ଫୁଲବାଣୀ ତ୍ରିଦେବ ନଗର ବସ୍ତିର ମାଁ ବ୍ରାହ୍ମଣୀଦେବୀ ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଫୁଲବାଣୀ: ଯୌର ପରିଷଦ ଓ୍ୱାଡ ନମ୍ବର ଏଗାର ତ୍ରିଦେବ ନଗର ବସ୍ତିର ମାଁ ବ୍ରାହ୍ମଣୀଦେବୀ ଙ୍କ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାଁ ବ୍ରାହ୍ମଣୀଦେବୀଙ୍କ ବରିଷ୍ଠ ପୂଜକ ଦିଲ୍ଲୀପ କୁମାର ଦଳବେହେରାଙ୍କ ନିର୍ଦ୍ଦେଶ ପ୍ରକାରେ ସମସ୍ତ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ବରିଷ୍ଠ ବିଜେପି ନେତା ତଥା ଆଇନଜୀବି ଭଗବାନ ମହାନ୍ତି ମୂଖ୍ଯ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଅନ୍ୟତମ ଅତିଥି ଭାବେ ଆଇନଜୀବି ଅଜିତ କୁମାର ପଟ୍ଟନାୟକ, ମିଡ଼ିଆ ସମ୍ପାଦକ ବରିଷ୍ଠ ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ,ସାମ୍ବାଦିକ କୁନା ଦିଗାଲଙ୍କ ପ୍ରମୁଖଙ୍କୁ ନିମନ୍ତ୍ରିତ କରାଯାଇଥିଲା। କମିଟି କର୍ମକର୍ତ୍ତାଙ୍କ ତରଫରୁ ପ୍ରଥମେ ମୂଖ୍ୟ ଅତିଥିଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ତା ସହିତ ମାଁ ବ୍ରାହ୍ମଣୀଦେବୀଙ୍କ ପାଖରେ ପୂଜକ ମାଁଙ୍କ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଟିକୁ ତ୍ରିଦେବ ନଗର ବସ୍ତିର ଶୃଙ୍ଖଳିତ କମିଟି କର୍ମକର୍ତ୍ତା ଆବାହକ ବିରାଜ କୁମାର ପ୍ରଧାନ ସଭାପତି ପ୍ରକାଶ ଚନ୍ଦ୍ର ପାଢି, ସମ୍ପାଦକ ଚନ୍ଦ୍ରମଣି ଦେହୁରୀ, କୋଷାଧ୍ୟକ୍ଷ ସୁନିଲ କୁମାର ଦିଗାଲ, ପ୍ରକାଶ ବଗାର,ତାରାବତୀ ମାଝି, ବର୍ଷା ବିନ୍ଧାଣି, ସୁକାନ୍ତି କହଁର,ଅନ୍ତିମା ପ୍ରଧାନ, ଲଲିତା କହଁର, ପ୍ରତିମା ସାହାଣୀ ମାଧବ ଦିଗାଲ ଏବଂ ବସ୍ତିର ଶୃଙ୍ଖଳିତ ପରିବାର ସଦସ୍ୟ ଉପସ୍ଥିତ ରହି ମାଁ ବ୍ରାହ୍ମଣୀଦେବୀଙ୍କ ପାଖରେ ପୂଜା ଅର୍ଚ୍ଚନା କରିବା ସହିତ ବସ୍ତିର ଉନ୍ନତି କରଣ ନିମନ୍ତେ ମାଁ ବ୍ରାହ୍ମଣୀଦେବୀଙ୍କ ପାଖରେ ମାନସୀକ କରିଥିବା ଦେଖିବାକୁ ମିଳିଥିଲା। ଏହି ପୂଜା ଦୁଇଦିନ ଧରି ଚ଼ାଲିବ ବୋଲି ସଂଘ ପକ୍ଷରୁ କୁହାଯାଇଛି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page