ନର୍ଲାରେ ଲକ୍ଷ୍ୟ ପତି ଦିଦି ତାଲିମ ଲକ୍ଷ୍ୟ ଚ୍ୟୁତ ; ମିଥ୍ୟା ବିଲ ରେ ଅର୍ଥ ତୋଷରପାତ ଅଭିଯୋଗ ! ତଦନ୍ତ ଦାବି 

ଭବାନୀପାଟଣା, ୨୪/୦୨, ଜଗନ୍ନାଥ ନାଏକ, (ଉତ୍କଳ ବୁଲେଟିନ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ୨୬ ଗୋଟି ଗ୍ରାମ ପଞ୍ଚାୟତ ରେ ୨୬ ଟି ଜିପିଏଲଏଫ, ରହିଛି ପ୍ରତି ଜିପି ଏଲଏଫ ରେ ଜଣେ ଲେଖାଏଁ ଏମ, ବି,କେ,ନିଯୁକ୍ତି ହୋଇଛନ୍ତି ଏହି ସବୁ ଏମ,ବି,କେ ମାନେ ଗ୍ରାମ ପଞ୍ଚାୟତ ସ୍ତରରେ ସି ଆରପି ମାନଙ୍କୁ ନେଇ ଗ୍ରାମ ପଞ୍ଚାୟତ ସ୍ତରରେ ଗଠନ କରାଯାଇଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ପ୍ରତ୍ୟେକ କାର୍ଯ୍ୟ ତଦାରଖ କରିବା ସହ ସମସ୍ତ ସରକାରୀ ଯୋଜନାକୁ ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ଓ ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ ଏମାନଙ୍କୁ ସରକାର ନିୟୋଜିତ କରିଛନ୍ତି କିନ୍ତୁ ନର୍ଲା ବ୍ଲକରେ ପାଖାପାଖି ଅର୍ଦ୍ଧାଧିକ ଜିପିଏଲର ସଭାନେତ୍ରୀ ସମ୍ପାଦିକା ଏମବିକେ ମାନଙ୍କ ମିଳିଭଗତରେ ଲକ୍ଷ୍ୟପତି ଦିଦି ତାଲିମ ପାଇଁ ଆସିଥିବା ସରକାରୀ ଅର୍ଥ କୁ ନିଜ ନିଜ ପାରିବାରିକ ସମ୍ପର୍କୀୟ ମାନଙ୍କ ନାମରେ ହଜାର ହଜାର ଟଙ୍କାର ମିଥ୍ୟା ବିଲ କରି ଅର୍ଥ ଆତ୍ମସାତ କରାଯାଇଥିବା ଭଳି ସଂଗୀନ ଅଭିଯୋଗ ସାମ୍ନାକୁ ଆସୁଛି ଏପରିକି ୨୦ ଜଣ ମହିଳା ଙ୍କୁ ତାଲିମ ଦେଇ ପାଖା ପାଖି ୮୦ ଜଣ ମହିଳା ଙ୍କ ମିଥ୍ୟା ଦସ୍ତଖତ କରାଯାଇଥିବା ସୂଚନା ରହିଛି ଏବଂ ଏହିସବୁ ଲକ୍ଷ୍ୟ ପତି ଦିଦି ତାଲିମ ଖର୍ଚ୍ଚ ବିଷୟ ରେ କୌଣସି ବି ସିଆରପିସି ଇସି ମେମ୍ବର କିମ୍ବା ମହିଳା ଗୋଷ୍ଠୀ ସଦସ୍ୟା ମାନଙ୍କୁ ନ ଜଣାଇ ଗୋପନ ରଖି ଅର୍ଥ ତୋସାରପାତ କରାଯାଇଥିବା ଅଭିଯୋଗ ବାରୂମ୍ବାର ହୋଇଆସୁଥଲେ ବି ତାଙ୍କ ବିପକ୍ଷରେ କୌଣସି ପ୍ରକାର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ମିଶନ ଶକ୍ତି ମହିଳା ମାନଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି,କାରଣ ଏମାନେ ବିଭିନ୍ନ ସମୟରେ ବିଭିନ୍ନ ଯୋଜନା କୁ ବାଟବଣା କରି ଉପରିସ୍ଥ ଅଧିକାରୀଙ୍କ ପକେଟ ଗରମ କରାଇଵା ସହ ଜିପିଏଲଫ ସଭାନେତ୍ରୀ ସମ୍ପାଦିକା ଏମବିକେ ମାନଙ୍କ ମିଳିତ ଉଦ୍ୟମରେ ବାମ ଡାହାଣ କରି ନିଜ ନିଜ ପାରିବାରିକ ସମ୍ପକୀୟ ମାନଙ୍କ ନାମରେ ହଜାର ହଜାର ଟଙ୍କା