ଗଞ୍ଜାମରୁ ମୁଖ୍ୟମନ୍ତ୍ରୀ କରିବେ ନିର୍ବାଚନ ପ୍ରଚାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଗସ୍ତ କରି ପ୍ରଥମ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ । ବୁଧବାର ଗଞ୍ଜାମ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିବେ ନିର୍ବାଚନୀ ପ୍ରଚାର । ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ପ୍ରଥମେ ହିଞ୍ଜିଳି ଏବଂ ପରେ ଶେରଗଡ଼ ଦୁଇଟି ସ୍ଥାନରେ ନିର୍ବାଚନୀ ସାଧାରଣ ସଭାରେ ଯୋଗ ଦେବା କାର୍ୟ୍ୟକ୍ରମ ରହିଛି । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ୟ୍ୟକ୍ରମକୁ ନେଇ ଦଳୀୟ କର୍ମୀ, ନେତାଙ୍କ ମହଲରେ ବେଶ ଆନନ୍ଦ, ଖୁସି ଦେଖାଦେଇଛି । ପାଖେଇ ଆସୁଛି ନିର୍ବାଚନ । ଧୀରେ ଧୀରେ ଗରମ ହେବାରେ ଲାଗିଛି ରାଜନୈତିକ ପାଣିପାଗ । ପ୍ରଚାରକୁ ଜୋରଦାର କରିଛନ୍ତି ମୁଖ୍ୟ ଦୁଇ ରାଜନୈତିକ ଦଳ ବିଜେଡ଼ି ଓ ବିଜେପି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page