ଆମେ ଓଡ଼ିଆ ଭାରି ବଢ଼ିଆ l ସୌନ୍ଦର୍ଯ୍ୟମୟୀ, ବୈଭବମୟୀ, ସଂସ୍କୃତିମୟୀ ଭାରତବର୍ଷ ସବୁଠାରୁ ଗରୀୟାନ୍ ଓ ମହୀୟାନ୍ ।ଆମେ ଭାରତବାସୀ ଭାଗ୍ୟବାନ । ବାରମାସରେ ତେର ପର୍ବ ପାଳି ଆମର କଷ୍ଟକୁ ଲାଘବ କରିବା ସଙ୍ଗେସଙ୍ଗେ ଏକତାର ସ୍ଵର ପର୍ବପର୍ବାଣୀ ମାଧ୍ୟମରେ ଗାଇଥାଉ ଓ ଭାଇଚାରା ସଂପର୍କ ସୃଷ୍ଟି କରିଥାଉଁ । ଭାରତ ବର୍ଷରେ ଓଡ଼ିଶା ଏକ ସଂସ୍କୃତି ସଂପନ୍ନ ରାଜ୍ୟ | ଓଡ଼ିଶା ବାସୀ ତାଙ୍କର ପର୍ବପର୍ବାଣୀ ଓ ଆଧ୍ୟାତ୍ମିକତାରେ ସମଗ୍ର ବିଶ୍ଵରେ ପରାକାଷ୍ଠ ପ୍ରଦର୍ଶନ କରିଛନ୍ତି ।
ମକର ସଂକ୍ରାନ୍ତି ପ୍ରାୟତଃ ପୌଷମାସ(ଜାନୁୟାରୀ) ୧୪ ତାରିଖରେ ପଡ଼ିଥାଏ । କଥିତ ଅଛି ସୂର୍ଯ୍ୟଦେବଙ୍କ ପୁତ୍ର ଧର୍ମରାଜ(ଯମ) ଏକଦା ନିଜ ପିତାଙ୍କର କୁଷ୍ଠ ରୋଗ ତପସ୍ୟା ଦ୍ଵାରା ଏହିଦିନ ଭଲ କରିଥିଲେ । ଶନିଙ୍କ ମାତା ଜ୍ଵରରେ ପଡ଼ିଥିବାରୁ ଯମଙ୍କ ଅନୁରୋଧ କ୍ରମେ ସୂର୍ଯ୍ୟଦେବ ଶନି ଓ ତାଙ୍କ ମାତାଙ୍କୁ ଦେଖାକରିବାକୁ ଏହିଦିନ ଯାଇଥିଲେ । ଶନି ପିତାଙ୍କୁ ସ୍ଵାଗତ କରିଥିଲେ । ତାଙ୍କର ବ୍ୟବହାରରେ ଖୁସିହୋଇ ସୂର୍ଯ୍ୟଦେବ ଶନିଙ୍କୁ ଆଶୀର୍ବାଦ ଦେଇଥିଲେ । ଶନିଙ୍କର ପ୍ରିୟରାଶି ମକର । ତେଣୁ ସୂର୍ଯ୍ୟଦେବ ଦକ୍ଷିଣାୟନଗତି ଅର୍ଥାତ୍ ଧନୁରାଶିକୁ ତ୍ୟାଗ କରି ଉତ୍ତରାୟଣ ଗତି ଅର୍ଥାତ୍ ମକର ରାଶିରେ ପ୍ରବେଶ କରିଥାନ୍ତି । ଏହିଦିନ ଶନିଦେବଙ୍କୁ ଯେଉଁ ପ୍ରାଣୀ ପୂଜାର୍ଚ୍ଚନା କରିଥାନ୍ତି ସେ ସୁଖଶାନ୍ତି ରେ ଦିନ କଟିଥାନ୍ତି। ଆମ ହିନ୍ଦୁଧର୍ମରେ ଏକ ମାସ ଦୁଇଟି ପକ୍ଷ , ଯଥା କୃଷ୍ଣପକ୍ଷ ଓ ଶୁକ୍ଳପକ୍ଷ | ବର୍ଷ ମଧ୍ୟ ଦୁଇ ଭାଗରେ ବିଭକ୍ତ । ଉତ୍ତରାୟଣ ଓ ଦକ୍ଷିଣାୟନ । ୬ମାସ ଦକ୍ଷିଣାୟନ ଓ ୬ମାସ ଉତ୍ତରାୟଣ ଗତି ହୋଇଥାଏ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୁଏ । ଆମ ଧର୍ମ ଅନୁସାରେ ଏହି ଦିନ ଭଗବାନ ବିଷ୍ଣୁ ଅସୁରମାନଙ୍କର ଅନ୍ତ କରିବାପାଇଁ ମନ୍ଦର ପର୍ବତକୁ ଶିରରେ ଧାରଣ କରି ଯୁଦ୍ଧ ସମାପ୍ତ କରିଥିଲେ | ତେଣୁ ଏହିଦିନ ସମସ୍ତ ନକରାତ୍ମକ ଉର୍ଜାର ବିଲୋପ ଘଟି ସକରାତ୍ମକ ଚ଼ିନ୍ତନ ଘଟିଥାଏ । ଏହିଦିନ ଜପ,ତପ ,ଦାନ ,ଧ୍ୟାନ ,ପିତୃଶ୍ରାଦ୍ଧ, ତର୍ପଣ ଆଦି ଧାର୍ମିକ କାର୍ଯ୍ୟ କରାଯାଇଥାଏ । ମକରଚାଉଳ ବ୍ରାହ୍ମଣ ଆଣି ପ୍ରତି ଘରେ ଘରେ ଦେଇଥାନ୍ତି । ଏହି ମକର ଚାଉଳ ନୂଆ ଖୁଦମାଣରେ ଠାକୁରଙ୍କ ପାଖରେ ରଖି କଦଳୀ ,ନଡ଼ିଆ ଆଦି ଦେଇ ଝୋଟିଚିତା ପକାଇ ଠାକୁରଙ୍କୁ ଧୂପ ଦୀପ ନୈବେଦ୍ୟ ଅର୍ପଣ କରିଥାନ୍ତି । ଏହିଦିନ ପିଣ୍ଡି ଧୌତ କରି ମକର ଚାଉଳ ,ପିଠା, ଖଜା, ଚୁଡ଼ା, ଗୁଡ଼ ଇତ୍ୟାଦିରେ ପିତୃପିତାଙ୍କୁ ସନ୍ତୁଷ୍ଟ କରିଥାନ୍ତି । ମହାଭାରତରେ ପିତାମହ ଭୀଷ୍ମ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଦିନ ଇଛା ମୃତ୍ୟୁ ବରଣ କରିଥିଲେ । କୁହାଯାଏ ଉତ୍ତରାୟଣରେ ଦେହତ୍ୟାଗ କଲେ ଆତ୍ମା ଦେବଲୋକକୁ ଯାଇଥାଏ ଓ ପୁନଃଜନ୍ମ ହୋଇ ନ ଥାଏ । ଦକ୍ଷିଣାୟନ ଗତିରେ ଆତ୍ମା ବହୁକାଳ ପର୍ଯ୍ୟନ୍ତ ଅନ୍ଧକାରକୁ ସମନା କରିଥାଏ | ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଉତ୍ତରାୟଣର ମହତ୍ତ୍ଵ ବୁଝାଇ କହିଥିଲେ କି ଛଅ ମାସ ଶୁଭ ସମୟ ଯେତେବେଳେ ସୂର୍ଯ୍ୟ ଉତ୍ତରାୟଣରେ ଥାଆନ୍ତି |ପୃଥିବୀ ଦେବୀ ଶୋଭାମୟୀ ଓ ଉଦାରମୟୀ ହୋଇ ଥାଆନ୍ତି । ଏହି ସମୟରେ ଶରୀର ତ୍ୟାଗ କଲେ ବ୍ରହ୍ମଲୋକ ପ୍ରାପ୍ତି ହୋଇଥାଏ ଏବଂ ଲୋକମାନେ ସିଦ୍ଧିପ୍ରାପ୍ତ ହୋଇ ଦେବଲୋକ ପ୍ରାପ୍ତି ହୋଇ ଥାଆନ୍ତି | ଏହାର ବିପରୀତ ଯେତେବେଳେ ସୂର୍ଯ୍ୟ ଦକ୍ଷିଣାୟନରେ ଥାଆନ୍ତି ସର୍ଦ୍ଦି କାଶ, ଜ୍ଵର ଇତ୍ୟାଦି ନାନା ରୋଗ ଗ୍ରାସ କରିଥାଏ । ଶରୀର ତ୍ୟାଗ କଲେ ପୁନର୍ଜନ୍ମ ନେବାକୁ ପଡ଼େ ଓ ଆତ୍ମା ବହୁ କଷ୍ଟ ପାଇଥାଏ ।ଭଲରାୟଣ ଗତିରେ ସୂର୍ଯ୍ୟକିରଣ ତେଜିୟାନ ଥିବାରୁ ଶରୀର ରୋଗରୁ ରକ୍ଷା ପାଇଥାଏ । ମକର ସଂକ୍ରାନ୍ତି କାହାଣୀ- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦ୍ଵାଦଶ ଯାତ୍ରା ଏହି ମକର ସଂକ୍ରାନ୍ତି ଦିନ ହୋଇଥାଏ । ଶ୍ରୀମନ୍ଦିରରେ ଧନୁସଂକ୍ରାନ୍ତି ଦିନ ଠାରୁ ମାଆ ଲକ୍ଷ୍ମୀ ବାପ ଘରକୁ ଯାଇଥାନ୍ତି | ମକର ସଂକ୍ରାନ୍ତିରେ ବାପଘର ଭାର ସହିତ ମନ୍ଦିରରେ ପ୍ରବେଶ କରନ୍ତି । ଅବକାଶ ନୀତି ସକାଳୁ ସକାଳୁ ସରୁସରୁ ପ୍ରଭୁ ମକର ବେଶ ହୋଇ ନାନାଦି ପୁଷ୍ପରେ ମଣ୍ଡିତ ହୋଇଥାନ୍ତି |ବଡ଼ ବଡ଼ିଆ ମଠରୁ ମାଳ ଆସିଥାଏ । ଯେଉଁ ପ୍ରଭୁ ଷାଠିଏ ପଉଟି ଖାଆନ୍ତି, ଯାହାଙ୍କ ପାଖରେ ଛପନ ଭୋଗ ଲାଗି ହୁଏ ସେ ପ୍ରଭୁଙ୍କର କିନ୍ତୁ ମକର ଚାଉଳରେ ଲୋଭ | ନଡ଼ିଆ , ପିଠା, କ୍ଷିର,ଘିଅ, ସର ଇତ୍ୟାଦି ହାଣ୍ଡିକୁଡୁଆରେ ସଜାଡ଼ି ସୁଆର ସେବକମାନେ ଭୋଗଦ୍ରବ୍ୟ ଧରି ପଟୁଆରରେ ଚାଲିଥାନ୍ତି । ବଡ଼ ଦେଉଳ ପ୍ରଦକ୍ଷିଣ କରି ପୂଜା ପଣ୍ଡାଙ୍କୁ ଦେଇଥାଆନ୍ତି ଓ ପୂଜାପଣ୍ଡା ମାନେ ପ୍ରସାଦ ଲଗାଇ ଥାଆନ୍ତି | କୈବଲ୍ୟ ପାଇବା ପାଇଁ ଗହଳି ଲାଗିଥାଏ | ଏହି ତିଥିରେ ପ୍ରଭୁଙ୍କୁ ଯିଏ ଦର୍ଶନ କରନ୍ତି ରାଜସୂୟ ଯଜ୍ଞ ଫଳ ପ୍ରାପ୍ତି ହୋଇ ଥାଆନ୍ତି | ବେଢ଼ା ପରିକ୍ରମାରେ ମୁକ୍ତି ମିଳିଥାଏ । ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଦିନ ମହୋଦଧିରେ ସ୍ନାନକରି କଳ୍ପବଟକୁ ପ୍ରଦକ୍ଷିଣ କରି ପ୍ରଭୁଙ୍କୁ ଦର୍ଶନ କଲେ ମୁକ୍ତି ମିଳିଥାଏ ।
ଏହିଦିନ ଭଗିରଥ ମାତା ଗଙ୍ଗାଙ୍କୁ ଧରାବତରଣ କରି କପିଳ ମୁନୀଙ୍କ ଆଶ୍ରମରେ ପହଞ୍ଚାଇଥିଲେ ଓ ସଗର ବଂଶର ଉଦ୍ଧାର କରିଥିଲେ | କଥିତ ଅଛି ହରିଦାଶ ଏକ ଧାର୍ମିକ ରାଜା ଥିଲେ । କିନ୍ତୁ ସେ ଧର୍ମରାଜଙ୍କୁ ପୂଜା କରୁ ନ ଥିଲେ ଓ ଅତିଥି ମାନଙ୍କୁ ଆତିଥ୍ୟ ଦେଉ ନଥିଲେ | ଥରେ ତାଙ୍କର ପତ୍ନୀ ଗୁଣବତୀଙ୍କର ମୃତ୍ୟୁ ହେଲା |ରାଜା ଦୁଃଖରେ ମ୍ରିୟମାଣ ହୋଇପଡିଲେ । ତେଣେ ଯମଦୂତମାନେ ଗୁଣବତୀଙ୍କୁ ଯମାଳୟକୁ ନେଇଗଲେ । ଚିତ୍ରଗୁପ୍ତ ପାଞ୍ଜି ଦେଖି ଧର୍ମ ଓ ଅଧର୍ମ ତଥ୍ୟ ଉପସ୍ଥାପନ କଲେ । ଧର୍ମରାଜ କହିଲେ କି ତୁମ ସ୍ୱାମୀ ମୋତେ ଅବମାନନା କରିଥିବାରୁ ତୁମକୁ ଏ ଦଣ୍ଡ ଭୋଗିବାକୁ ପଡ଼ିବ କାରଣ ତୁମେ ତୁମ ସ୍ୱାମୀକୁ ସମର୍ଥନ କଲ |ଗୁଣବତୀ କ୍ଷମା ପ୍ରାର୍ଥନା କରିବାରୁ ଧର୍ମରାଜ ତାଙ୍କୁ ମୁକ୍ତି ଦେଲେ । ଗୁଣବତୀ ହଠାତ୍ ମୃତ୍ୟୁ ଶଯ୍ୟାରୁ ଉଠିପଡ଼ିଲେ । