ରାସନ କାର୍ଡ ତାଲିକାରୁ କଟି ଯାଇପାରେ ୭୦ ଲକ୍ଷ ହିତାଧିକାରୀଙ୍କ ନାଁ

ରାସନ କାର୍ଡ ତାଲିକାରୁ କଟି ଯାଇପାରେ ୭୦ ଲକ୍ଷ ହିତାଧିକାରୀଙ୍କ ନାଁ । କାରଣ ରାଜ୍ୟରେ ୬୯ ଲକ୍ଷ ୪୯ ହଜାର ୯୮୦ ଜଣ ହିତାଧିକାରୀ ଏପର୍ଯ୍ୟନ୍ତ ଇ-କେୱାଇସି କରିନାହାନ୍ତି । ଅଗଷ୍ଟ ମାସରୁ ରାସନ କାର୍ଡ ପାଇଁ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ହେଲେ ବର୍ତ୍ତମାନ ରାଜ୍ୟରେ ସୁଦ୍ଧା ୬୯ ଲକ୍ଷ ୪୯ ହଜାର ୯୮୦ ଜଣ ଇ-କେୱାଇସି କରିନାହାନ୍ତି । ଏହା ଭିତରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ହିତାଧିକାରୀ ରହିଛନ୍ତି । ଜିଲ୍ଲାରେ ୫ ଲକ୍ଷ ୪୨ ହଜାର ୮୧ ଜଣ ଇ-କେୱାଇସି କରିନାହାନ୍ତି । କେବଳ ଗଞ୍ଜାମ ନୁହଁ, ମୟୂରଭଞ୍ଜ, ନବରଙ୍ଗପୁର, କଳାହାଣ୍ଡିରେ ୪ ଲକ୍ଷରୁ ଅଧିକ କରିନାହାନ୍ତି ଇ-କେୱାଇସି । ସବୁଠୁ ବଡ଼ କଥା ହେଉଛି ରାଜ୍ୟ ବାହାରେ ରହୁଥିବା ୯୪ ହଜାର ୬୫ ଜଣ ହିତାଧିକାରୀ ଇ-କେୱାଇସି କରିଛନ୍ତି । ନୂଆ ସରକାର ଆସିବା ପରେ ରାସନ ବଂଟନରେ ନୂଆ ନିୟମ ଆଣିବା ସହ ଇ-କେୱାସି ଅପଡେଟ୍ ବାଧ୍ୟତାମୂଳକ କରାଯାଇଥିବାରୁ ବିନା ଇ-କେୱାସିରେ ଲୋକମାନେ ରାସନ କାର୍ଡରେ ଚାଉଳ ଓ ଗହମ କୌଣସି ରାସନ ସାମଗ୍ରୀ ଦିଆଯିବ ନାହିଁ ବୋଲି ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି । ତେବେ ଇ-କେୱାସି ବାଧ୍ୟତାମୂଳକ ହୋଇଥିବାରୁ ବହୁ ଲୋକ ରାଜ୍ୟବାହାରେ ରହୁଥିବାରୁ ସେମାନେ ଇ-କେୱାସି କରିପାରିନାହାନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page