ଧର୍ମଗଡ଼ ବିଧାୟକଙ୍କ ଦ୍ବାରା ନୂତନ ସାପ୍ତାହିକ ବଜାର ଉଦଘାଟିତ

ଧର୍ମଗଡ,୧୧/୦୧/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ):        କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଧିନସ୍ତ ଡୁମେରଗୁଡ଼ା ଗ୍ରାମପଞ୍ଚାୟତ ଡୁମେରଗୁଡ଼ା କନ୍ଦାମାଲ ପଡିଆ ଠାରେ ସାପ୍ତାହିକ ବଜାର ର ଶୁଭ ଉଦ୍ ଘାଟନୀ ଉତ୍ସବ ପାଳିତ ହୋଇ ଯାଇଅଛି। ଉକ୍ତ ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ମାନ୍ୟବର ବିଧାୟକ ସୁଧୀରକୁମାର ପଟଯୋଷି ଯୋଗଦାନ କରି ନିଜ କର କମଳରେ ଉଦ୍ ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ନଳିନୀ ପ୍ରଭା ବେହେରା , ଗହନ୍ତିଆ ଆର୍ତ୍ତତ୍ରାଣ ନାଏକ ବରିଷ୍ଠ ବି , ଜେ, ପି,କାର୍ଯ୍ୟକର୍ତ୍ତା ମୁକୁନ୍ଦ ପଣ୍ଡା, ହିମାଂଶୁ ପଣ୍ଡା, ଟିକେ ରାମ ସାହୁ, ହେମନ୍ତ ମାଝୀ,ୱାର୍ଡ଼ ସଭ୍ୟା ରେମନି ନାଗ, ଯୁବ ସମାଜସେବୀ ଚନ୍ଦ୍ର ଭଇସାଲ, ପିଣ୍ଟୁ ନାଗ, ନେପୁରଚନ  ନାଗ ଓ ଅଞ୍ଚଳବାସି ପ୍ରମୁଖ ଉପସ୍ଥିତ ଥିଲେ। ଏହାର କିଛି ମାସ ପୂର୍ବରୁ ଚାଷୀ ମାନଙ୍କର ସୁବିଧା ସୁଯୋଗ ଲାଗି ଉକ୍ତ ପଞ୍ଚାୟତରେ ଏକ ନୂତନ ଧାନ ମଣ୍ଡି ମଧ୍ୟ ଉଦ୍ଘାଟନ ହୋଇଥିଲା l ତେଣୁ ଆଜି ଡୁମେରଗୁଡା ଗ୍ରାମ ପଞ୍ଚାୟତ ବାସୀ ଓ ଅଞ୍ଚଳର ଜନ ସାଧାରଣ ମାନେ ବେଶ୍ ସୁବିଧା ପାଇବା ନେଇ ସ୍ଥାନୀୟ ସରପଞ୍ଚ, ଉଦ୍ୟୋଗ ସହଯୋଗୀ ବୃନ୍ଦ ତଥା ମାନ୍ୟବର ବିଧାୟକ ଙ୍କୁ ବେଶ୍ ପ୍ରଶଂସା କରୁଛନ୍ତି l ଆଗାମୀ ଦିନରେ ଅଞ୍ଚଳର ଆହୁରି ବାକି ଥିବା ସମସ୍ୟା ର ସମାଧନ କରିବା ପାଇଁ ମାନ୍ୟବର ବିଧାୟକ ନିଜ ଅଭିଭାଷଣ ରେ ମତ ପ୍ରଦାନ କରିଥଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page