ଘୁମୁରାର ତାଳେ ତାଳେ ଦୁଲୁକିବ ମା ଲଙ୍କେଶ୍ବରୀ ମଞ୍ଚ

ଜୁନାଗଡ଼ ମହୋତ୍ସବକୁ ନେଇ ଜନମାନସ ଉତ୍ସାହିତ

କଳାହାଣ୍ଡି୧୨/୦୨(ପ୍ୟାରିଲାଲ ଦୁର୍ଗା): ଐତିହାସିକ ସହର ଜୁନାଗଡ଼।କଳାହାଣ୍ଡି ଗଡଜାତ ଶାସନର ପୁର୍ବତନ ରାଜଧାନୀ ଜୁନାଗଡ଼, ହଜାରେ ବର୍ଷ ପୁରୁଣା ସହର।ମନ୍ଦିର ମାଳିନୀ ଏହି ସହରର ଅନେକ କିମ୍ବଦନ୍ତୀ ଐତିହାସିକ ଖୋରଙ୍କର ସମୃଦ୍ଧ ପେଣ୍ଠସ୍ଥଳୀ ।ଏହି ସହରର ଅଧିଷ୍ଠାତ୍ରୀ
ଦେବୀ ଲଙ୍କେଶ୍ବରୀଙ୍କ ମନ୍ଦିର ସହିତ ସହରରେ ଐତିହାସିକ ଦଧିବାମନ ମନ୍ଦିର, ପୋଡା ମହାଦେବ, ମା’କନକଦୁର୍ଗା, ସୋମେଶ୍ବର ମହାଦେବ, ଠାକୁରାଣୀ ମନ୍ଦିର, ଭୈରବ ପୀଠ, ଗାୟତ୍ରୀ ମନ୍ଦିର, ସାଇ ମନ୍ଦିର, ହନୁମାନ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଶନି ମନ୍ଦିର ଆଦି ଅନେକ ମନ୍ଦିର ରହିଛି।ଏହି ଐତିହାସିକ ସହରରେ ଏକଦା ଛଅ କୋଡ଼ି ବନ୍ଧ ଓ ନଅ କୋଡ଼ି ତୋଟା ରହିଥ‌ିବା ଜଣାଯାଏ ।ସହରର ପାଦଦେଶରେ କାହିଁ କେଉଁ ଆଦିମ କାଳରୁ ହାତୀନଦୀ କୁଳୁକୁଳୁ ହୋଇ ବହିଯାଉଛି। ସହରର ହାଇସ୍କୁଲ ଖେଳ ପଡିଆରେ ଚଳିତ ୧୪,୧୫,୧୬ ଫେବୃୟାରୀରେ ଜୁନାଗଡ଼ ମହୋତ୍ସବ ଆୟୋଜନ କରାଯାଇଛି।ଏହି ଉତ୍ସବରେ ସ୍ଥାନୀୟ ଲୋକକଳା ଘୁମୁରା, ବଜାସାଲ, ବନାବାଡି, ଢାପ ଘୁଡୁକା, ସହିତ ରାଜ୍ୟ ତଥା ବାହାର ର ରାଜ୍ୟର ଜ୍ୟର ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ।ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଭିନ୍ନ ପ୍ରତିଯୋଗିତା,ପାଥୋତ୍ସବ,କ୍ରିକେଟ , ଫୁଟବଲ ମ୍ୟାଚ ହେବ ।ମୁଣ୍ଡଦେଶରେ ପ୍ରକୃତିର ପ୍ରାଚୁର୍ଯ୍ୟ ପରିଆ, ଘନା, ଗର୍ଜନ ପାହାଡ଼ ସହିତ ଅନତି ଦୂରରେ ପର୍ଯ୍ୟଟନ ସ୍ଥଳୀ ଭତ୍ରାଡେମ ବେଶ ଆକର୍ଷଣୀୟ ।ଏହି
ହାଇସ୍କୁଲ ଖେଳାପଡ଼ିଆର ମା ଲଙ୍କେଶ୍ବରୀ ମଞ୍ଚ ନିର୍ମାଣ ସହ ଆନୁଷଙ୍ଗିକ ଭିତ୍ତିଭୂମି ନିର୍ମାଣରେ ଲାଗି ପଡିଛନ୍ତି ଆୟୋଜନ କମିଟି। ଜୁନାଗଡ଼ ମହୋତ୍ସବ ୨୦୨୫ କୁ ନେଇ ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳୁଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page