ଭାରତ-ଇଂଲଣ୍ଡ ମଧ୍ୟରେ ବାରବାଟୀ ଆଜି ଲଢ଼େଇ

ଭୁବନେଶ୍ୱର, ୯।୨: ବାରବାଟୀ ଷ୍ଟାଡିୟମରେ ରବିବାର ହେବ ଭାରତ-ଇଂଲଣ୍ଡ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌। ଏହା ଏକଦିବସୀୟର ଦ୍ୱିତୀୟ ସିରିଜ । ଖେଳ ଅପରାହ୍ନ ୧ଟା ୩୦ରେ ଆରମ୍ଭ ହେବ। ଏଥିପାଇଁ ନୂଆ ରୂପରେ ସଜେଇ ହୋଇଛି ବାରବାଟୀ। ପ୍ରଥମ ଦିନିକିଆରେ ନାଗପୁରରେ ଭାରତ ବିଜୟୀ ହୋଇଥିବାରୁ ଏଠାରେ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି। ଯଦି ଭାରତ ମ୍ୟାଚ୍‌ ଜିତେ ତେବେ ସିରିଜ ବିଜୟୀ ହୋଇଯିବ। ତେଣୁ ଇଂଲଣ୍ଡ ବିଜୟ ସହ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହିଁବ ନିଶ୍ଚିତ। ଏହି ମ୍ୟାଚ୍‌ ଇଂଲଣ୍ଡ ପାଇଁ ‘କର ବା ମର’ ସ୍ଥିତି ସୃଷ୍ଟି କରିଛି। ମ୍ୟାଚ୍‌କୁ ନେଇ ଓଡ଼ିଶା କ୍ରିକେଟପ୍ରେମୀଙ୍କ ଉତ୍କଣ୍ଠା ଅନ୍‌ଲାଇନ୍‌ଠାରୁ ଆରମ୍ଭ କରି ବକ୍ସ ଅଫିସ ଟିକେଟ ବିକ୍ରିରେ ପ୍ରତିଫଳିତ ହୋଇସାରିଛି। ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି ଉଭୟ ଭାରତ ଓ ଇଂଲଣ୍ଡ ଦଳର ସଦସ୍ୟ ଓ ଅନ୍ୟପକ୍ଷରେ ଭାରତୀୟ ଦଳ ଅପରାହ୍ନ ୫ଟା ୩୦ରେ ବାରବାଟୀରେ ପହଞ୍ଚତ୍ ନେଟ୍‌ ପ୍ରାକ୍ଟିସ କରିଛି। ନେଟ୍ସ ସମୟରେ ଆକର୍ଷଣର କେନ୍ଦ୍ରରେ ରହିଥିଲେ ତାରକା ବ୍ୟାଟର ବିରାଟ କୋହଲି। ଆଣ୍ଠୁରେ ଆଘାତଜନିତ ସମସ୍ୟା ଯୋଗୁ ବିରାଟ ନାଗପୁର ମ୍ୟାଚ୍‌ରେ ଖେଳିପାରି ନ ଥିଲେ। ମ୍ୟାଚ୍‌ ଆରମ୍ଭର ଅଳ୍ପ କିଛି କ୍ଷଣ ପୂର୍ବରୁ ଅର୍ଥାତ୍‌ ଟସ୍‌ ପରେ ଅଧିନାୟକ ରୋହିତ ଶର୍ମା ଏହା ପ୍ରକାଶ କରିବାପରେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ନିରାଶା ଛାଇ ଯାଇଥିଲା। ମାତ୍ର ବିରାଟ ଏବେ ଫିଟ୍‌ ଅଛନ୍ତି ଓ ଏହା ଶୁଣିବାପରେ ଓଡ଼ିଶା କ୍ରିକେଟପ୍ରେମୀଙ୍କ ମଧ୍ୟରେ ଖୁସି ଦ୍ୱିଗୁଣିତ ହୋଇଯାଇଛି। ତେବେ କୋହଲିଙ୍କ ପାଇଁ କେଉଁ ଖେଳାଳିଙ୍କୁ ବାଦ୍‌ ଦିଆଯିବ ତାହା ସେ ସ୍ପଷ୍ଟ କରି ନାହାନ୍ତି। ଏହା ଅଧିନାୟକ ରୋହିତ ଶର୍ମା ଓ କୋଚ୍‌ ଗୌତମ ଗମ୍ଭୀରଙ୍କ କାର୍ୟ୍ୟ ବୋଲି ସେ ପ୍ରକାଶ କରିଛନ୍ତି। ଏବେ କେବଳ ପ୍ରତୀକ୍ଷିତ ମୁହୂର୍ତ୍ତକୁ ଅପେକ୍ଷା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page