ଆମପାଣିକୁ ନୂତନ ବ୍ଳକ ଗଠନ ପାଇଁ ଏକାଠି ହେଲେ ୧୦ ଗୋଟି ପଞ୍ଚାୟତର ଲୋକେ

କୋକସରା,୮।୨, ଚକ୍ରଧର ବେଶ୍ରା: କଳାହାଣ୍ଡି ନବରଙ୍ଗପୁର ଜିଲ୍ଲାର ସୀମାନ୍ତରେ ଥିବା କୋକସରା ବ୍ଳକର ଆଦିବାସୀ ବହୁଳ ଅଞ୍ଚଳ ଆମପାଣି ପଞ୍ଚାୟତକୁ ସ୍ବତନ୍ତ୍ର ବ୍ଳକ ଗଠନ ଦାବିରେ ଶନିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କଳାହାଣ୍ଡିର ଆରାଧ୍ୟ ଦେବତା ପ୍ରଭୁ ବୁଢ଼ାରଜା ଦେବଙ୍କ ପୀଠରେ ପୂଜାର୍ଚ୍ଚନା ପରେ ଋତୁରାଜ ମାଝୀଙ୍କ ସଭାପତିତ୍ବରେ ସ୍ଥାନୀୟ ଧାନ ମଣ୍ଡିଠାରେ ବୈଠକ ଆରମ୍ଭ ହୋଇଥିଲା। ବୈଠକରେ ଡୁଡୁକାଠେଙ୍ଗା ପୂର୍ବତନ ସରପଞ୍ଚ ବନମାଳୀ ବାଗ, ଆଇନଜୀବୀ ମନୋଜ ନାଏକ, ଗୋପୀଚନ ନାଏକ, ପ୍ରଦୀପ ସାହୁ, କେତୁରାମ ପାତ୍ର, ରାମ ସିଂ ମାଝୀ, ଉଛୁଲାରୁ ଚକ୍ରଧର ନାଏକ, ଖଗେଶ୍ବର ନାଏକ, ବଡପୁଝାରୀଗୁଡାରୁ ଡମ୍ବରୁଧର ନାଏକ, ରତନ ନାଏକ, ସତ୍ୟ ନାଏକ, ଅର୍ଜୁନ ଅଗ୍ରୱାଲ, ଅନୁପ ଯୋଶୀ ସମେତ କୋକସରା ବ୍ଳକର ଆମପାଣି ଜିଲ୍ଲାପରିଷଦ ଜୋନ୍ ନଂ- ୧ ର ୮ ଗୋଟି ପଞ୍ଚାୟତ ବରାଡଙ୍ଗା, ବଡ଼ପୋଡ଼ାଗୁଡ଼ା, କାଉଡୋଲା, ଡୁଡୁକାଠେଙ୍ଗା, ମହିମା, ଆମପାଣି, ସାନପୋଡାଗୁଡା, ଗୋତମୁଣ୍ଡା ସମେତ ଜୟପାଟଣା ବ୍ଳକର ବଡପୁଝାରୀଗୁଡା ଓ ଉଛୁଳା ପଞ୍ଚାୟତରୁ ନିର୍ବାଚିତ ଜନ ପ୍ରତିନିଧି ସମେତ ଶତାଧିକ ଲୋକେ ଯୋଗଦେଇ ଆମପାଣିକୁ ନୂତନ ବ୍ଳକ ଗଠନ ଦାବିକୁ ସ୍ବାଗତ କରିବା ସହ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଭୌଗଳିକ ଦୃଷ୍ଟି କୋଣରୁ ଆମପାଣି ଗ୍ରାମ ଏହି ଅଞ୍ଚଳର ମୂଖ୍ୟ ସ୍ଥାନ ହୋଇଥିବା ବେଳେ ଏଠାରେ ବ୍ଲକ ଗଠନ ନିମିତ୍ତ ସବୁ ପ୍ରକାର ଭିତ୍ତିଭୂମି ରହିଛି। ୧୦ ଗୋଟି ପଞ୍ଚାୟତ ବ୍ୟତୀତ ପଡୋଶୀ ନବରଙ୍ଗପୁର ଜିଲ୍ଲା ବିଭିନ୍ନ ଅଞ୍ଚଳର ହଜାର ହଜାର ଲୋକ ଆମପାଣି ଉପରେ ପ୍ରାୟ ନିର୍ଭର କରିଥାନ୍ତି। ଏଠାରେ ଥିବା ସ୍କୁଲ, ଦୁଇଟି କଲେଜ, ଡାକ୍ତରଖାନା, ଥାନା, ଫରେଷ୍ଟ ଅଫିସ, ଆରଆଇ ଅଫିସ, ଗ୍ୟାସ ପଏଣ୍ଟ, ବ୍ୟାଙ୍କ, ସମବାୟ ସମିତି, ପୋଷ୍ଟ ଅଫିସ, ଏସ୍ଏସଡି ସ୍କୁଲ ଇତ୍ୟାଦି ଉପରେ ଆଖପାଖ ଅଞ୍ଚଳର ଲୋକେ ନିର୍ଭର କରିଥାନ୍ତି। ମୂଲ କୋକସରା ବ୍ଲକ ଏହି ଅଞ୍ଚଳଠାରୁ ୨୦ କିମିରୁ ଉର୍ଦ୍ଧ ରହିଥିବାବେଳେ ଜୟପାଟଣା ବ୍ଳକରୁ ଆସୁଥିବା ୨ ଗୋଟି ଗ୍ରାମ ପଞ୍ଚାୟତ ବ୍ଳକ କାର୍ଯ୍ୟାଳୟରୁ ପ୍ରାୟ ୩୦ କିଲୋମିଟର ଦୁରରେ ଥିବା ହେତୁ ଅଫିସ କାର୍ଯ୍ୟକୁ ଛାଡିଦେଲେ ବିଭିନ୍ନ କାର୍ଯ୍ୟ ନିମନ୍ତେ ଲୋକେ ଆମପାଣି ଉପରେ ନିର୍ଭର କରିଥାନ୍ତି, ଆମପାଣି, ବଡ଼ପୋଡ଼ାଗୁଡ଼ା, ବରାଡଙ୍ଗା, ଡୁଡୁକାଠେଙ୍ଗା, ମହିମା ଆଦି ପଞ୍ଚାୟତର ଅଧିକାଂଶ ଗାଁ ସାହାଜଖୋଳ ଜଙ୍ଗଲ ପାଦ ଦେଶରେ ରହିଥିବାବେଳେ କୋକସରା ବ୍ଳକ କାର୍ଯ୍ୟାଳୟକୁ ଯିବାକୁ ହେଲେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଆମପାଣିକୁ ୨୬ ନମ୍ବର ଜାତୀୟ ରାଜପଥ ସହ ବିଜୁ ଏକ୍ସପ୍ରେସୱେ ସଂଯୋଗ କରୁଥିବାରୁ ଯାତାୟାତରେ ସୁବିଧା ରହିଛି। ସବୁ ଦୃଷ୍ଟିରୁ ଆମପାଣି ଗ୍ରାମ ପଞ୍ଚାୟତ ନୂତନ ବ୍ଳକ ପାଇଁ ପ୍ରଜୁର୍ଯ୍ୟ ରହିଛି। ବୈଠକରେ ବିଭିନ୍ନ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଥିଲା। ସଭାପତି ଭାବେ ଗୋପିଚନ ନାଏକ, କାର୍ଯ୍ୟ କାରି ସଭାପତି ରୁତୁରାଜ ମାଝୀ,ଉପ ସଭାପତି ଟିକି ଚନ୍ଦ୍ର ଧଙ୍ଗଡା ମାଝୀ, ମଧୁବନ ପାତ୍ର, କୁମୁଦ ସେଠୀ ବିଘ୍ନେଶ୍ୱର ନାଏକ, ସମ୍ପାଦକ ଧନୁ ଦୁର୍ଗା, ସହ ସମ୍ପାଦକ ଚକ୍ରଧର ବେଶ୍ରା, ଖଗେଶ୍ବର ପାଣିଗ୍ରାହୀ, ନବୀନ ପଟେଲ, ସନ୍ତୋଷ କୁମାର ମାଝୀ, କୋଷାଧ୍ୟକ୍ଷ ସୁରେଶ କୁମାର ସାହୁ, ମନୋରଞ୍ଜନ ବାଣୁଆ, ରହିଥିବା ବେଳେ ଲିଗାଲ ଏଡ୍ ଭାଇଜର ଭାବରେ ଆଇନଜୀବୀ ପଞ୍ଚାନନ ବେଶ୍ରା, ମନୋଜ ନାଏକ,ଲକ୍ଷୀ ଧର ମେହେର, ରହିଛନ୍ତି ଏବଂ ସଦସ୍ୟ ତା ଭାବରେ କୁମୁଦ ପୁଝାରୀ, ପ୍ରଦୀପ ସାହୁ, ବୈଷ୍ଣବ ମାଝୀ, ବିନୋଦ ସିଂ, ତାପସ ରାୟ, ଧର୍ମାନନ୍ଦ ନାଏକ, ହରିଶ୍ଚନ୍ଦ୍ର ନାଏକ,ରାଜୁ ପଟେଲ, ଭିକ ମାଝି , ଅର୍ଜୁନ ଭାଟି, ମଣିରାମ ବାଣୁଆ,ନୃପରାଜ ନାଏକ, ଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ସଦସ୍ୟ ତା ଭାବରେ ରହିଥିବା ଜଣା ପଡ଼ିଛି । ମିଡ଼ିଆ ସେଲ ରେ ସାମ୍ବାଦିକ ବିଜୟ ପଣ୍ଡା, ଜଗଦୀଶ ନାଏକ,ଗଜିନ୍ଦ୍ର ନାଗ, ଗଣେଶ ଭାଟି ଏବଂ ତ୍ରିଲୋକ୍ୟ ବେଶ୍ରା ଙ୍କୁ ଦାୟିତ୍ଵ ଦିଆ ଯାଇଥିଲା , ସୁଭାଷ ଖର୍ସେଲ, ପଦ୍ମନ ଚଲାନ, ବିରନ କନ୍ଧ ଙ୍କ ସମେତ ୧୦ ଗୋଟି ପଞ୍ଚାୟତରୁ ଶତାଧିକ ଲୋକେ ଯୋଗଦେଇ ଦୃଢ଼ ସମର୍ଥନ କରି ଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page