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ | ଗୁଣବତୀ ସମସ୍ତ ଘବଣା କହିବାରୁ ରାଜା ନିଜର ଭୁଲ୍ ବୁଝିପାରି ସେହି ଦିନଠାରୁ ଯମରାଜଙ୍କର ପୂଜା ଆରମ୍ଭ କଲେ ।ଏହି ଦିନ ସକାଳେ ସ୍ନାନସାରି ସୂର୍ଯ୍ୟ ନମସ୍କାର କରି ଶିବଙ୍କୁ ପ୍ରାର୍ଥନା ପୂର୍ବକ ଜଗନ୍ନାଥଙ୍କୁ ଭକ୍ତିରେ ପୂଜା କଲେ ସକଳ ଗ୍ରହ ରିଷ୍ଟ ଦୂର ହୋଇ ପରିବାରରେ ସୁଖ ଶାନ୍ତି ବିରାଜମାନ କରିଥାଏ । ବାସ୍ତବରେ ଓଡ଼ିଆ ଅସ୍ମିତାରେ ଆମ ପୁରାଣ, ମହାଭାରତ , ଗୀତା ଆମ୍ଭ ମାନଙ୍କ ମନରେ ଧାର୍ମିକ ଚେତନା ଜାଗ୍ରତ କରିବା ସହିତ ଏକ ଦିବ୍ୟ ଚେତନା ଓ ଅନୁଭୂତିରେ ସଂଶ୍ଲିଷ୍ଟ କରି ରଖିଛି | ତେଣୁ ଜଗତରନାଥ ଜଗନ୍ନାଥ , କୋଟି ଓଡ଼ିଆଙ୍କ ମଉଡମଣୀଙ୍କ ପଦାରବିନ୍ଦରେ ଭକ୍ତିପୂତ ପ୍ରଣାମ । ଜୟ ଜଗନ୍ନାଥ
ଶିକ୍ଷୟିତ୍ରୀ ସରସ୍ବତୀ ବାରିକ୍, ବାସୁଦେବପୁର, ଭଦ୍ରକ
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାତଃଭ୍ରମଣ କରୁଥିବା ୨ ମହିଳା ସମେତ ଜଣେ ଛାତ୍ରଙ୍କ ମୃତ୍ୟୁ
ବାଲିଅନ୍ତା,୧୬|୩():ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିନ କୃପାଜଳ ଇଞ୍ଜିନିୟର କଲେଜ(କେଇସି) ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାତଃଭ୍ରମଣ କରୁଥିବା ୨ ମହିଳା ସମେତ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଛାତ୍ର ଆହତ ହୋଇଛନ୍ତି
ତଳଆମ୍ବପଦରରେ ରକ୍ତାକ୍ତ ସଂଘର୍ଷ: ୨୧ ଜଣ ଗିରଫ
କଳାହାଣ୍ଡି,୧୬|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ତଳଆମ୍ବପଦର ଗ୍ରାମରେ ସିଜିମାଳି ଖଣି ଖନନକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ଉଗ୍ର ରୂପ ଧାରଣ କରିଛି ।'କମ୍ପାନୀ ଦଲାଲ’ ସନ୍ଦେହରେ ଜଣେ ବ୍ୟକ୍ତି ଙ୍କ ଉପରେ ହୋଇଥିବା
ସଶକ୍ତ ଓଡିଶା ପକ୍ଷରୁ ପ୍ରତିବାଦ ସଭା ସହିତ ସ୍ମାରକପତ୍ର ପ୍ରଦାନ
