେକ୍ଟର ଡଃ ପ୍ରିୟଙ୍କା ମିଶ୍ର ଙ୍କ ପ୍ରଶିକ୍ଷଣ ଦ୍ବାରା , ସେମାନଙ୍କ ଦ୍ବାରା ପ୍ରସ୍ତୁତ ଦୁଇଗୋଟି ସମ୍ବଲପୁରୀ ନୃତ୍ୟକୁ ଦର୍ଶକମାନେ ଭୂୟସୀ ପ୍ରଶଂସା କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ପ୍ରତିମା ମିଶ୍ର ମାଡମ ଏବଂ ଡଃ ପ୍ରିୟଙ୍କା ମିଶ୍ର ମାଡମ ଦ୍ବେତ ନୃତ୍ୟରେ ରଙ୍ଗବତୀ ପରିବେଷଣ କରିଥିଲେ, ଏହି ନୃତ୍ୟର ତାଳେ ତାଳେ ପ୍ରେକ୍ଷାଳୟରେ କରତାଳିର ବର୍ଷା ହୋଇଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page