ମା ଭଗବତୀଙ୍କ ଭିତର ହୁଣ୍ଡି ଖୋଲିଲା

ହୁଣ୍ଡିରୁ ଆୟ ମା’ଙ୍କ ଦୈନନ୍ଦିନ ସେବାରେ ଲାଗିବ।

ଚିଲିକା,୭।୧ତିନିମାସ ପରେ ଆଜି ସକାଳ ୧୦ ଘଟିକା ସମୟରେ ମା’ଭଗବତୀଙ୍କ ଭିତର ହୁଣ୍ଡି ଖୋଲାଯାଇ ହୁଣ୍ଡିରୁ ଆଦାୟ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ ସହିତ ସୁନାରୂପାର କିଛି ଦ୍ରବ୍ୟ ସ୍ଥାନୀୟ ୟୁ.କୋ ବ୍ୟାଙ୍କରେ ଥିବା ମନ୍ଦିର ଜମା ଖାତାରେ ଜମା କରାଯାଇଛି । ମନ୍ଦିର ପରିଚାଳନା କମିଟିର ସଭାପତି, ସ୍ଥାନୀୟ ତହସିଲ୍ ଦାର ଟି ପଦ୍ମନାଭ ଦୋରା, କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ମନ୍ଦିର କର୍ମଚାରୀ, ସେବାୟତ ଓ ସ୍ଥାନୀୟ ପୋଲିସ୍ ଙ୍କ ଉପସ୍ଥିତିରେ ମା’ଭଗବତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଭିତର ହୁଣ୍ଡି ଖୋଲିଥିଲେ । ତିନିମାସର ବ୍ୟବଧାନ ପରେ ଖୋଲାଯାଇଥିବା ହୁଣ୍ଡିରୁ ସଂଗୃହୀତ ଅର୍ଥ ଗଣତି ପରେ ଟ.୧,୦୬,୪୬୬(ଏକ ଲକ୍ଷ ଛଅ ହଜାର ଚାରିଶହ ଛଅଷଠି)ଙ୍କାର ନୋଟ ଏବଂ ଟ.୧୪,୩୦୧ (ଚଉଦ ହଜାର ତିନିଶହ ଏକ)ଙ୍କାର ମୁଦ୍ରା ସର୍ବମୋଟ ଟ.୧,୨୦,୭୬୭ (ଏକ ଲକ୍ଷ, କୋଡିଏ ହଜାର , ସାତଶହ ସତଷଠି)ଙ୍କା ସହିତ ୪ ଗ୍ରାମ୯୬୦ ମିଲିଗ୍ରାମର ଏକ ରୂପାମୁଦ୍ରା,୪୫୦ ମିଲିଗ୍ରାମର ଦୁଇଟି ରୂପା ଝୁମ୍ପି, ୧୬କ୍ୟାରେଟ୍ ବିଶିଷ୍ଟ ୭ମିଲିଗ୍ରାମ ସୁନାର ଏକ ନାକଫୁଲ ସଂଗ୍ରହ କରାଯାଇ ମନ୍ଦିର ନାମରେ ସ୍ଥାନୀୟ ୟୁକୋ ବ୍ୟାଙ୍କରେ ଥିବା ଜମାଖାତାରେ ଜମା କରାଯାଇଛି। କାର୍ଯ୍ୟାଳୟର କର୍ମଚାରୀ ସୁରେନ୍ଦ୍ର ସାହୁ, ଅକ୍ଷୟ ମିଶ୍ର, ଅଶ୍ଵିନୀ ମିଶ୍ର, କମଳମିଶ୍ର, ପରିଚ୍ଛା ପ୍ରକାଶ ମହାପାତ୍ର, ପାଳିଆମାଳିସଂଜୟ ମହାପାତ୍ର, ବସନ୍ତ ନାୟକ, କ୍ୟାମେରାମ୍ୟାନ ବ୍ରଜକିଶୋର ଜେନା ଓ ସ୍ଥାନୀୟ ପୋଲିସ୍ ଏହି କାର୍ଯ୍ୟରେ ସହଯୋଗ କରିଥିଲେ l ଶ୍ରଦ୍ଧାଳୁମାନଙ୍କ ଦାନ ଏହି ଅର୍ଥ ମା’ଙ୍କ ଦୈନନ୍ଦିନ ନୀତିକାନ୍ତି ସେବାରେ ଲାଗିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କଠାରୁ ପ୍ରକାଶ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page