ଭୁବନେଶ୍ୱର ତା 16/03/26 ସାମାଜିକ ଅନୁଷ୍ଠାନ "ସଶକ୍ତ ଓଡିଶା "ପକ୍ଷରୁ ସ୍ଥାନୀୟ ଲୋୟର ପିଏମଜି ଛକ ଧାରଣା ସ୍ଥଳରେ ପଶ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତର ମହାମହିମ ରାଷ୍ଟ୍ରପତି ତଥା ସମସ୍ତ ମହିଳାଙ୍କ ଆଦର୍ଶ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କରିଥିବା ଅସମ୍ମାନ,ସମ୍ଭିଧାନ
ମା’ଭଗବତୀ ମନ୍ଦିର ଭିତର ହୁଣ୍ଡି ଖୋଲିଲା। ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ ମା’ଙ୍କ ଦୈନନ୍ଦିନ ସେବାରେ ଲାଗିବ
ଚିଲିକା: ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା'ଭଗବତୀଙ୍କ ମନ୍ଦିର ଭିତର ହୁଣ୍ଡି ଚାରିମାସ ପରେ ଖୋଲାଯାଇଅଛି । ସକାଳ ୧୦ ଘଟିକା ସମୟରେ ମା'ଙ୍କ ପାଖରେ ଧୂପଦୀପଜାଳି ସମର୍ପିତ ହେବାପରେ ମନ୍ଦିର ପରିଚାଳନା କମିଟିର ସଭାପତି ସ୍ଥାନୀୟ ତହସିଲ୍ ଦାର ଟି. ପଦ୍ମନାଭ
ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ତରଫରୁଚାନ୍ଦବାଲି ବ୍ଲକ ଅଧିନରେ ନୟାଧାମରାଗ୍ରାମରେ ଗର୍ଭସଂସ୍କାର କାର୍ଯ୍ୟକ୍ରମ
ଚାନ୍ଦବାଲି ;- ୧୫/୦୩ ମି.ଏଜ୍ (ଡଃ ଦୀପକ ରଂଜନ ବେହେରା ) ଆଜି ସକାଳ ୯ଘଟିକା ସମୟରେ ଚାନ୍ଦବାଲିରେ ଥିବା ନୟାଧାମରା ଗ୍ରାମରେ ଆସନ୍ତୁ ଗଢିବା ସଂସ୍କାରବାନ ପିଢି କାର୍ଯ୍ୟକ୍ରମରେ ଗର୍ଭସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଉଛି | ଉକ୍ତ ଗର୍ଭସଂସ୍କାର କାର୍ଯ୍ଯକ୍ରମରେ
ଆଜି ରାଜ୍ୟସଭା ନିର୍ବାଚନ
ଭୁବନେଶ୍ୱର ସୋମବାର ରାଜ୍ୟସଭା ନିର୍ବାଚନ । ବିଧାୟକମାନେ ଭୋଟ ଦେଇ ଓଡ଼ିଶାରୁ ୪ଜଣଙ୍କୁ ସଂସଦର ଉଚ୍ଚସଦନକୁ ପଠାଇବେ । କିନ୍ତୁ ୪ଟି ଆସନ ପାଇଁ ପାଞ୍ଚ ଜଣ ପ୍ରାର୍ଥୀ ରହିଥିବାରୁ ସବୁ ଦଳର ମୁଖିଆଙ୍କୁ ଘାରିଛି ଭୟ । କ୍ରସ ଭୋଟିଂ,
୨ ମୃତ, ୨୦ରୁ ଅଧିକ ଆହତ ବାରିପଦା
