ପ୍ରବାସୀ ଭାରତୀୟଙ୍କ ଆଗମନକୁ ନେଇ ସଜେଇ ହୋଇଛି ଶାନ୍ତିସ୍ତୁପ

Shantistu is decorated for the arrival of overseas Indians

ବାଲିଅନ୍ତା,୭|୧: ଆସନ୍ତାକାଲି ଠାରୁ ଆରମ୍ଭ ହେବ ଅଷ୍ଟାଦଶ ତମ ପ୍ରବାସଭାରତୀୟ ସମ୍ମିଳନୀ l ଭୁବନେଶ୍ୱର ଜନତା ମଇଦାନରେ ହେବାକୁ ଥିବା ଏହି ସମ୍ମିଳନୀ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟାପକ ବ୍ୟବସ୍ଥା କରାଯିବା ସହ ଓଡିଶାକୁ ସମଗ୍ର ବିଶ୍ୱରେ ବିଶ୍ୱବନ୍ଦିତ କରିବାପାଇଁ ଚେଷ୍ଟା କରିଛନ୍ତି l ଏଥିପାଇଁ ରାଜଧାନୀ ଓ ଏହାର ଆଖପାଖ ପର୍ଯ୍ୟଟନ କ୍ଷେତ୍ରକୁ ସୌନ୍ଦର୍ଯ୍ୟକରଣ କରାଯାଇଛି l ରାସ୍ତାଘାଟ ଚକାଚକ କରାଯାଇଥିବା ବେଳେ ବିଭିନ୍ନ ରଙ୍ଗବେରଙ୍ଗ ଓ ଚିତ୍ରବିଚିତ୍ରରେ ସଜାଯାଇଛି କାନ୍ଥବାଡ l ଆଉ କେଉଁଠି ମହାପୁରୁଷଙ୍କ ଫୋଟୋ ଅଙ୍କାଯାଇ ଓଡିଶାର ଗର୍ବଗୌରବକୁ ବିଶ୍ୱ ଦରବାରରେ ପରିଚିତ କରିବାପାଇଁ ପ୍ରଚେଷ୍ଟା କରାଯାଇଛି l ଏହି ପରିପ୍ରେକ୍ଷୀରେ ବିଶ୍ୱ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଶାନ୍ତିସ୍ତୁପ ଧଉଳିକୁ ବିଭିନ୍ନ ଆଲୋକମାଳାରେ ସଜାଇ ଦିଆଯାଇଛି l ସ୍ତୁପ ଉପରକୁ ଯିବା ରାସ୍ତାର ଉଭୟ ପାର୍ଶ୍ଵରେ ହାତୀଗୁମ୍ଫା, ଅଶୋକ ସ୍ତମ୍ଭ, ଭଗବାନ ବୁଦ୍ଧଙ୍କ ମୂର୍ତ୍ତି, ଜାପାନୀ ମନ୍ଦିର ଆଦି ଧଉଳି ସମ୍ପର୍କିତ ଫୋଟୋ ହୋଡିଂ ଲଗାଯାଇଥିବା ବେଳେ ଗଛ ମାନଙ୍କରେ ଚାନ୍ଦୁଆ ଲାଇଟ ସ୍ତୁପକୁ ଅଧିକ ଆକର୍ଷଣ କରୁଛି l ସେହିପରି ଏଠାରେ ଓଡିଶା ଗ୍ରାମ୍ୟ ଉନ୍ନୟନ ବଜାର ସଂସ୍ଥା (ଓରମାସ) ପକ୍ଷରୁ ଓଡିଶା ପ୍ରସିଦ୍ଧ ବାଳକାଟିର କଂସାବାସନ ଶିଳ୍ପ ଓ ହସ୍ତଶିଳ୍ପ ବଜାର ଖୋଲା ଯାଇଥିବା ବେଳେ ଏକ ଶସ୍ୟ ଜାତୀୟ ଦ୍ରବ୍ୟର ଷ୍ଟଲ ଖୋଲାଯାଇଛି l ପ୍ରବାସୀ ଭାରତୀୟଙ୍କ ସାହାଯ୍ୟ ନିମନ୍ତେ ହେଲ୍ପଡେସ୍କ ଖୋଲା ଯାଇଥିବା ବେଳେ ଏକ ଜୋତା ଷ୍ଟାଣ୍ଡ ଖୋଲାଯାଇଛି l ପ୍ରବାସୀ ଭାରତୀୟଙ୍କ ଆଗମନକୁ ଲକ୍ଷ ରଖି ପ୍ରଶାସନ ପକ୍ଷରୁ ଏଠାରେ ସ୍ଥାୟୀ ଦୋକାନ ବଜାର ୧୧ ତାରିଖ ଯାଏଁ ବନ୍ଦ କରାଯାଇଛି l ସେହିପରି ପର୍ଯ୍ୟଟକ ବସ ରହଣି ସ୍ଥଳରେ ମଧ୍ୟ ସାଜସଜା କରାଯାଇଛି l ଏଠାରେ ଥିବା ପାରାବୋଧି ପୁଷ୍କରିଣୀ ସଫାସୁତରା କରାଯାଉଥିବା ବେଳେ ଶାନ୍ତିସ୍ତୁପ ରାସ୍ତା ଆଲୋକୀକରଣ କରାଯାଇଛି l ସେହିପରି ଆଜି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ଼. ଜୟଶଙ୍କର ସପତ୍ନୀଙ୍କ ସହ ଧଉଳି ଭ୍ରମଣରେ ଆସିଥିଲେ l ସେଠାରେ ତାଙ୍କୁ ଧଉଳି କଳିଙ୍ଗ ନିପନ ବୁଦ୍ଧ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଉଥିଲା l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page