ମିଥ୍ୟା ବିଲ କରି ଅର୍ଥ ଆତ୍ମସାତ କରୁଥିବା ଅଭିଯୋଗ ହୋଇଛି ଏବଂ ବିଗତ ଓ ଚଳିତ ବର୍ଷ ମଧ୍ୟ ଲକ୍ଷପତି ଦିଦି ମାନଙ୍କୁ ତାଲିମ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ପ୍ରତି ପଞ୍ଚାୟତ କୁ ପାଖାପାଖି ୨୦,୦୦୦ /- ରୁ ୪0000/ଟଙ୍କା ଖର୍ଚ୍ଚ ପାଇଁ ନିର୍ଦ୍ଦେଶ ରହିଥିଲା କିନ୍ତୁ ଏହି ସରକାରୀ ଅର୍ଥ କୁ କିଛି ଦୁର୍ନୀତି ରାଣୀ ଏମବିକେ ମାନେ ଖର୍ଚ୍ଚ ନ କରି ହଜାର ହଜାର ଟଙ୍କାର ମିଥ୍ୟା ବିଲ ଭାଉଚର୍ ତିଆରି କରି ଏକ ଫାଙ୍କା ଲେଖା ବିହୀନ ବିନିଯୋଗ ପତ୍ର ମାନଙ୍କରେ ସିଆରପି ଏବଂ ଇସି କର୍ମୀ, ଏସଏଚଜି ମହିଳାମାନଙ୍କୁ ଅନ୍ଧାରରେ ରଖି ଦସ୍ତଖତ କରାଇଥିବା ଅଭିଯୋଗ ହୋଇଛି ଏପରିକି ମାଣ୍ଡେଲ ଓ ସର୍ଗିଗୁଡା ପଞ୍ଚାୟତରେ ଲେଖା ବିହୀନ ବିନିଯୋଗ ପତ୍ର ରେ ଦସ୍ତଖତ ନ କଲେ ଚାକିରି ରୁ ବାହାର କରି ଦିଆଯିବ ବୋଲି ଇସି ଓ ସିଆରପି ମାନଙ୍କୁ ଧମକ ଦିଆଯାଇ ଭୟ ଭିତକରୁଥିବା ଅଭିଯୋଗ ହୋଇଛି ଏଭଳି ଏକ ସଙ୍ଗୀନ ମାମଲା ସମଗ୍ର ବ୍ଲକରେ ଚାଲିଥିବା ବେଳେ ମାଣ୍ଡେଲ ଗ୍ରାମ ପଞ୍ଚାୟତ ରେ ଲକ୍ଷପତି ଦିଦି ତାଲିମ ଅର୍ଥ ଘୋଟାଲାରେ ସମ୍ପୃକ୍ତ ଥିବା ଏମବିକେ ସଂଯୁକ୍ତା ସୁନା ସଭାନେତ୍ରୀ ଗୀତାଞ୍ଜଳି ପୋଢ଼ ସମ୍ପାଦିକା ଚନ୍ଦ୍ରିକା ବିଭାର ଏବଂ ବ୍ଲକ ସଂଯୋଜକ ସନତ କୁମାର ସାହୁ ଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହାଟ ରେ ପଡ଼ି ଦାଣ୍ଡ ରେ ଗଢ଼ୁଛି ଏଣୁ ନର୍ଲା ବ୍ଲକରେ ଲକ୍ଷପତି ଦିଦି ତାଲିମ ପାଇଁ ଆସିଥିବା ସରକାରୀ ଅର୍ଥକୁ ଆତ୍ମସାତ କରି ସରକାରୀ ଯୋଜନାକୁ ବାଟବଣା କରୁଥିବା ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି ମାଣ୍ଡେଲ ଗ୍ରାମପଞ୍ଚାୟତ ର MBK କୁ ଯେତେ ବେଳେ ଲକ୍ଷପତି ଦିଦି ରେ ହଉଥିବା ଘୋଟଲା ବିଷୟରେ CRP-CM ପ୍ରଶ୍ନ କରିବାରୁ ସେ କହିଲେ BLC ସନତ ସାହୁକୁ ସବୁ ପଇସା ଦିଆଯାଉଛି ବୋଲି କହି ଥିଲେ । ଏଣୁ ଏଥିପ୍ରତି ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ହୋଇଥିବା ମହା ଘୋଟାଳା ର ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଅନେକ ଦୁର୍ନୀତି ଖୋର କର୍ମଚାରୀ ଓ ଅଧିକାରୀ ଙ୍କ ଅସଲ ମୁଖା ଲୋକ ଲୋଚନ କୁ ଆସିବ ବୋଲି ମହିଳା ଗୋଷ୍ଠୀ ସଦସ୍ୟା ମାନେ ଦାବି କରିଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page