ମୟୁରଭଞ୍ଜ ଜିଲ୍ଲା,କରଞ୍ଜିଆ ବ୍ଲକର କିଛି ଗ୍ରାମରେ ଆଜି ଅପରାହ୍ନ ସମୟରେ କାଳବୈଶାଖୀ, ଘୁର୍ଣ୍ଣିଝଡ ସହିତ କୁଆପଥର ମାଡ଼ ଯୋଗୁଁ ୨ ଜଣ ମୃତ୍ୟୁବରଣ କରିଥିବାବେଳେ ୫ ଜଣ ଗୁରୁତର ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର ହୋଇଥିବା ର
ବଉଳାବନ୍ଧରେ ଏକାଦଶ ଦୋଳ ମେଳଣ ସମାପନ।
ଚିଲିକା- ପ୍ରତିବର୍ଷ ପରି ଚଳିତ ବର୍ଷ ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମଠାରେ ଆଜକୁ ୪୬ ବର୍ଷ ଧରି ଏକାଦଶ ଦୋଳ ମେଳଣ ଅନୁଷ୍ଠିତ ହେଉଅଛି । ଏହା କେବଳ ବଉଳାବନ୍ଧ ଗ୍ରାମର ଠାକୁରମାନଙ୍କୁ ନେଇ ଅନୁଷ୍ଠିତ ହୋଇଥାଏ l ଦଶମୀ
ତୃତୀୟ ହରପ୍ରିୟା ସାହିତ୍ୟ ଉତ୍ସବ -୨୦୨୬ ଅନୁଷ୍ଠିତ
ବାଲିଅନ୍ତା,୧୫|୩):ବାଲିଅନ୍ତା ବ୍ଲକ ହୀରାପୁର ଗ୍ରାମର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହରପ୍ରିୟା ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ତୃତୀୟ ହରପ୍ରିୟା ସାହିତ୍ୟ ଉତ୍ସବ ଶ୍ରୀସୁଦର୍ଶନ ଦାରୁ ଅରଣ୍ୟରେ ଅନୁଷ୍ଠିତ ହୋଇଯାଇଛି l ଟ୍ରଷ୍ଟର ମୁଖ୍ୟ ଦୀନବନ୍ଧୁ ଭୋଇ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ
ଡିଭିଜନାଲ୍ କମିଟି ସଦସ୍ୟ ନକୁଳଙ୍କ ସମେତ ୧୧ ଜଣ ମାଓବାଦୀ ଓଡ଼ିଶା ପୋଲିସ ସମ୍ମୁଖରେ କଲେ ଆତ୍ମସମର୍ପଣ
କଳାହାଣ୍ଡି,୧୫|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ରାଜ୍ୟରେ ମାଓ ବିରୋଧୀ ପ୍ରୟାସକୁ ଏକ ବଡ଼ ଉତ୍ସାହ ପ୍ରଦାନ କରି, ୧୧ ଜଣ କଠୋର ମାଓବାଦୀ ଆନୁଷ୍ଠାନିକ ଭାବରେ ଶ୍ରୀ ୱାଇ.ବି. ଖୁରାନିଆ, ଡିଜିପି ଓଡ଼ିଶା, ଶ୍ରୀ ସଞ୍ଜିବ ପଣ୍ଡା, ଆଇପିଏସ୍, ଏଡିଜି (ନକ୍ସଲ ବିରୋଧୀ
ଧୂଆଁଳ ପ୍ରାଥମିକ ବିଦ୍ୟାଳୟ ଠାରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’
ଚିଲିକା : ଆଜି ଚିଲିକା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଧୂଆଁଳ ଠାରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ 'ଉଲ୍ଲାସ' ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ। ଚିଲିକା ବ୍ଲକ ଗୋଷ୍ଠୀ
