ସେବାୟତ ଲିଗ ଚମ୍ପିୟାନ ହେଲେ ପୂଜାପଣ୍ଡା ନିଯୋଗ

ପୁରୀ: ପ୍ରଥମ ସେବାୟତ ଲିଗ ଚମ୍ପିୟାନ ହୋଇଛି ପୂଜାପଣ୍ଡା ନିଯୋଗ ଗତକାଲି ଶ୍ରୀଜଗନ୍ନାଥ ଷ୍ଟାଡିୟମ ଠାରେ ପୂଜାପଣ୍ଡା ନିଯୋଗ ଓ ପ୍ରତିହାରୀ ନିଯୋଗ ମଧ୍ୟରେ ଦିବାରାତ୍ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ପୂଜାପଣ୍ଡା ନିଯୋଗ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇ ୨୦ ଓଭରରେ ୪ ୱ୍ବିକେଟ୍ ରେ ୨୧୭ ରନ କରିଥିଲେ। ଦଳ ପକ୍ଷରୁ ରବି ନାରାୟଣ ପୂଜାପଣ୍ଡା ୯୨ ରନ ଓ ପଙ୍କଜ ପୂଜାପଣ୍ଡା ୭୭ ରନ କରିଥିଲେ। ପରେ ୨୧୮ ରନର ପିଛା କରି ପ୍ରତିହାରୀ ନିଯୋଗ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୨୦୯ ରନ କରିବାକୁ ସକ୍ଷମ ହୋଇଥିଲେ। ପ୍ରତିହାରୀ ନିଯୋଗର ରାହୁଲ ପ୍ରତିହାରୀ ୧୦୯ ରନ କରିଥିଲେ। ପୂଜାପଣ୍ଡା ନିଯୋଗ ର ସୁନିଲ ପୂଜାପଣ୍ଡା ୩ ଟି ଉଇକେଟ ନେଇଥିବା ବେଳେ ପ୍ରତିହାରୀ ନିଯୋଗ ର ମହାବୀର ପ୍ରତିହାରୀ ଓ ମାନଗୋବିନ୍ଦ ମାଦେନ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ। ମ୍ୟାଚ ଆରମ୍ଭରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର,ବିଜେପି ଜିଲ୍ଲା ସଭାପତି ଡା ଦେବେନ୍ଦ୍ର ତରାଇ ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଓଡିଶା କ୍ରିକେଟ ଆସୋସିଏସନ ର ସଭାପତି ପଙ୍କଜ ମହାନ୍ତି, ସମ୍ପାଦକ ସଞ୍ଜୟ କୁମାର ବେହେରା,, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ପ୍ରମୁଖ ଫାଇନାଲରେ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ ଏହି ସେବାୟତ ପ୍ରିମିୟର ଲିଗ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରତ୍ୟେକ ଦଳ ଚମତ୍କାର କ୍ରୀଡା ପ୍ରଦର୍ଶନ କରିଥିଲେ। ଏହି କ୍ରୀଡା ଶୃଙ୍ଖଳା ଓ ଭାଇଚାରାକୁ ଆହୁରି ମଜବୁତ କରିବ ବୋଲି ଅତିଥି ମାନେ କହିଥିଲେ। ସେହିପରି ଓସିଏ ସଭାପତି ଶ୍ରୀ ମହାନ୍ତି ପୁରୀ ରେ କ୍ରିକେଟ ର ବିକାଶ ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ସୂଚନା ଦେଇଥିଲେ।ଏଥିରେ ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଷୀ ମହାପାତ୍ର, ସେବାୟତ ସର୍ବଶ୍ରୀ ରାମକୃଷ୍ଣ ଦାସ ମହାପାତ୍ର, ବିନାୟକ ଦାସମହାପାତ୍ର, ରାମଚନ୍ଦ୍ର ଦାସମହାପାତ୍ର, ତଳୁଛ ନିଳକଣ୍ଠ ମହାପାତ୍ର, ମାଧବ ପୂଜାପଣ୍ଡା, ମାଧବ ମହାପାତ୍ର, ଅନନ୍ତ ତିଆଡି, ଦୂର୍ଗା ଦାସ ମହାପାତ୍ର, ଜଗନ୍ନାଥ କର, ନାରାୟଣ ମହାସୁଆର, ରବି ନାରାୟଣ ପ୍ରତିହାରୀ, ଅନନ୍ତ ଦାସ ମହାପାତ୍ର,ରବି ଶଙ୍କର ପ୍ରତିହାରୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଖେଳ ପରିଚାଳନାରେ ସହଯୋଗ କରିଥିଲେ। ଚମ୍ପିୟାନ ଦଳକୁ ୨୦ ହଜାର ଟଙ୍କା, ରନର୍ସ ଅପକୁ ୧୫ ହଜାର ଟଙ୍କା, ୩ୟ ସ୍ଥାନରେ ଥିବା ସୁଆର ମହାସୁଆର ନିଯୋଗ ଦଳକୁ ୧୦ ହଜାର ଟଙ୍କା ଓ ୪ର୍ଥ ସ୍ଥାନ ରେ ଥିବା ଦଇତାପତି ନିଯୋଗ କୁ ୫ ହଜାର ଟଙ୍କା ର ଅର୍ଥ ରାଶି ସହ ସୁଦୃଶ୍ୟ ଟ୍ରଫି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଶ୍ୟାମ ପ୍ରକାଶ ସେନାପତି ସଂଚାଳନ କରିଥିଲେ। ୮ ଦିନ ଚାଲିଥିବା ଏହି ଲିଗରେ ଛତିଶା ନିଯୋଗର ୧୪ ଟି ଦଳ ଅଂଶଗ୍ରହଣ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page