ବୃକ୍ଷ ବଣ୍ଟନ ଓ ପରିବେଶ ସୁରକ୍ଷା ସଚେତନତାର ବାର୍ତ୍ତIରେ ନୂଆ ବର୍ଷ ପାଳନ

ବାଲିଅନ୍ତା: ଭୁବନେଶ୍ବର ଉପକଣ୍ଠସ୍ଥ ବାଲିଅନ୍ତା ବ୍ଲକର ଟଙ୍କପାଣି ସେତୁ ନିକଟରେ ଥିବା ଗାନ୍ଧୀ ସ୍ମାରକୀ ପୀଠରେ ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ଓ ହଟ କିଶୋର ଭୋଇ ମେମୋରିଆଲ ଟ୍ରଷ୍ଟ ମିଳିତ ଆନୁକୁଲ୍ୟରେ ନୂଆ ବର୍ଷ ପାଳନ ହୋଇଯାଇଛି । ଏହି ଅବସରରେ ସକାଳ ୯ ଘଟିକା ସମୟରେ ପ୍ରଥମେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ନିକଟରେ ସଫେଇ କରାଯାଇ ଅତିଥିମାନେ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲେ । ପରେ ବୃକ୍ଷ ରୋପଣ ସହିତ ପଥଚାରୀଙ୍କୁ ଅତିଥିମାନଙ୍କ ଦ୍ଵାରା ମୋଟ ୫୦୦ ଗଛ ଓ ୧୦ ପ୍ରକାର ଚାରା ସ୍ଥାନ ପାଇଥିଲା । କାର୍ୟ୍ୟକ୍ରମରେ ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟର ମୁଖ୍ୟ ଟ୍ରଷ୍ଟି ପ୍ରକୃତି ବନ୍ଧୁ ଦୀନବନ୍ଧୁ ଭୋଇଙ୍କ ନେତୃତ୍ଵରେ ମୁଖ୍ୟ ଅତିଥି ଭାବେ ବାଲିଅନ୍ତା ତହସିଲଦାର ବିମଲ କୁମାର ଲେଙ୍କା, ମୁଖ୍ୟବକ୍ତା ଶିକ୍ଷାବିତ୍ ବିଧୁଭୁଷଣ ପଟ୍ଟନାୟକ, ମୁଖ୍ୟ ଅତିଥିଭାବେ ଓଡ଼ିଆ ଚଳଚ୍ଚିତ୍ରର ସଂଳାପ ଲେଖକ ଓ ବିଶିଷ୍ଟ ସାହିତ୍ୟିକ ଡ ରଜନୀ ରଞ୍ଜନ ଦାଶ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ପ୍ରତାପ ଶାସନ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ପରିବେଶବିତ୍ ଲକ୍ଷ୍ମୀଧର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ପ୍ରମୋଦ କୁମାର ପାଢ଼ୀ, ସମ୍ମାନୀତ ଅତିଥି ଆଦର୍ଶ ଶିକ୍ଷକ ନାରାୟଣ ବେହେରା, ଯୁବ ସମାଜସେବୀ ତଥା ସମିତି ସଭ୍ୟ ରଞ୍ଜନ କୁମାର ମହାପାତ୍ର, ସ୍ଥାନୀୟ ସରପଞ୍ଚ ରମାଲତା ନାୟକ, ସମାଜସେବୀ ପ୍ରମୋଦ କୁମାର ଭୋଇ, ସମାଜସେବୀ ପ୍ରିୟବ୍ରତ ପାତ୍ର, ଟ୍ରଷ୍ଟି ସୁବାସ ଦାସ, ଟ୍ରଷ୍ଟି ସଦସ୍ୟ ଶୁରେସ ବେହେରା, ଲକ୍ଷ୍ମଣ ଜେନା, ପ୍ରଶାନ୍ତ କୁମାର ବାରିକ ପ୍ରମୁଖ କାର୍ୟ୍ୟକ୍ରମରେ ଅଂଶ ଗ୍ରହଣ କରି ଚାରା ବଣ୍ଟନ କରିଥିଲେ । ଶେଷରେ ମମତା ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page