ଜିଭ କାଟି ଯୁବକ କୁ ନିର୍ମମ ହତ୍ୟା
କଳାହାଣ୍ଡି,୧୫|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-ଯୁବକକୁ ଜିଭ କାଟି ହତ୍ୟା ପରେ ଅଭିଯୁକ୍ତ ହତ୍ୟାକାରୀ ଫେରାର |ଏମିତି ଏକ ଅମାନବୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେଗାଁ ଥାନା କଣ୍ଟମାଲ କୁରସୁଡ ମୁଖ୍ୟ ରାସ୍ତାରେ । ମୃତକ ହେଉଛନ୍ତି କଣ୍ଟାମାଲ ଗାଁ ର
ଶ୍ରୀ ସତ୍ୟସାଇ ସଂଗଠନର ଜିଲ୍ଲା ସମ୍ମିଳନୀ
ଚିଲିକା- ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ଶ୍ରୀ ସତ୍ୟସାଇ ସେବା ସଂଗଠନର ଖୋର୍ଦ୍ଧା ଜିଲ୍ଲା ସମ୍ମିଳନୀ ୧୫ ତାରିଖ ରବିବାର ଦିନ ଟାଙ୍ଗୀ ବ୍ଲକ ଅନ୍ତର୍ଗତ ରତନପୁର ସେବା ସମିତି ଠାରେ
ବଜାରରୁ ଜଳଖିଆ ଦୋକାନ ଉଭାନ ! ଗ୍ରାହକ ଅସନ୍ତୋଷ
ଭୁବନେଶ୍ୱର ପ୍ରାଚ୍ୟରେ ଚାଲିଛି ଯୁଦ୍ଧ ଆଉ ଏହାର ପ୍ରଭାବ ଭାରତ ଉପରେ ପଡ଼ିଛି । ବିଶେଷ କରି ଏଲପିଜି ର ଘୋର ଅଭାବ ସବୁଠି ଦେଖିବାକୁ ମିଳୁଛି । କେନ୍ଦ୍ର ଓ ରାଜ୍ୟ ସରକାର ଗ୍ୟାସର ଅଭାବକୁ ଖଣ୍ଡନ କଲେ ମଧ୍ୟ
ଚନ୍ଦ୍ରଶେଖର ଦେବ ବ୍ରାହ୍ମଣ ସମିତି ବୈଠକ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ଅଞ୍ଚଳର ବିଭିନ୍ନ ବ୍ରାହ୍ମଣ ଶାସନମାନଙ୍କୁ ନେଇ ଗଠିତ ହୋଇଥିବା ଶ୍ରୀଚ଼ନ୍ଦ୍ରଶେଖର ଦେବ ବ୍ରାହ୍ମଣ ସମିତିର ପ୍ରଥମ ବୈଠକ ୧୫ ତାରିଖ ରବିବାର ଦିନ ଭବାନୀପୁର ସ୍ଥିତ ବିଶ୍ଵନାଥ କଲ୍ୟାଣ ମଣ୍ଡପ ଠାରେ
ଖାର୍ଗ ହମ୍ଲା ପରେ ରକ୍ତମୁଖା ଇରାନ
ନୂଆଦିଲ୍ଲୀଇରାନର ଆର୍ଥôକ ମେରୁଦଣ୍ଡ ଭାବେ ପରିଚିତ ଖାର୍ଗ ଦ୍ୱୀପରେ ଆମେରିକା ବୋମା ମାଡ଼ କରିଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିବା ପରେ ରକ୍ତମୁଖା ହୋଇ ଉଠିଛି ତେହରାନ । ଆଜି ଇରାନ ପକ୍ଷରୁ ଗଲ୍ଫ ଦେଶରେ ଥିବା ଆମେରିକାର ବେସ୍
ଅସହ୍ୟ ତାତିରେ ଜଳୁଛି ଧର୍ମଗଡ କେବେ ଆରମ୍ଭ ହେବ ଜଳଛତ୍ର:ବାଟୋଇ ପିଇବା ପାଣି ପାଇଁ ଡହଳ ବିକଳ ଜଳ ଛତ୍ର ଖୋଲିବା ପାଇଁ ଦାବି
