ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ; ଏସ.ଏସ. ସାନ ଏକାଦଶ ଚାମ୍ପିୟାନ

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ନାଗପୁର ସ୍ଥିତ ଶାଗୁଆ ଖେଳ ପଡ଼ିଆରେ ନାଗପୁର କ୍ରିକେଟ୍ କ୍ଲବ୍ ଦ୍ଵାରା ଦିତୀୟ ବାର୍ଷିକ ଅଲ୍ ଓଡିଶା ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଉଦଯାପନ ହୋଇଯାଇଛି l ଏହି ଅବସରରେ ଏସ.ଏସ. ସାନ ଏକାଦଶ ଓ ନୋ କମ୍ପ୍ରମାଇଜ୍ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଥିଲା l ଏସ.ଏସ. ସାନ ଏକାଦଶ ଟସ ଜିତି ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୬ ୱିକେଟ ହରାଇ ୧୪୬ ରନ କରିଥିଲା l ଉକ୍ତ ଦଳର ଖେଳାଳୀ ମୁନୁ ରାଉତ ୧୯ ବଲ ଖେଳି ୫୧ ରନ ଓ ରାଜାଙ୍କ ୧୬ ବଲରେ୪୬ ରନ ଏହି ଦୁହିଁଙ୍କ ଦମଦାର ବ୍ୟାଟିଂକୁ ଦେଖିବା ପାଇଁ ବାହୁ ସଂଖ୍ୟାରେ ଦର୍ଶକଙ୍କ ଭିଡ ଦେଖିବକୁ ମିଳିଥିଲା। ପରେ ଜିତିବା ଲକ୍ଷ୍ୟରେ ନୋ କମ୍ପ୍ରମାଇଜ୍ ଦଳ ମାତ୍ର ୯ ଓଭରରେ ୯ ୱିକେଟ ହରାଇ ୯୮ ରନ କରି ପରାଜୟ ହୋଇଥିଲେ। ଏହି ମ୍ୟାଚଟିକୁ ୪୮ ରନ ରେ ଏସ.ଏସ. ସାନ ଏକାଦଶ ଜିତି ଚାମ୍ପିୟାନ ହୋଇଥିଲା l ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥିଭାବେ ବିକ୍ରମ କେଶରୀ ମହାନ୍ତି, ସମ୍ମାନୀତ ଅତିଥିଭାବେ ନାଗପୁର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉପଦେଷ୍ଟା ଚକ୍ରଧର ନାୟକ, ସଭାପତି (ଆଇନୀଜୀବୀ )ରଞ୍ଜିତ ମହାରଣା , ସମ୍ପାଦକ ଦିଲ୍ଲୀପ ମିଶ୍ର, ସୂର୍ଯ୍ୟପ୍ରଭା କ୍ରାଇମ୍ ରିପୋଟର ଜିତେନ୍ଦ୍ର ସାହୁ, ମିଲକ ମୁ ଅଧକ୍ଷ ରବିନ୍ଦ୍ର ମହାରଣା, ଆଦିବସୁ ଗାଡେନ୍ ର ଚେୟାରମ୍ୟାନ ବାସୁଦେବ ନାୟକ, ଆଇନିଜୀବୀ ବିଷ୍ଣୁ ପ୍ରାସାଦ ଜେନା, ସ୍ଵଚ୍ଛା ସେବୀ ବିଜୟ ମହାରଣା, କମଳାକାନ୍ତ ଜେନା ପ୍ରମୁଖ ଯୋଗଦେଇଥିଲେ l ମ୍ୟାନ ଅଫ ଦି ମ୍ୟାଚ ଭାବେ ମୁନୁ ରାଉତ , ବେଷ୍ଟ୍ ବୋଲର ଭାବେ ନୋ କମ୍ପ୍ରମାଇଜ୍ ଦଳର ଡଗଲେଶ୍ ବିବେଚିତ ହୋଇଥିଲେ।
ଅତିଥି ମାନେ ବିଜୟୀ ଦଳକୁ ଟ୍ରଫି ସହ୬୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ ।ସେହି ଭଳି ରନର୍ସ ପଦଳକୁ ୪୦ ହଜାର ଟଙ୍କାର ଚେକ୍ ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଅଶୋକ ମହାରଣା, ବିଶ୍ୱଜିତ୍ ନାୟକ ଏହି ଫାଇନାଲ ମ୍ୟାଚକୁ ପରିଚାଳନା କରିଥଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page