ଢେଙ୍କାନାଳ କଲ୍ଚରାଲ ଆସୋସିଏସନ ଭୁବନେଶ୍ୱର ପକ୍ଷରୁ ‘ଢେଙ୍କାନାଳ ଉତ୍ସବ-୨୦୨୪’ ପାଳିତ

dhenkanal cultural associatin bhubaneswar annual day held

ଭୁବନେଶ୍ୱର: ଢେଙ୍କାନାଳ କଲ୍ଚରାଲ ଆସୋସିଏସନ ଭୁବନେଶ୍ୱର ପକ୍ଷରୁ ‘ଢେଙ୍କାନାଳ ଉତ୍ସବ-୨୦୨୪’ ରବୀନ୍ଦ୍ର ମଣ୍ଡପରେ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟକ ସୀମାରାଣୀ ନାୟକ ଏବଂ ମୁଖ୍ୟବକ୍ତା ଭାବେ ବିଜେପି ନେତା ଗୋଲକ ମହାପାତ୍ର ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଢେଙ୍କାନାଳର ସାହିତ୍ୟିକ ଉଦ୍ଧବ ଚରଣ ନାୟକ ଓ଼ ଗବେଷକ କୃଷ୍ଣ ଚନ୍ଦ୍ର ଆଇଚଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ, ଉମାକାନ୍ତ ପାଣିଙ୍କୁ ଢେଙ୍କାନାଳ ଗୌରବ ସମ୍ମାନରେ ସମ୍ମାନିତ କରିଥିଲେ। ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଢେଙ୍କାନାଳ ଆଚିଭର୍ ସମ୍ମାନ ପ୍ରଦାନ କରାଯାଇଥିଲା। ଢେଙ୍କାନାଳର ୧୨ଜଣ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା କଳା ଓ଼ ସଂସ୍କୃତିରେ ପାରଦର୍ଶିତା ଲାଭ କରିଥିବା ୨୦ଜଣ ବିଶିଷ୍ଟ କଳାକାରଙ୍କୁ ‘ଜୁଏଲ ଅଫ୍ ଢେଙ୍କାନାଳ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସଭାପତି ସୌରେନ୍ଦ୍ର ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦକ ପ୍ରେମାନନ୍ଦ ବିଶ୍ୱାଳ ବାର୍ଷିକ ବିବରଣୀ ପାଠ କରିଥିଲେ। ଉପସଭାପତି ସାରଙ୍ଗଧର ସାମଲ ପରିଚାଳନା କରିଥିଲେ। କାର‌୍ୟ୍ୟକାରୀ ସଦସ୍ୟ ନମିତା ରାଉତଙ୍କ ତତ୍ୱାବଧାନରେ ଢେଙ୍କାନାଳର କଳାକାରମାନେ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରିଥିଲେ। ରାଜନାରାୟଣ ତ୍ରିପାଠୀ, କୃଷ୍ଣଚନ୍ଦ୍ର ଆଇଚ ପରିଚାଳନା କରିଥିଲେ। ଢେଙ୍କାନାଳର ବିଶିଷ୍ଟ କବିମାନଙ୍କୁ ନେଇ ଏକ କବିତା ପାଠ ଅନୁଷ୍ଠିତ ହୋଇଥିଲା। ସକାଳେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News