କଳାହାଣ୍ଡି,୧୫|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-ମାର୍ଚ୍ଚ ମାସ ଆରମ୍ଭ ରୁ ଗ୍ରୀଷ୍ମ ପ୍ରବାହ ପାରଦ ୪୦ କୂ ଛୁଇଁଲାଣି।ପ୍ରବଳ ଖରା ଯୋଗୁ ମଣିଷ ଠାରୁ ପଶୁପକ୍ଷୀ ହନ୍ତସନ୍ତ | ସାଧାରଣ ଭାବେ ମାର୍ଚ୍ଚ ମାସ ମଧ୍ୟରେ ବିଗତ ବର୍ଷ ମାନଙ୍କରେ ପାରଦ ୩୨
ସଂରକ୍ଷିତ ଜଙ୍ଗଲରେ ଲାଗୁଛି ନିଆଁ,ନଷ୍ଟ ହେଉଛି ମୂଲ୍ୟବାନ ଗଛ
କଳାହାଣ୍ଡି,୧୫|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ) ବର୍ତ୍ତମାନ ଗ୍ରୀଷ୍ମଋତୁ ର ଆଗମନ।ଦିନକୁ ଦିନ ଗ୍ରୀଷ୍ମ ତାପ ବୃଦ୍ଧି ପାଇବାରେ ଲାଗିଛି ତେଣୁ ଜନ ଜୀବନ ଅସ୍ତବ୍ୟସ୍ତ ହେଉଛି। କଲମପୁର ଅଞ୍ଚଳରେ ଏଭଳି ସ୍ଥିତିରେ ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା ଜନ ଜୀବନ ପ୍ରଭାବିତ
ବିମଳା ପୋଖରୀରୁ ମିଳିଲା ମଣିଷ ଜଙ୍ଘ
କଳାହାଣ୍ଡି,୧୫|୩(-ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ବିମଳା ବାଗବନ୍ଧ ପୋଖରୀରୁ ଗଳିତ ମଣିଷ ଜଙ୍ଘ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ
ହତ୍ୟା ଉଦ୍ୟମ ମାମଲାରେ ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ କାରାଦଣ୍ଡ
କଳାହାଣ୍ଡି,୧୫|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜ଼ିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଧନପୁର ଗ୍ରାମରେ ୨୦୧୮ ମସିହାରେ ଘଟିଥିବା ଏକ ହତ୍ୟା ଉଦ୍ୟମ ମାମଲାର ବିଚାର କରି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ ଶୁକ୍ରବାର ତାଙ୍କ ରାୟ
Politics
ସଶକ୍ତ ଓଡିଶା ପକ୍ଷରୁ ପ୍ରତିବାଦ ସଭା ସହିତ ସ୍ମାରକପତ୍ର ପ୍ରଦାନ
ଚନ୍ଦ୍ରଶେଖର ଦେବ ବ୍ରାହ୍ମଣ ସମିତି ବୈଠକ
ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ
Entertainment
ତଳଆମ୍ବପଦରରେ ରକ୍ତାକ୍ତ ସଂଘର୍ଷ: ୨୧ ଜଣ ଗିରଫ