ଭିନ୍ନକ୍ଷମ ଭତ୍ତା ବୃଦ୍ଧି ଓ ସାମାଜିକ ସୁରକ୍ଷା ଦାବି ନେଇ ମୁଇଁ “କଳାହାଣ୍ଡିଆ ଫର କଳାହାଣ୍ଡି “ର ବୈଠକ ଅନୁଷ୍ଠିତ

କଳାହାଣ୍ଡି, ୨0|୧୨(ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ): ବିଜେପି ସରକାର ନିର୍ବାଚନ ସମୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ୩୦୦୦ ଟଙ୍କାକୁ ବ୍ରୁଦ୍ଧି କରିବା ପ୍ରତିଶୃତି ଦେଇଥିଲେ। ତାପରେ ସରକାର ଗଠନର ପ୍ରଥମ ବଜେଟ୍ ରେ ୮୦ବର୍ଷରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ଯ ଏବଂ ୮୦% ଉର୍ଦ୍ଧ୍ବ ଭିନ୍ନକ୍ଷମମାନଙ୍କୁ ଭତ୍ତା ୩୫୦୦ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ କିନ୍ତୁ ଆଜିକୁ ୬ମାସ ପରେ ବି ହିତାଧିକାରୀ ହତାଶ ହେଇଛନ୍ତି। ତେଣୁ ଗତ କାଲି ଭବାନୀପାଟଣା ମୁନିସିପାଲିଟିର ୱାର୍ଡ ନଂ-୨୦ ର ୬୦ରୁ ଉର୍ଦ୍ଧ୍ବ ଭତ୍ତା ହିତାଧିକାରୀଙ୍କୁ ନେଇ ମନ୍ଦାରବଗିଚାପଡା ଦୂର୍ଗା ମଣ୍ଡପଠାରେ “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନ ତରଫରୁ ଏକ ବୈଠକ ହୋଇଯାଇଅଛି । ଯଦି ସରକାର ଇଂରାଜୀ ନବ ବର୍ଷ ୨୦୨୫ ଭିତରେ ଭତ୍ତା ୩୦୦୦-୩୫୦୦ ଟଙ୍କା ଘୋଷଣା ନ କରନ୍ତି ତାହେଲେ ଆଗାମୀ

ଦିନରେ ତିବ୍ର ଆନ୍ଦୋଳନ ହେବା ପାଇଁ ସଂଗଠନ ତରଫରୁ ସଜବାଜ ହେଉଛି ବୋଲି ସଂଗଠକ ଲକ୍ଷ୍ମୀନାରାୟଣ ପଣ୍ଡା କହିଛନ୍ତି । ସଭାପତି ସୁରେଶ ସଂଗ୍ରାମ, ନାରୀ ନେତ୍ରୀ କବିତା ରାଉତ, ଭତ୍ତାଧିକାରୀଙ୍କ ସଭାପତି ନିରୋଦ କୁମାର ରାଉତ, ଚାଷୀନେତା ଲିଙ୍ଗରାଜ ପ୍ରଧାନ ପ୍ରମୁଖ ଉଦବୋଧନ ଦେଇଥିଲେଏବଂ ଭତ୍ତାଧିକାରୀମାନେ ମଧ୍ଯ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସଦସ୍ଯ ବିଶ୍ୱନାଥ ବାଗଙ୍କ ନେତୃତ୍ବରେ ବୈଠକର ଆୟୋଜନ ହେବା ସହ ସୁଭାସିନୀ ରଣା, ପୁର୍ଣ୍ଣ ଚନ୍ଦ୍ର ଗଉଡ, ଅକ୍ରୁର ବାଗ, ଉମାକାନ୍ତ ବାଗ, ଭବାନୀ ଶଙ୍କର ରାଉତ, ନିରଞ୍ଜନ ନାଗ, ମିନାକ୍ଷୀ ନାୟକ ଓ ଶଶୀ ଆଚାର ପ୍ରମୁଖ ସହଯୋଗ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News