ନୀଳକଣ୍ଠେଶ୍ଵର ବରିଷ୍ଠ ନାଗରୀକ ମଞ୍ଚର ୧0 ବର୍ଷ ପୂର୍ତ୍ତି ପାଳନ

ବାଲିଅନ୍ତା: ନୀଳକଣ୍ଠେଶ୍ଵର ବରିଷ୍ଠ ନାଗରୀକ ମଞ୍ଚର ୧0 ବର୍ଷ ପୂର୍ତ୍ତି ପାଳନ ପୁରୁଣା ଭୁବନେଶ୍ୱର ସ୍ଥିତ ଶ୍ରୀରାମନଗର ରୁଚିକା ସମାଜ ମଙ୍ଗଳ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l ମଞ୍ଚର ସଭାପତି ଗୌରାଙ୍ଗ ଚରଣ ତ୍ରିପାଠୀ, ସମ୍ପାଦକ ରାମଶଙ୍କର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥିଭାବେ ଅଞ୍ଚଳର ସମ୍ବାଦଦାତା ସୂର୍ଯ୍ୟକାନ୍ତ ଭୋଳ, ଗୋବର୍ଦ୍ଧନ ଦାସ ଯୋଗଦେଇଥିଲେ l ଏହି ଅବସରରେ ୧0ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ କେକ କାଟି ହସଉଲ୍ଲାସରେ ପାଳନ କରିଥିବା ବେଳେ ଏକ ଟେଲିଫୋନ ଡିରୋକ୍ଟରୀ (ସଦସ୍ୟଙ୍କ ଦୂରଭାଷ ନମ୍ବର ଓ ଠିକଣା) ଥିବା ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା l ସେହିପରି ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ମୁଖ୍ୟ ସମସ୍ୟା ଗୁଡିକ ଉପସ୍ଥାପନା କରାଯାଇଥିଲା l ବିଶେଷକରି ରାସ୍ତାଘାଟ, ଜଳ ନିଷ୍କାସନ ପଥ ଅବରୋଧ, ଅଧାପନ୍ତରିଆ ଡ୍ରେନ ବ୍ୟବସ୍ଥା ଏବଂ ପାନୀୟ ଜଳ ସମସ୍ୟା ଉପରେ ଆଲୋକପାତ କରିଥିଲେ l ଏହି ମଞ୍ଚରେ ବିଜୟ ବିହାର, ଇନ୍ଦିରା ହାଉସିଂ କଲୋନୀ, ଦିବ୍ୟନଗର, ମୃତ୍ୟୁଞ୍ଜୟ ବିହାର, ଗଙ୍ଗୋତ୍ରୀ ନଗର, ନାଲକୋ କଲୋନୀ, ଶ୍ରୀରାମ ନଗର, ମହାଦେବ ବିହାର, ଗୌରୀ ବିହାର, ଧଉଳି ଗେଲପୁର, ବିଶାଲ ସିଟି, ଅପସରା ଗାର୍ଡେନ ଆଦି କଲୋନୀର ମୋଟ ୮0 ରୁ ଉର୍ଦ୍ଧ୍ଵ ସଦସ୍ୟ ଯୋଗଦେଇଥିଲେ l ଆଗାମୀଦିନରେ ଏହି ମଞ୍ଚ ଅଞ୍ଚଳରେ ଦୀର୍ଘବର୍ଷ ଧରି ଲାଗିରହିଥିବା ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜଣାଇବା ସହ , ସ୍ଥାନୀୟ ବିଧାୟକ, ସଚିବ ଆଦିଙ୍କୁ ଜଣାଇବେ l ଏଥିରେ ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନା ଦେଇଛନ୍ତି l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ରମେଶ ଚନ୍ଦ୍ର ମହାପାତ୍ର, ଯୁଗ୍ମ ସମ୍ପାଦକ ବିଷ୍ଣୁଚରଣ ପତି, କୋଷାଧ୍ୟକ୍ଷ ଜୀବନ ଚନ୍ଦ୍ର ପାଲୋ ପ୍ରମୁଖ ଯୋଗଦେଇଥିଲେ l ପ୍ରକାଶଥାଉକି ଏହି ମଞ୍ଚ ୨0୧୪ -୧୫ ମସିହାରେ ଗଠନ କରାଯାଇଥିଲା l ମାତ୍ର ୫ /୬ ଜଣଙ୍କୁ ନେଇ ଗଠିତ ହୋଇଥିବା ଏହି ମଞ୍ଚ ଏବେ ମହାଦ୍ରୁମରେ ପରିଣତ ହୋଇଛି ବୋଲି ସଦସ୍ୟ ମାନେ କହିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page