ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଲକ୍ର ପ୍ରତ୍ୟେକ ସରକାରୀ ବିଦ୍ୟାଳୟରେ ଅନୁଷ୍ଠିତ ହେଉଅଛନ୍ତି ଚକ୍ଷୁ ପରୀକ୍ଷା ଶିବିର । ଏହି ଶିବିର ପ୍ରାୟ ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଳକ୍ରେ ଜାରୀ ରହିଥିବାବେଳେ ଏହି ଅବସରରେ ଭୁବନେଶ୍ୱରସ୍ଥିତ ଲୁଇସବ୍ରେଲ୍ ଦୃଷ୍ଟିହୀନ ବିଦ୍ୟାଳୟରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବିଦ୍ୟାଳୟର ସମସ୍ତ ଦୃଷ୍ଟିବାଧିତ ଏବଂ ମୁଖବାଧିତ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଆଖି ପରୀକ୍ଷା

କରାଯାଇଥିବାବେଳେ ସେମାନଙ୍କ ଚକ୍ଷୁ ପରୀକ୍ଷା ଜନିତ ଚଷମା ଏବଂ ଔଷଧ ପ୍ରଦାନ କରାଯାଇଛି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ବରିଷ୍ଠ ଆଖି ଡାକ୍ତର ତଥା ଡିପିଏମ୍ ଡା. ଅଜୟ ସିଂହ ଓ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଅଧିକାରୀ ଡା. ଏସ୍ ଦାସଙ୍କ ତତ୍ୱାବଧାନରେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଖି ଚିକିସôା ଅଧିକାରୀ ଡିଇଓ କୃଷ୍ଣଚନ୍ଦ୍ର ପରିଡ଼ାଙ୍କ ତତ୍ୱାବଧାନରେ ପରିଚାଳନା କରାଯାଇଥିଲା ।

ବାଲିପାଟଣା ବ୍ଳକ୍ର ଚକ୍ଷୁ ଚିକିସôକ ଗୌତମ କୁମାର ଦାସ ଉପସ୍ଥିତ ରହି ସମସ୍ତ ଛାତ୍ରଛାତ୍ରୀଙ୍କ ଆଖି ପରୀକ୍ଷା କରିଥିଲେ । ଆଖି ପରୀକ୍ଷାରେ ଆଖିରେ ଗୁରୁତର ଅସ୍ତ୍ରୋପଚାର ଲାଗି ମଧ୍ୟ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଚକ୍ଷୁ ଡାକ୍ତର ଗୌତମ କୁମାର ଦାସ । ସେ କହିଛନ୍ତି ଯେ, କୌଣସି ପିଲାଙ୍କ ଯଦି ଆଖିର କିଛି ଗୁରୁତର ଚିକିସôା ଆବଶ୍ୟକ ପଡ଼ିଥାଏ ତେବେ ଆମେ ତାଙ୍କୁ ତୁରନ୍ତ ଭଲ ଡାକ୍ତରଖାନା ପଠାଇଥାଉ ଚିକିସôା ନିମନ୍ତେ । କାର୍ଯ୍ୟକ୍ରମରେ ସ୍କୁଲର ଅନ୍ୟ ଶିକ୍ଷାଧିକାରୀମାନେ ଉପସ୍ଥିତ ରହିବା ସହ ନିଜ ନିଜର ମନ୍ତବ୍ୟ ରଖିଥିଲେ । ତେବେ ଏହିଭଳି ଚକ୍ଷୁ ଚିକିସôା ପ୍ରତ୍ୟେକ ବିଦ୍ୟାଳୟ ସ୍ତରରେ ଜାରି ରହିଲେ ପିଲାମାନଙ୍କ ଚକ୍ଷୁ ଭିତିକ ସମସ୍ୟା ଦୂର ହେବା ସହିତ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ଅଧିକା ସୁଫଳ ମିଳିପାରିବ ବୋଲି ଯୋଗଦେଇଥିବା ଚିକିସôା ଅଧିକାରୀ ଏବଂ

ଶିକ୍ଷାଧିକାରୀମାନେ ମତ ଦେଇଛନ୍ତି । ସରକାରଙ୍କ ତରଫରୁ ଏହିଭଳି କାର୍ଯ୍ୟକ୍ରମ ଯୋଗୁ ଶିକ୍ଷାକ୍ଷେତ୍ରରେ ଉନ୍ନତି ଆସିପାରିବ ବୋଲି ମଧ୍ୟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । Report: Utkalbulletin.com